ସମିତି ସଭ୍ୟ ଉପନିର୍ବାଚନ: ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଆରମ୍ଭ

ତୁଣ୍ଡଲା,୨୭।୧୧(ଡି.ଏନ.ଏ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିର୍ଜାପାଲି ଗ୍ରାମ ପଞ୍ଚାୟତରେ ବୁଧବାର ସମିତି ସଭ୍ୟ ଉପନିର୍ବାଚନ ମତଦାନ ଆରମ୍ଭ ହୋଇଯାଇଛି। ଏଥିରେ ପଞ୍ଚାୟତର ଦିଗଶିରା, ସିର୍ଜାପାଲି, ବାଦିପଡାଠାରେ ୯ଟି ୱାର୍ଡରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦିଗସିରାରେ ୪ଟି ୱାର୍ଡ ପାଇଁ ୪ଟି ବୁଥ, ବାଦିପଡାରେ ୨ଟି ୱାର୍ଡ ପାଇଁ ୨ଟି ବୁଥ, ସିର୍ଜାପାଲିରେ ୬ଟି ୱାର୍ଡ ପାଇଁ ୫ଟି ବୁଥରେ ମତଦାନ କରାଯାଇଛି। ଉକ୍ତ ପଞ୍ଚାୟତରେ ୨୭୮୨ଟି ଜଣ ଭୋଟର ମତଦାନ କରିବେ। ଏଥିରେ ୩ଟି କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଛି। ଏଠାରେ କଡାକଡି ଭାବରେ ପୋଲିସର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ନିର୍ବାଚନରେ କଳିଙ୍ଗ ଭୋଏ ଓ ଚୌଧୁରୀ ଭୋଏ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସକାଳ ୮.୩୦ ସୁଦ୍ଧା ୧୨ ପ୍ରତିଶତମତଦାନ ହୋଇଥିବା ଜଣାପଡିଛି। ଜିଲାପାଳ ପରାଗ ହର୍ଷଦ ଗାଭାଲି ମତଦାନ କେନ୍ଦ୍ରକୁ ପରିଦର୍ଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟରେ ଚଞ୍ଚକତା

ରସୁଲପୁର,୨୬।୬ (ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ(ଏମ୍‌ଜିଏନ୍‌ଆର୍‌ଇଜିଏ) ଜରିଆରେ ଜବକାର୍ଡଧାରୀଙ୍କ ପରିବାରକୁ ବର୍ଷକୁ ଅନ୍ୟୂନ ୧୦୦ ଦିନର କାର୍ଯ୍ୟ ଯୋଗାଇ...

ଫସି ରହିଛନ୍ତି ବାହାର ରାଜ୍ୟ, ଜିଲାର ଶତାଧିକ ଶ୍ରମିକ ସରିଗଲାଣି ଉପାର୍ଜିତ ଅର୍ଥ, ଖାଦ୍ୟ ପାଇଁ ନିବେଦନ

ଚଣ୍ଡିଖୋଲ,୧୧।୪(ଡି.ଏନ.ଏ)- ଯାଜପୁର ଜିଲା ବଡଚଣା ବ୍ଲକ ବଡବାଲିକୁଦା ପଞ୍ଚାୟତରେ ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମିକ ଲକଡାଉନ ପାଇଁ ଫସି ରହିଛନ୍ତି। କରୋନା ପାଇଁ ଲକଡାଉନ...

ଜି.ଉଦୟଗିରିରେ ୭.୬ ଡିଗ୍ରୀକୁ ଖସିଲା ପାରଦ

ଜି.ଉଦୟଗିରି, ୬ା୧୨ (ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ୨ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ସର୍ବନିମ୍ନ ପାରଦ ୭.୬ ଡିଗ୍ରୀ ସେଲସିୟସକୁ...

କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡ଼ି,୧୩।୨ (ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଦାସିଂବାଡି ପଞ୍ଚାୟତର ଟେକାଙ୍ଗିଆ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କରାଯାଇଥିବା ଗୋଷ୍ଠୀ ସଭାଗୃହ ନିର୍ମାଣ କାମ ଶେଷ ହୋଇଛି।...

ବାଲିଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣି ପରିବାରଲୋକଙ୍କ ରାସ୍ତାରୋକୋ

ରାସଗୋବିନ୍ଦପୁର,୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ବାଲିଖାଦାନ ନିକଟ ବାଲି ଷ୍ଟକ୍‌ ଥିବା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

ଟ୍ରାନ୍ସଫର୍ମରରେ ପିଟି ହୋଇ ଓଲଟି ପଡ଼ିଲା ବସ୍‌: ଦୁଇ ଗୁରୁତର

ରାୟଗଡ଼ା ଅଫିସ,୫।୩: କାଶୀପୁର ସଦର ମହକୁମାରେ ବୁଧବାର ବିଳମ୍ବିତ ରାତିରେ ହନୁମାନ ନାମକ ଏକ ବସ୍‌ ସୁଙ୍ଗେରଠାରୁ କାଶୀପୁର ଆଡ଼କୁ ଫେରୁଥିଲା। ମେଡିକାଲ ଛକ ଗଡ଼ାଣିଆରେ...

ବଜ୍ରପାତରେ ଯୁବକ ଗୁରୁତର

ନାରାୟଣପାଟଣା, ୭।୧୦(ଡି.ଏନ୍‌.ଏ.)-କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ସୋମବାର ବଜ୍ରପାତରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ କୁମ୍ଭାରୀ ଗାଁର ଚିତ୍ତରଞ୍ଜନ ଗୁରୁ(୩୫)। ଚିତ୍ତରଞ୍ଜନ ମାଛ ଧରିବାକୁ...

ରାଜପଥ ପାର୍ଶ୍ୱରୁ ଉଚ୍ଛେଦ ଜାରି, ୧୪୪ ଧାରା ବଳବତ୍ତର

ବଇଣ୍ଡା, ୧୨ା୯(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକଠାରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଦୋକାନ ଓ ବାସଗୃହ ଉଚ୍ଛେଦ ପ୍ରକ୍ରିୟା ଗୁରୁବାର ଦ୍ୱିତୀୟ ଦିନରେ...

Coronavirus Update

Archives

Model This Week

Why Dharitri