ସବୁଜାଗା କଳାକାର ପାଇଁ ଶ୍ରେଷ୍ଠ ମଞ୍ଚ

ପିଲାଟିଦିନୁ ମୁହଁରେ ପାଉଁଶ ମାଖି ମିଛିମିଛିକା ନାଟକ କରୁ କରୁ ପାଲଟିଛନ୍ତି ସତ ନାଟକର ସଫଳ କଳାକାର। ନାଟକର ନିଶା ଓ ପେସାକୁ ଏକାସାଙ୍ଗରେ ନେଇ ଆଗକୁ ବଢ଼ିଛନ୍ତି। ଚାକିରିର ଚଉହଦି ବାନ୍ଧିପାରିନି ତାଙ୍କ ନାଟକର ମୋହକୁ। ଆଳାପ କ୍ରମରେ ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତକୁ ସାଉଁଟି ଆଣିଛନ୍ତି ନାଟ୍ୟକାର ତଥା ଅଭିନେତା ଅଭୟ କୁମାର ଦାସ।

ଅଭିନୟ ପ୍ରତି ଆଗ୍ରହ କେବେଠାରୁ ଆସିଥିଲା?
କଟକ ଜିଲା ମାହାଙ୍ଗା ବ୍ଲକ୍‌ର ଗୋତରା ଗାଁରେ ଏକ କଳାପ୍ରିୟ ପରିବାରରେ ମୋର ଜନ୍ମ। ପିଲାବେଳେ ବାପା ମୃଦଙ୍ଗ ବଜାଇବା ବେଳେ ମୁଁ ଗିନି ବଜାଉଥିଲି। ଗୀତ ବି ଗାଉଥିଲି। ଏଇଠୁ ମୋର କଳାର ମୂଳଦୁଆ ପଡିଥିଲା। ସେତେବେଳେ ଆମ ଗାଁରେ ଏକ କୃଷ୍ଣଲୀଳା ପାର୍ଟି ଥିଲା। ପାର୍ଟି ଯାତ୍ରା ସାରି ଆସିବା ପରେ ପୋଷାକଗୁଡିକ ଆମ ଅଗଣାରେ ଶୁଖାଯାଏ। ସେହି ପୋଷାକ ଓ ବିଭିନ୍ନ ମୁଖା ପିନ୍ଧି ମୁଁ ଭାରି ଖୁସି ହୁଏ। ମୁହଁରେ ଘଷି ପାଉଁଶ ମାରି ଷଡେଇ ଟାଙ୍ଗି ସାଙ୍ଗମାନଙ୍କ ସହ ନାଟକ କରେ। ସେହି ସମୟରୁ କଳାର ମାଟି ମାହାଙ୍ଗା ମୋତେ ଟାଣି ନେଇଗଲା ନାଟକ ଆଡକୁ।
ସରକାରୀ ଚାକିରି ସହ ଅଭିନୟ- ଏହା କେମିତି ସମ୍ଭବ ହେଉଥିଲା?
ସ୍କୁଲ ଶିକ୍ଷାପରେ ସାଲେପୁର କଲେଜରେ ପଢିବା ସମୟରେ ୧୯୮୦ ମସିହାରେ ସରକାରୀ ଚାକିରି ପାଇଲି। ପ୍ରଥମେ କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଯୋଗଦେଇଥିଲି। ସରକାରୀ ଚାକିରି ଥିଲା ମୋର ପ୍ରଥମ କର୍ତ୍ତବ୍ୟ। ଦ୍ୱିତୀୟରେ ଅଭିନୟ। ପେସା ସାଙ୍ଗରେ ଏହା ମୋର ଏକ ନିଶା। ଚାକିରିରୁ ଯେତେବେଳେ ଫୁର୍‌ସତ୍‌ ମିଳେ ସେଥିରୁ ବେଶି ସମୟ ଅଭିନୟ ଓ ଲେଖାରେ କଟାଏ। ତୃତୀୟରେ ଆସେ ମୋ ପରିବାର। ସ୍ତ୍ରୀ,ପୁଅ ଓ ଦୁଇ ଝିଅକୁ ନେଇ ମୋ ପରିବାର। ନାଟକ ପାଇଁ ପରିବାର ସବୁବେଳେ ମୋତେ ସହଯୋଗ କରିଆସିଛିି। ମୁଁ କୋରାପୁଟରେ ଚାକିରିରେ ଯୋଗ ଦେବା ପରେ ଅଲ୍‌ ଇଣ୍ଡିଆ ରେଡ଼ିଓ (ଜୟପୁର) ଯୁବବାଣୀରେ ନାଟକ କରିବା ଆରମ୍ଭ କରିଥିଲି। ସେଠାରୁ କଳା ଓ ସଂସ୍କୃତିସମ୍ପନ୍ନ ସହର କଟକ ବଦଳି ହୋଇ ଆସିବାପରେ ନାଟକ ପ୍ରତି ମୋହ ପୂରା ବଢିଯାଇଥିଲା। ପରିବହନ ବିଭାଗର ’ସଡ଼କ ସୁରକ୍ଷା, ଜୀବନ ରକ୍ଷା’ କାର୍ଯ୍ୟକ୍ରମରେ ମୁଁ ୯୦ ଦଶକର ପ୍ରାରମ୍ଭରୁ କାମ କରି ଏଥିପାଇଁ ବି ୨୦୧୩ରେ ଲାଇଫ ଟାଇମ ଆଓ୍ବାର୍ଡ ମଧ୍ୟ ପାଇଛି। ଦୀର୍ଘ ୪୦ ବର୍ଷ ଚାକିରି ପରେ ଏବେ ଅବସର ନେଇଛି। ଅବସର ପରେ ବି ନାଟକ ପାଇଁ ଅଧିକ ସମୟ ଦେବି। ନାଟକରେ ଯୁବପିଢିଙ୍କ ଭାଗୀଦାରି କେମିତି ବଢିବ ତା’ ଲାଗି ପ୍ରୟାସ କରିବି।
ପ୍ରଥମ ନାଟକ ଓ ଅଭିନୟ କେମିତି ଥିଲା?
ପିଲାଦିନେ ଗାଁରେ ଡ୍ରାମା ଦେଖିବାପରେ ଅଭିନୟ ପ୍ରତି ଆଗ୍ରହ ଆସିଥିଲା। ମୁଁ ସପ୍ତମରେ ପଢୁଥିବାବେଳେ ମହିଷାସୁର ବଧ ଗୀତିନାଟ୍ୟରେ ଅଭିନୟ ଆରମ୍ଭ କରିଥିଲି। ହାଇସ୍କୁଲରେ ‘ନାରଦ’ ନାଟକରେ ଅଭିନୟ କରିଥିଲି। ନାଟକ ଲେଖା ଆରମ୍ଭ କରିଥିଲି ଚାକିରି କରିବା ପରେ। ପ୍ରଥମେ ୧୯୯୭ ମସିହାରେ ନାଟକ ଲେଖିିଥିଲି। ତାହା ଥିଲା – ‘କୁଅ ମାଟି କୁଅରେ , ଆଉ ଦି ବୋଝ ମୁହଁରେ’। ଏବେ ସୁଦ୍ଧା ୮ଟି ନାଟକ ଲେଖିଛି। ପ୍ରଥମ ହାସ୍ୟାମତ୍କ ନାଟକ ‘ଯାହାକୁ ଯିଏ ରସିଲା’କୁ ସାର୍ଥକ ମ୍ୟୁଜିକର କ୍ୟାସେଟ କରିଥିଲି। ପ୍ରଥମ ନାଟକ ଓ ଅଭିନୟ ଭାରି ଉସତ୍ାହଜନକ ଥିଲା। ଏବେସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ମଞ୍ଚରେ ଅଭିନୟ କରିସାରିଲିଣି। ବେତାର, ଯବବାଣୀ, ଦୂରଦର୍ଶନ ଓ ଧାରାବାହିକ‘ଅହଂକାର’ରେ ବି ଅଭିନୟ କରିଛି। ଭଜନ କ୍ୟାସେଟ‘ଭାତବିକା ଜଗବନ୍ଧୁ’ କରିଥିତ୍ଲି ଯେଉଁଥିତ୍ରେ ଅକ୍ଷୟ ମହାନ୍ତି ତାଙ୍କ ଶେଷ ଭଜନ ଗାଇଥିଲେ।
ଓଡ଼ିଶାରେ ନାଟକ ମଞ୍ଚ ଓ ଅଭିନେତାଙ୍କ ଜୀବନ ସମ୍ପର୍କରେ କ’ଣ କହିବେ?
ମଞ୍ଚକଳାକାରଙ୍କ ଜୀବନ ସୁଖମୟ ନୁହେଁ। ଦର୍ଶକଙ୍କ କରତାଳିରେ ହଁି ସୁଖ ପାଆନ୍ତି। କଳାକାରମାନେ କେବଳ ଅତ୍ୟାଧୁନିକ ମଞ୍ଚକୁ ପସନ୍ଦ କରୁଛନ୍ତି। ପଥପ୍ରାନ୍ତ ନାଟକ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗୀ ଭିନ୍ନ ହୋଇଯାଇଛି। ମୁଁ ଭାବେ କଳାକାର ଯେଉଁଠି ରହି କଳା ପ୍ରଦର୍ଶନ କରେ ସେଇ ଜାଗା ତା’ ପାଇଁ ଶ୍ରେଷ୍ଠ ମଞ୍ଚ। ସବୁ ଜାଗାକୁ ମଞ୍ଚ କରିଦେଲେ ନାଟକର ଭାବ ଉକୁଟି ଉଠିବ। ଜଣେ କଳାକାର ଲାଗି ମାଟି ହଁ ଶ୍ରେଷ୍ଠ ମଞ୍ଚ। ପଥପ୍ରାନ୍ତ ନାଟକର ମଞ୍ଚ ହଁି ପଥ। ଏହି ମଞ୍ଚରେ ପ୍ରଦର୍ଶିତ ନାଟକର ପ୍ରଭାବ ସୁଦୂରପ୍ରସାରୀ ଓ ପ୍ରଭାବସମ୍ପନ୍ନ ହୋଇଥାଏ। ଆକର୍ଷଣୀୟ ମଞ୍ଚରେ କଳାକାର ଯାହା ପଥପ୍ରାନ୍ତ ନାଟକରେ ତାହା ହଁି ଅନୁଭବ କରିବା ଉଚିତ। ରାଜ୍ୟସ୍ତରରେ ପଥପ୍ରାନ୍ତ ନାଟକରେ ଦୁଇଥର ମୋ ନାଟକ ଶ୍ରେଷ୍ଟ ବିବେଚିତ ହୋଇଛି। ଏହାବାଦ୍‌ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମରୁ ପୁରସ୍କୃତ ହୋଇଛି।
ପ୍ରିୟ ନାଟ୍ୟକାର ଓ କଳାକାର?
ନାଟ୍ୟକାର କୈଳାସ ମଲିକ,ଅନନ୍ତ ଓଝା, ବିଜୟ ମିଶ୍ରଙ୍କ ନାଟକ ମୋତେ ଭଲ ଲାଗେ। ନାଟ୍ୟକାର ଭାଗୀରଥି ଦାସ ମୋର ପ୍ରେରଣା। ତାଙ୍କଠାରୁ ମୁଁ ବହୁତ କିଛି ଶିଖିଛି। ମଞ୍ଚ ନାଟକର କଳାକାର ମନୋଜ ପଟ୍ଟନାୟକ ମୋ ହୃଦୟରେ ସବୁବେଳେ ରହିଛନ୍ତି।
ନାଟକର ଶ୍ରେଷ୍ଠ ଅନୁଭୂତି
‘ବୈଷ୍ଣବ’ ନାଟକରେ ବୈଷ୍ଣବ ପାଣିଙ୍କ ଚରିତ୍ରରେ ଅଭିନୟ କରିବାର ଅନୁଭୂତିକୁ ଭୁଲିପାରିବିନାହଁିି। ଏହା ଦୂରଦର୍ଶନରେ ୧୭ ଥର ପ୍ରସାରିତ ହୋଇଛି। ଏହି ନାଟକ ପାଇଁ ରାଜ୍ୟପାଳ ପୁରସ୍କାର ପାଇଛି। ‘ଶହୀଦ ସିନ୍ଦୂର’ ନାଟକ କଥା ତ ପୂରା ଭିନ୍ନ। ମୋର ଏହି ନାଟକ କାର୍‌ଗିଲ ଯୁଦ୍ଧ ଉପରେ ଆଧାରିତ। ଏହି ନାଟକର ମଞ୍ଚ ଓ ଅଭିନୟର ଅନୁଭୂତି ଅପାସୋରା ହୋଇ ରହିବ। ଏହାପାଇଁ ମୋତେ ବହୁ ପ୍ରଶଂସା ମିଳିଥିଲା।
ଅତୀତ ଓ ଏବକାର ନାଟକକୁ କେମିତି ଦେଖନ୍ତି?
ଅତୀତ ଓ ଏବକାର ନାଟକ ମଧ୍ୟରେ ବହୁତ ଫରକ୍‌। ଏବେ ନାଟକରୁ ପରମ୍ପରା ଓ ରୀତିନୀତି ଦୂରେଇଯାଉଛି, ମୌଳିକତା ରହୁନି। ନାଟକରେ ଟିକେ ପାରମ୍ପରିକ ରଙ୍ଗ ରହିଲେ ତାହାକୁ ଦର୍ଶକମାନେ ନିଶ୍ଚୟ ପସନ୍ଦ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri