ସମୀକ୍ଷା କଲେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ

ପଟ୍ଟାଙ୍ଗୀ,୭।୯(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ପଡୋଶୀ ଆନ୍ଧ୍ର ସୀମା କୁ ଲାଗି ରହିଥିବା କୋଟିଆ ପଞ୍ଚାୟତକୁ ମଙ୍ଗଳବାର ଉପଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ଅଚାନକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉପଜିଲାପାଳ ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଥିଲା ତାଙ୍କର ପ୍ରଥମ କୋଟିଅ ଗସ୍ତ। ବିଭିନ୍ନ କାର୍ଯ୍ୟ ତଦାରଖ ଓ ସମୀକ୍ଷା ବେଳେ ମନ୍ଥର ଗତିରେ ଚାଲୁଥିବା କିଛି କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ସେ ଉପସ୍ଥିତ ଗୋଷ୍ଠୀ ବିଡିଓ ସୌମ୍ୟ ସାର୍ଥକ ମିଶ୍ର ଏବଂ ଏପିଓ ସୈମନ୍ଦ୍ର ନାୟକଙ୍କୁ ପରାମର୍ଶ ଦେଇଥିଲେ। ଉପଜିଲାପାଳ ଦଳେଇ ଏହି ସମୟରେ କୋଟିଆ ପଞ୍ଚାୟତର କୁରୁଡିପଦର, ମାଡାକାର, ଉପର ପନିକି, ତଳଗଞ୍ଜେଇ ପଦର, ତଳ ପନିକି ଗ୍ରାମ ଗସ୍ତ କରି ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସେ କୋରାପୁଟ ଫେରିବା ସମୟରେ ତଳଗଞ୍ଜେଇ ପଦର ଗ୍ରାମ ନିକଟରେ ଥିବା ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ବିଦ୍ୟାଳୟରେ ହଷ୍ଟେଲ ସୁବିଧା ନ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ସମସ୍ୟା ହେଉଥିବା କେତେ ଜଣ ଛାତ୍ରୀଛାତ୍ର ଉପଜିଲାପାଳ ଦଳେଇଙ୍କୁ ଜଣାଇଥିଲେ। ସୂଚନାଯୋଗ୍ୟ, ପୂର୍ବତନ ଉପଜିଲାପାଳ ଲଳିତ କଅଁରଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହେବା ପରେ ନୂତନ ଉପଜଲାପାଳ ଭାବେ ଦଳେଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ମଧ୍ୟ କୋଟିଆ ପଞ୍ଚାୟତର ନୋଡ଼ାଲ ଅଧିକାରୀ ଦାଇତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ତଳେ କରିଥିଲେ ପ୍ରେମ ବିବାହ, ଆଜି ଗଛରୁ ମିଳିଲା ଝୁଲନ୍ତା ମୃତଦେହ

କୋକସରା,୧୧ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଆଁଏଲି ଗ୍ରାମର ଜଣେ ଯୁବକ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଆଁଏଲି ଗ୍ରାମର ଦୁଷ୍ମନ୍ତ ମାଝି(୨୦) ।...

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ବୌଦ୍ଧ ଗସ୍ତ: ଆହାର କେନ୍ଦ୍ରରେ ଖାଦ୍ୟର ମାନ ପରଖିବାକୁ ଯାଇ ଖାଇଥିଲେ ଖାଦ୍ୟ

ବୌଦ୍ଧ,୧୧।୧୦(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ବୌଦ୍ଧ ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ...

ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ପୁରୀ ରାଜକୁମାରୀ

ଭୁବନେଶ୍ୱର(ବ୍ୟୁରୋ)/ ପୁରୀ ଅଫିସ, ୧୦।୨: ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠା କନ୍ୟା ଦେବେଶୀ ଦେବୀଙ୍କ ବୁଧବାର ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ରାଜକୀୟ ପରମ୍ପରାରେ...

ଓଲା ଗାଡ଼ି ଅପହରଣ କରି ୩ ଗିରଫ

କେନ୍ଦ୍ରାପଡା ଅଫିସ/ପଟ୍ଟାମୁଣ୍ଡାଇ (ସ୍ବ.ପ୍ର.),୨୫।୯: ଭୁବନେଶ୍ୱରରୁ ଏକ ଓଲା ଗାଡ଼ିକୁ ଅପହରଣ କରିବା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜନଗର ଥାନା ଗଳିଦଣ୍ଡା...

ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡ଼ମଲେ ବୃଦ୍ଧ

ସୁକିନ୍ଦା,୩ା୯(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଆମ୍ପଳବା ଗ୍ରାମର ପଦ୍ମପୋଖରୀରେ ବୁଡି ରବିବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲା ଭୁବନ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

କେନ୍ଦୁଝର ଲୋକ ସଭାରେ ଭାଜପା ଆଗୁଆ

କେନ୍ଦୁଝର ଅଫିସ,୨୩।୫: କେନ୍ଦୁଝର ଲୋକ ସଭା ଆସନରେ ଭାଜପାର ଅନନ୍ତ ନାୟକ ପ୍ରଥମ ରାଉଣ୍ଡ ଗଣତିରେ ୨୨୮ ଭୋଟରେ ଆଗୁଆ ରହିଛନ୍ତି। କେନ୍ଦୁଝର ସଦର ବିଧାନସଭା...

ବରଗଡ଼ରେ ୫ମାସର ଶିଶୁକୁ କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୬୬୭୫ରେ ପହଞ୍ଚିଲା

ବରଗଡ଼ ଅଫିସ,୩।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଶନିବାର ଜିଲାରେ ପୁଣି ୯୮...

ଜିଲାପାଳଙ୍କ ଅଫିସ ଘେରିଲେ କଂଗ୍ରେସ କର୍ମୀ

ଖୋର୍ଦ୍ଧା ଅଫିସ, ୨୪।୧୨(ବ୍ୟୁରୋ): ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ...

Advertisement
Archives

Model This Week