![](https://www.dharitri.com/wp-content/uploads/2020/06/odisha-highcourt.jpg)
କଟକ ପ୍ରଦୂଷଣ,୨୯ା୧୦: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସମ୍ପର୍କିତ ମାମଲା ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏସ୍ଆର୍ସି ନିଷ୍ପତ୍ତି ନେବେ। କୋଭିଡ୍ ଗାଇଡ୍ଲାଇନ୍ ଆଧାରରେ ନିଷ୍ପତ୍ତି ନେବେ ଏସ୍ଆରସି ।
ସବୁଜ ବାଣକୁ ନେଇ ଆସନ୍ତାକାଲି ପୂର୍ବାହ୍ନରେ ଏସ୍ଆରସି ଶୁଣାଣି କରିବେ। ଦିନ ଗୋଟାଏ ସୁଦ୍ଧା ଶୁଣାଣି ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଷ୍ପତ୍ତି ସମ୍ପର୍କରେ ସୋମବାର ପୂର୍ବାହ୍ନ ୧୦ଟା କୋର୍ଟଙ୍କୁ ଜଣାଇବେ ଏସ୍ଆରସି। ସୋମବାର ଅପରାହ୍ନ ୨ଟାରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।