ସବୁଜାଗା କଳାକାର ପାଇଁ ଶ୍ରେଷ୍ଠ ମଞ୍ଚ

ପିଲାଟିଦିନୁ ମୁହଁରେ ପାଉଁଶ ମାଖି ମିଛିମିଛିକା ନାଟକ କରୁ କରୁ ପାଲଟିଛନ୍ତି ସତ ନାଟକର ସଫଳ କଳାକାର। ନାଟକର ନିଶା ଓ ପେସାକୁ ଏକାସାଙ୍ଗରେ ନେଇ ଆଗକୁ ବଢ଼ିଛନ୍ତି। ଚାକିରିର ଚଉହଦି ବାନ୍ଧିପାରିନି ତାଙ୍କ ନାଟକର ମୋହକୁ। ଆଳାପ କ୍ରମରେ ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତକୁ ସାଉଁଟି ଆଣିଛନ୍ତି ନାଟ୍ୟକାର ତଥା ଅଭିନେତା ଅଭୟ କୁମାର ଦାସ।

ଅଭିନୟ ପ୍ରତି ଆଗ୍ରହ କେବେଠାରୁ ଆସିଥିଲା?
କଟକ ଜିଲା ମାହାଙ୍ଗା ବ୍ଲକ୍‌ର ଗୋତରା ଗାଁରେ ଏକ କଳାପ୍ରିୟ ପରିବାରରେ ମୋର ଜନ୍ମ। ପିଲାବେଳେ ବାପା ମୃଦଙ୍ଗ ବଜାଇବା ବେଳେ ମୁଁ ଗିନି ବଜାଉଥିଲି। ଗୀତ ବି ଗାଉଥିଲି। ଏଇଠୁ ମୋର କଳାର ମୂଳଦୁଆ ପଡିଥିଲା। ସେତେବେଳେ ଆମ ଗାଁରେ ଏକ କୃଷ୍ଣଲୀଳା ପାର୍ଟି ଥିଲା। ପାର୍ଟି ଯାତ୍ରା ସାରି ଆସିବା ପରେ ପୋଷାକଗୁଡିକ ଆମ ଅଗଣାରେ ଶୁଖାଯାଏ। ସେହି ପୋଷାକ ଓ ବିଭିନ୍ନ ମୁଖା ପିନ୍ଧି ମୁଁ ଭାରି ଖୁସି ହୁଏ। ମୁହଁରେ ଘଷି ପାଉଁଶ ମାରି ଷଡେଇ ଟାଙ୍ଗି ସାଙ୍ଗମାନଙ୍କ ସହ ନାଟକ କରେ। ସେହି ସମୟରୁ କଳାର ମାଟି ମାହାଙ୍ଗା ମୋତେ ଟାଣି ନେଇଗଲା ନାଟକ ଆଡକୁ।
ସରକାରୀ ଚାକିରି ସହ ଅଭିନୟ- ଏହା କେମିତି ସମ୍ଭବ ହେଉଥିଲା?
ସ୍କୁଲ ଶିକ୍ଷାପରେ ସାଲେପୁର କଲେଜରେ ପଢିବା ସମୟରେ ୧୯୮୦ ମସିହାରେ ସରକାରୀ ଚାକିରି ପାଇଲି। ପ୍ରଥମେ କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଯୋଗଦେଇଥିଲି। ସରକାରୀ ଚାକିରି ଥିଲା ମୋର ପ୍ରଥମ କର୍ତ୍ତବ୍ୟ। ଦ୍ୱିତୀୟରେ ଅଭିନୟ। ପେସା ସାଙ୍ଗରେ ଏହା ମୋର ଏକ ନିଶା। ଚାକିରିରୁ ଯେତେବେଳେ ଫୁର୍‌ସତ୍‌ ମିଳେ ସେଥିରୁ ବେଶି ସମୟ ଅଭିନୟ ଓ ଲେଖାରେ କଟାଏ। ତୃତୀୟରେ ଆସେ ମୋ ପରିବାର। ସ୍ତ୍ରୀ,ପୁଅ ଓ ଦୁଇ ଝିଅକୁ ନେଇ ମୋ ପରିବାର। ନାଟକ ପାଇଁ ପରିବାର ସବୁବେଳେ ମୋତେ ସହଯୋଗ କରିଆସିଛିି। ମୁଁ କୋରାପୁଟରେ ଚାକିରିରେ ଯୋଗ ଦେବା ପରେ ଅଲ୍‌ ଇଣ୍ଡିଆ ରେଡ଼ିଓ (ଜୟପୁର) ଯୁବବାଣୀରେ ନାଟକ କରିବା ଆରମ୍ଭ କରିଥିଲି। ସେଠାରୁ କଳା ଓ ସଂସ୍କୃତିସମ୍ପନ୍ନ ସହର କଟକ ବଦଳି ହୋଇ ଆସିବାପରେ ନାଟକ ପ୍ରତି ମୋହ ପୂରା ବଢିଯାଇଥିଲା। ପରିବହନ ବିଭାଗର ’ସଡ଼କ ସୁରକ୍ଷା, ଜୀବନ ରକ୍ଷା’ କାର୍ଯ୍ୟକ୍ରମରେ ମୁଁ ୯୦ ଦଶକର ପ୍ରାରମ୍ଭରୁ କାମ କରି ଏଥିପାଇଁ ବି ୨୦୧୩ରେ ଲାଇଫ ଟାଇମ ଆଓ୍ବାର୍ଡ ମଧ୍ୟ ପାଇଛି। ଦୀର୍ଘ ୪୦ ବର୍ଷ ଚାକିରି ପରେ ଏବେ ଅବସର ନେଇଛି। ଅବସର ପରେ ବି ନାଟକ ପାଇଁ ଅଧିକ ସମୟ ଦେବି। ନାଟକରେ ଯୁବପିଢିଙ୍କ ଭାଗୀଦାରି କେମିତି ବଢିବ ତା’ ଲାଗି ପ୍ରୟାସ କରିବି।
ପ୍ରଥମ ନାଟକ ଓ ଅଭିନୟ କେମିତି ଥିଲା?
ପିଲାଦିନେ ଗାଁରେ ଡ୍ରାମା ଦେଖିବାପରେ ଅଭିନୟ ପ୍ରତି ଆଗ୍ରହ ଆସିଥିଲା। ମୁଁ ସପ୍ତମରେ ପଢୁଥିବାବେଳେ ମହିଷାସୁର ବଧ ଗୀତିନାଟ୍ୟରେ ଅଭିନୟ ଆରମ୍ଭ କରିଥିଲି। ହାଇସ୍କୁଲରେ ‘ନାରଦ’ ନାଟକରେ ଅଭିନୟ କରିଥିଲି। ନାଟକ ଲେଖା ଆରମ୍ଭ କରିଥିଲି ଚାକିରି କରିବା ପରେ। ପ୍ରଥମେ ୧୯୯୭ ମସିହାରେ ନାଟକ ଲେଖିିଥିଲି। ତାହା ଥିଲା – ‘କୁଅ ମାଟି କୁଅରେ , ଆଉ ଦି ବୋଝ ମୁହଁରେ’। ଏବେ ସୁଦ୍ଧା ୮ଟି ନାଟକ ଲେଖିଛି। ପ୍ରଥମ ହାସ୍ୟାମତ୍କ ନାଟକ ‘ଯାହାକୁ ଯିଏ ରସିଲା’କୁ ସାର୍ଥକ ମ୍ୟୁଜିକର କ୍ୟାସେଟ କରିଥିଲି। ପ୍ରଥମ ନାଟକ ଓ ଅଭିନୟ ଭାରି ଉସତ୍ାହଜନକ ଥିଲା। ଏବେସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ମଞ୍ଚରେ ଅଭିନୟ କରିସାରିଲିଣି। ବେତାର, ଯବବାଣୀ, ଦୂରଦର୍ଶନ ଓ ଧାରାବାହିକ‘ଅହଂକାର’ରେ ବି ଅଭିନୟ କରିଛି। ଭଜନ କ୍ୟାସେଟ‘ଭାତବିକା ଜଗବନ୍ଧୁ’ କରିଥିତ୍ଲି ଯେଉଁଥିତ୍ରେ ଅକ୍ଷୟ ମହାନ୍ତି ତାଙ୍କ ଶେଷ ଭଜନ ଗାଇଥିଲେ।
ଓଡ଼ିଶାରେ ନାଟକ ମଞ୍ଚ ଓ ଅଭିନେତାଙ୍କ ଜୀବନ ସମ୍ପର୍କରେ କ’ଣ କହିବେ?
ମଞ୍ଚକଳାକାରଙ୍କ ଜୀବନ ସୁଖମୟ ନୁହେଁ। ଦର୍ଶକଙ୍କ କରତାଳିରେ ହଁି ସୁଖ ପାଆନ୍ତି। କଳାକାରମାନେ କେବଳ ଅତ୍ୟାଧୁନିକ ମଞ୍ଚକୁ ପସନ୍ଦ କରୁଛନ୍ତି। ପଥପ୍ରାନ୍ତ ନାଟକ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗୀ ଭିନ୍ନ ହୋଇଯାଇଛି। ମୁଁ ଭାବେ କଳାକାର ଯେଉଁଠି ରହି କଳା ପ୍ରଦର୍ଶନ କରେ ସେଇ ଜାଗା ତା’ ପାଇଁ ଶ୍ରେଷ୍ଠ ମଞ୍ଚ। ସବୁ ଜାଗାକୁ ମଞ୍ଚ କରିଦେଲେ ନାଟକର ଭାବ ଉକୁଟି ଉଠିବ। ଜଣେ କଳାକାର ଲାଗି ମାଟି ହଁ ଶ୍ରେଷ୍ଠ ମଞ୍ଚ। ପଥପ୍ରାନ୍ତ ନାଟକର ମଞ୍ଚ ହଁି ପଥ। ଏହି ମଞ୍ଚରେ ପ୍ରଦର୍ଶିତ ନାଟକର ପ୍ରଭାବ ସୁଦୂରପ୍ରସାରୀ ଓ ପ୍ରଭାବସମ୍ପନ୍ନ ହୋଇଥାଏ। ଆକର୍ଷଣୀୟ ମଞ୍ଚରେ କଳାକାର ଯାହା ପଥପ୍ରାନ୍ତ ନାଟକରେ ତାହା ହଁି ଅନୁଭବ କରିବା ଉଚିତ। ରାଜ୍ୟସ୍ତରରେ ପଥପ୍ରାନ୍ତ ନାଟକରେ ଦୁଇଥର ମୋ ନାଟକ ଶ୍ରେଷ୍ଟ ବିବେଚିତ ହୋଇଛି। ଏହାବାଦ୍‌ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମରୁ ପୁରସ୍କୃତ ହୋଇଛି।
ପ୍ରିୟ ନାଟ୍ୟକାର ଓ କଳାକାର?
ନାଟ୍ୟକାର କୈଳାସ ମଲିକ,ଅନନ୍ତ ଓଝା, ବିଜୟ ମିଶ୍ରଙ୍କ ନାଟକ ମୋତେ ଭଲ ଲାଗେ। ନାଟ୍ୟକାର ଭାଗୀରଥି ଦାସ ମୋର ପ୍ରେରଣା। ତାଙ୍କଠାରୁ ମୁଁ ବହୁତ କିଛି ଶିଖିଛି। ମଞ୍ଚ ନାଟକର କଳାକାର ମନୋଜ ପଟ୍ଟନାୟକ ମୋ ହୃଦୟରେ ସବୁବେଳେ ରହିଛନ୍ତି।
ନାଟକର ଶ୍ରେଷ୍ଠ ଅନୁଭୂତି
‘ବୈଷ୍ଣବ’ ନାଟକରେ ବୈଷ୍ଣବ ପାଣିଙ୍କ ଚରିତ୍ରରେ ଅଭିନୟ କରିବାର ଅନୁଭୂତିକୁ ଭୁଲିପାରିବିନାହଁିି। ଏହା ଦୂରଦର୍ଶନରେ ୧୭ ଥର ପ୍ରସାରିତ ହୋଇଛି। ଏହି ନାଟକ ପାଇଁ ରାଜ୍ୟପାଳ ପୁରସ୍କାର ପାଇଛି। ‘ଶହୀଦ ସିନ୍ଦୂର’ ନାଟକ କଥା ତ ପୂରା ଭିନ୍ନ। ମୋର ଏହି ନାଟକ କାର୍‌ଗିଲ ଯୁଦ୍ଧ ଉପରେ ଆଧାରିତ। ଏହି ନାଟକର ମଞ୍ଚ ଓ ଅଭିନୟର ଅନୁଭୂତି ଅପାସୋରା ହୋଇ ରହିବ। ଏହାପାଇଁ ମୋତେ ବହୁ ପ୍ରଶଂସା ମିଳିଥିଲା।
ଅତୀତ ଓ ଏବକାର ନାଟକକୁ କେମିତି ଦେଖନ୍ତି?
ଅତୀତ ଓ ଏବକାର ନାଟକ ମଧ୍ୟରେ ବହୁତ ଫରକ୍‌। ଏବେ ନାଟକରୁ ପରମ୍ପରା ଓ ରୀତିନୀତି ଦୂରେଇଯାଉଛି, ମୌଳିକତା ରହୁନି। ନାଟକରେ ଟିକେ ପାରମ୍ପରିକ ରଙ୍ଗ ରହିଲେ ତାହାକୁ ଦର୍ଶକମାନେ ନିଶ୍ଚୟ ପସନ୍ଦ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri