ସମର୍ଥନ ଜୁଟାଇବାରେ ପାକ୍‌ ବିଫଳ

ଜାତିସଂଘ,୧୫।୯: କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ପାକିସ୍ତାନ ଗୋଟିଏ ପରେ ଗୋଟିଏ ଫୋରମରେ ବିଫଳ ହେବାରେ ଲାଗିଛି। ଏହାକୁ ନେଇ ଭାରତ ଇସ୍‌ଲାମାବାଦକୁ ତୀବ୍ର ସମାଲୋଚନା କରିଛି। ଜାତିସଂଘ ସୁରକ୍ଷା ପରିଷଦ ଓ ମାନବାଧିକାର ପରିଷଦରେ ବିଫଳ ହେବା ପରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ଜାତିସଂଘ ସାଧାରଣ ପରିଷଦରେ ଉଠାଇବା ପାଇଁ ଉଦ୍ୟମ କରୁଛି। ଆତଙ୍କବାଦର କେନ୍ଦ୍ର ସାଜିଥିବା ପାକିସ୍ତାନ ଭିତ୍ତିହୀନ ଓ ଛଳନାପୂର୍ଣ୍ଣ ବିବରଣୀର ପ୍ରସାର ପାଇଁ ଜାତିସଂଘ ଫୋରମ୍‌ର ଅପବ୍ୟବହାର କରୁଥିବା ଭାରତ ଅଭିଯୋଗ କରିଛି।
ଜାତିସଂଘରେ ପାକିସ୍ତାନ ପ୍ରତିନିଧି ମଲିହା ଲୋଧି ଶୁକ୍ରବାର ସାଧାରଣ ପରିଷଦ ଅଧିବେଶନରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଭାରତ ସରକାର ଅଗଷ୍ଟ ୫ରେ ଉଚ୍ଛେଦ କରିବା ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଭାରତର ଏହି କାର୍ଯ୍ୟ ଜାତିସଂଘ ସୁରକ୍ଷା ପରିଷଦ ଏକାଧିକ ସଂକଳ୍ପର ଖୋଲା ଉଲ୍ଲଂଘନ ବୋଲି ଲୋଧି କହିଥିଲେ। ଉପତ୍ୟକାରୁ ତୁରନ୍ତ କଟକଣା ହଟାଇବା ସହ ଯୋଗାଯୋଗ ବ୍ୟବସ୍ଥା ପୁନଃସଂସ୍ଥାପିତ କରିବା ଓ ଗୃହବନ୍ଦୀ ଥିବା ନେତାମାନଙ୍କୁ ମୁକ୍ତ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଭାରତ ଉପରେ ଚାପ ପକାଉ ବୋଲି ସେ ଦାବି କରିଥିଲେ। ଅନ୍ୟପକ୍ଷରେ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ସନ୍ଦୀପ୍‌ କୁମାର ବାୟାପୁ ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ। ଇସ୍‌ଲାମାବାଦ ଭାରତ ବିରୋଧରେ ମିଥ୍ୟା ଓ ଭିତ୍ତିହୀନ ପ୍ରଚାର ଚଳାଇଥିବା ସେ କହିଥିଲେ। ପାକିସ୍ତାନ ଆତଙ୍କବାଦର କେନ୍ଦ୍ର ଏହା ପ୍ରକୃତ ସତ୍ୟ ଯାହା ସାରା ବିଶ୍ୱ ଜାଣେ। ସେମାନଙ୍କ ଭିତ୍ତିହୀନ ଭାଷଣ ଉପରେ କୌଣସି ମନ୍ତବ୍ୟ ଦେଇ ତାହାର ମର୍ଯ୍ୟାଦା ବଢ଼ାଇବାକୁ ଚାହୁଁନୁ ବୋଲି ସନ୍ଦୀପ୍‌ କହିଥିଲେ।
ଜମ୍ମୁ-କଶ୍ମୀରର ଅତ୍ୟାଚାରିତ ଜନସାଧାରଣଙ୍କ ପାଇଁ ଆଗାମୀ ଜାତିସଂଘ ସାଧାରଣ ପରିଷଦ ସମେତ ସମସ୍ତ ଅନ୍ତର୍ଜାତୀୟ ଫୋରମରେ ଲଢ଼େଇ କରିବେ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ପ୍ରତିଜ୍ଞା କରିଥିଲେ। ଏଥିସହିତ ସେ ଆକ୍ରମଣ ଧମକ ମଧ୍ୟ ଦେଇଥିଲେ। ଆସନ୍ତା ସପ୍ତାହରେ ଜାତିସଂଘ ସାଧାରଣ ପରିଷଦର ୭୪ତମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ସମର୍ଥନ ହାସଲ କରିବାରେ ପାକ୍‌ ବିଫଳ ହୋଇଥିଲା। ଏପରିକି ପାକିସ୍ତାନର ସବୁଦିନିଆ ବନ୍ଧୁ ଚାଇନା ମଧ୍ୟ କଶ୍ମୀରକୁ ଦ୍ୱିପାକ୍ଷିକ ପ୍ରସଙ୍ଗ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପାର୍ସକୁ ଟପିଲା କରୋନା: ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଲା

ବେଜିଂ,୯।୨: ଚାଇନାର କରୋନା ମହାମାରୀ ଯୋଗୁ ହାହାକାର ସୃଷ୍ଟି ହୋଇଛି। ଦେଶର ୩୦ଟିରୁ ଅଧିକ ସହରରେ ସନ୍ଦିଗ୍ଧ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଚାଇନାରେ...

ଭାରତକୁ ନାଲିଆଖି ଦେଖାଇଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୬।୨: ଏସିଆ କପ ୨୦୨୩ ଆୟୋଜନକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ଆହୁରି ଖରାପ ହେଉଥିବା ଦେଖାଯାଉଛି। ନିକଟରେ ବାହାରେନରେ ଅନୁଷ୍ଠିତ...

ଆନ୍ଦୋଳନକୁ ଅନ୍ତର୍ଜାତୀୟ ସମର୍ଥନ

ଓ୍ବାଶିଂଟନ/ଓଟାଓ୍ବା/ଲଣ୍ଡନ, ୬।୧୨:କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ବିରୋଧ କରି ଭାରତରେ ୧୦ ଦିନ ହେଲା କୃଷକମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଶନିବାର ସରକାରଙ୍କ ସହ ଚାଷୀ...

ଗୁଗଲ୍‌ ମ୍ୟାପ୍‌ରେ ମୁଣ୍ଡବିହୀନ ମଣିଷ

ନ୍ୟୁୟର୍କ,୧୬।୪: ଗୁଗଲ୍‌ ମ୍ୟାପ୍‌ ହେଉଛି ଏପରି ଏକ ସ୍ଥାନ, ଯେଉଁଠି ଆକସ୍ମିକ (କିମ୍ବା ଉଦ୍ଦେଶ୍ୟବିହୀନ) ଭାବେ ବିସ୍ମିତ କରିଦେବା ଭଳି ଅନେକ ଆବିଷ୍କାର ହୋଇଥାଏ। ଆମେରିକାର...

ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ...

ଏସିଡ଼ ପୀଡ଼ିତାଙ୍କ ମୃତ୍ୟୁ ହେଲେ ଦୋଷୀଙ୍କୁ ସାରା ଜୀବନ ଜେଲରେ କାଟିବାକୁ ପଡିବ

କାଠମାଣ୍ଡୁ,୨୫ ।୯: ବେଳକୁ ବେଳ ବଢି ଚାଲିଛି ଏସିଡ୍ ଆକ୍ରମଣ ଘଟଣା । ଆଉ ଏହାପରେ ପୀଡ଼ିତା ନ୍ୟାୟ ପାଇବାକୁ ବର୍ଷ ବର୍ଷ ଧରି ଅପେକ୍ଷା...

ମେ ୩୦-୩୧ ଦୁଇ ଦିନ ହେବ ଆକାଶରୁ ଉଲ୍‌କା ବର୍ଷା…

ଓ୍ବାଶିଂଟନ, ୩୦।୫ : ସମଗ୍ର ବିଶ୍ୱର ମହାକାଶ ଗବେଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ମେ ୩୦ ଏବଂ ୩୧ ଦୁଇ ଦିନ...

ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ, ଏଥିରେ ଅଛନ୍ତି ୨୨ ଯାତ୍ରୀ; ୪ ଭାରତୀୟ

କାଠମାଣ୍ଡୁ,୨୯ା୫: ନେପାଳରେ ତାରା ଏୟାର-୯ ବିମାନ ଯୋଗାଯୋଗ ହରାଇଛି। ରବିବାର ସକାଳେ ବିମାନଟି ଉଡ଼ାଣ କରିଥିଲା। ବିମାନବନ୍ଦର ଅଧିକାରୀଙ୍କ କହିବାନୁସାରେ, ତାରା ଏୟାରର ଡବଲ ଇଞ୍ଜିନ...

Advertisement
Archives

Model This Week