Posted inଜାତୀୟ

ସମାଜ ଉପରେ ଜୋର ଜବଦରଦସ୍ତ ନିଜ ଚିନ୍ତାଧାରା ଲଦି ଦେବା ନୁହେଁ ଯୁକ୍ତିଯୁକ୍ତ: ରାଷ୍ଟ୍ରପତି

ବିଶୁନପୁର,୨୯।୨: ସମାଜ ଉପରେ ଜୋର ଜବଦରଦସ୍ତ ନିଜର ବ୍ୟକ୍ତିଗତ ଚିନ୍ତାଧାରାକୁ ଲଦି ଦେବା ଯୁକ୍ତିଯୁକ୍ତ ନୁହେଁ। ଏହା ଏକ ପ୍ରକାର ବିକୃତ ମନୋଭାବ। ଅପରପକ୍ଷରେ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଭାଇଚାରାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଝାଡ଼ଖଣ୍ଡ ଗୁମଲାର ବିଶୁନପୁର ଗାଁରେ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି। ପଦ୍ମଶ୍ରୀ ଆଶୋକ ଭଗତଙ୍କ ସଂସ୍ଥା ବିକାଶ ଭାରତୀର ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଉପସ୍ଥିତ ଜନସାଧାରଣଙ୍କ ଉଦ୍ଦେଶ୍ୟଙ୍କୁ ଏହା କହିଛନ୍ତି। ବେଳେବେଳେ କିଛି ବ୍ୟକ୍ତି ନିଜସ୍ବ ଚିନ୍ତାଧାରାକୁ ଜୋର୍‌ ଜବରଦସ୍ତ ସମାଜରେ ଳାଗୁ କରିବାକୁ ଚାହିଁଥାନ୍ତି। ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ। ଜାତିର ପିତା ମହାତ୍ମା ଗାନ୍ଧୀ କହୁଥିଲେ ଯେ, ମୋ କଥା ଭଲ ଲାଗିଲେ ଏହାକୁ ଗ୍ରହଣ କର ନଚେତ ପରିତ୍ୟାଗ କର। ସେହିପରି ଚିନ୍ତାଧାରା ରଖିଲେ ଦେଶର ଉନ୍ନତିର ପଥ ସହଜ ହେବ ବୋଲି କୋବିନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଦୁବେଙ୍କ ମା’ ଦ୍ୱିତୀୟ ପୁଅକୁ ଅପିଲ୍‌, ଆତ୍ମସମର୍ପଣ କର ନହେଲେ…

କାନପୁର,୨୨।୭: କାନପୁର ଶୁଟ୍‌ଆଉଟ୍‌ର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ଭାଇ ଦୀପ ପ୍ରକାଶ ଦୁବେ ଏବେ ଫେରାର ଅଛନ୍ତି। ପୋଲିସ ତାଙ୍କୁ ଖେଶଜୁଛି। ଏହି ସମୟରେ...

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ ୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ଅହମଦାବାଦ, ୪।୬: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ଏଠାରେ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ...

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ଚେନ୍ନାଇ,୧୨।୧୨: ତାମିଲନାଡୁର ସାଲେମ ଜିଲାରେ ଶନିବାର ବିଳମ୍ବିତ ରାତିରେ ସମ୍ବିଧାନ ପ୍ରଣେତା ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି କିଛି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଓମାଲୁର ସହରର କମଲାପୁରାମ କଲୋନୀରେ...

ଆମକୁ ଲାଜ ଲାଗୁଛି କହିବାକୁ ଯେ ଆମ ସରକାର ଶାସନ କରୁଛି: ମହେଶ ଶର୍ମା

ନୂଆଦିଲ୍ଲୀ,୮ ।୮: ଉତ୍ତର ପ୍ରଦେଶ ନୋଏଡାର ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ମହିଳାଙ୍କୁ ଅଭଦ୍ର ବ୍ୟବହାର ଘଟଣା ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେବି...

ଏଭଳି ବଡ଼ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା ପାଇଁ ରାତ୍ରଭୋଜନ ପରେ ଖାଆନ୍ତୁ ଏହାକୁ…

ଗୁଡ଼ ଅନେକ ପୋଷକ ତତ୍ତ୍ୱରେ ଭରପୁର। ପ୍ରତିଦିନ ରାତ୍ରଭୋଜନ ପରେ ଅଭ୍ୟାସ କରି ଫାଳେ ଗୁଡ଼ ଖାଇଲେ ବହୁ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ...

ଭାଜପା ଏମ୍‌ପିଙ୍କ ବିମାନରେ ମୁମ୍ବାଇ ଯାଇଛନ୍ତି ଅସନ୍ତୁଷ୍ଟ ବିଧାୟକ

ବେଙ୍ଗାଲୁରୁ,୮ା୭(ପି.ଟି.): କର୍ନାଟକର ଅସନ୍ତୁଷ୍ଟ କଂଗ୍ରେସ ଏବଂ ଜେଡିଏସ୍‌ ବିଧାୟକମାନେ ଇସ୍ତଫା ଦେବା ପରେ ଯେଉଁ ଚାର୍ଟାର୍ଡ ବିମାନରେ ମୁମ୍ବାଇ ଯାଇଛନ୍ତି, ତାହା ଭାଜପାର ରାଜ୍ୟ ସଭା...

ମା’ଙ୍କ ନାଁରେ ଏମିତି ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ୩ ବର୍ଷର ବାଳକ

ଭୋପାଳ,୧୭।୧୦: ମଧ୍ୟପ୍ରଦେଶର ବୁରହାନପୁରରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ତିନି ବର୍ଷର ବାଳକ ତାଙ୍କ ମା’ଙ୍କ ନାଁରେ ଅଭିଯୋଗ ନେଇ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ।...

ଭାରତ-ଫ୍ରାନ୍ସ ଯୁଦ୍ଧାଭ୍ୟାସରେ ସାମିଲ ହେବ ୪ ଏସ୍‌ୟୁ-୩୦ଏମ୍‌କେଆଇ ଜେଟ୍‌

ନୂଆଦିଲ୍ଲୀ,୨୯।୬: ଆସନ୍ତା ଜୁଲାଇ ୧ରୁ ୧୪ ମଧ୍ୟରେ ଫ୍ରାନ୍ସର ମଣ୍ଟ-ଡି-ମାର୍ସନ ଏୟାରବେସ୍‌ରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଫ୍ରାନ୍ସ ଯୁଦ୍ଧାଭ୍ୟାସରେ ୪ ଏସ୍‌ୟୁ-୩୦ଏମ୍‌କେଆଇ ଜେଟ୍‌, ଗୋଟିଏ ଆଇଏଲ୍‌-୭୮...

Advertisement
Archives

Model This Week