ସପ୍ତାହରେ ୩୧୬୬ କର୍ମଚାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୭।୧(ବ୍ୟୁରୋ):ଗୋଟିଏ ସପ୍ତାହରେ ୩୯ ବିଭାଗ ସମେତ ୩୦ ଜିଲାରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ ଜଣ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଦୀର୍ଘବର୍ଷ ଧରି ପଦୋନ୍ନତି ଅପେକ୍ଷାରେ ଥିବା କର୍ମଚାରୀମାନଙ୍କୁ ଆଶ୍ୱସ୍ତି ମିଳିଛି। କେତେଜଣ କର୍ମଚାରୀ ଅବସର ପୂର୍ବରୁ ପଦୋନ୍ନତି ପାଇଥିବାରୁ ଖୁସି ଅଛନ୍ତି।
ବିଭିନ୍ନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୨୪ରୁ ୩୧ ମଧ୍ୟରେ ଗ୍ରୁପ୍‌-ଏରେ ୮୫୨ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ଗ୍ରୁପ୍‌-ବିରେ ୫୨୭, ଗ୍ରୁପ୍‌-ସିରେ ୧୪୯୬ ଏବଂ ଗ୍ରୁପ୍‌-ଡିରେ ୨୯୧ ଜଣଙ୍କୁ ପଦୋନ୍ନତି ଦିଆଯାଇଛି। ସେହିପରି ୨୦୧୯ ଜାନୁୟାରୀରୁ ନଭେମ୍ବର ମାସ ସୁଦ୍ଧା ବିଭିନ୍ନ ବର୍ଗର ୯୭୬୬ ଜଣ ପଦୋନ୍ନତି ପାଇଛନ୍ତି। ଡିସେମ୍ବରରେ ପଦୋନ୍ନତି ପାଇଥିବା ୩୧୬୬ ଜଣଙ୍କୁ ମିଶାଇ ୨୦୧୯ରେ ବିଭିନ୍ନ ବର୍ଗର ମୋଟ୍‌ ୧୨,୯୩୨ ଜଣ କର୍ମଚାରୀ ପଦୋନ୍ନତି ସୁବିଧା ପାଇପାରିଛନ୍ତି। କେବଳ ଜିଲାସ୍ତରରେ ଏହି ସମୟ ମଧ୍ୟରେ ୩୧୩୯ ଜଣ ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷକରି ପଦୋନ୍ନତି ଦେବାକୁ ସବୁ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ଜିଲାଗୁଡିକୁ ମୁଖ୍ୟମନ୍ତ୍ରୀ ୨୦୧୯ ଡିସେମ୍ବର ୨୩ରେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗୀୟ ଅଧିକାରୀ ମଧ୍ୟ ଚଳଚଞ୍ଚଳ ହୋଇ ପଦୋନ୍ନତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିଥିଲେ। ଡିସେମ୍ବର ମାସ ଶେଷ ସପ୍ତାହରେ ବିଭିନ୍ନ ବିଭାଗରୁ ଏତେସଂଖ୍ୟକ କର୍ମଚାରୀ ପଦୋନ୍ନତି ପାଇବା ଏକ ରେକର୍ଡ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ନିମ୍ନ ଏବଂ ମଧ୍ୟମ ବର୍ଗର କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ବ ଓ ଅଯଥା ହଇରାଣ ହରକତ ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷୋଭପ୍ରକାଶ କରିଥିଲେ। ପଦୋନ୍ନତି ପାଇଥିବା କର୍ମଚାରୀଙ୍କ ମଧ୍ୟରୁ ସ୍ବରାଷ୍ଟ୍ର ବିଭାଗର ସର୍ବାଧିକ ୨୩୩୦ ଜଣ ପଦୋନ୍ନତି ପାଇଥିବାବେଳେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ୧୩୦୭ ଜଣ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ୧୨୫୧ ଜଣ ପଦୋନ୍ନତି ପାଇଛନ୍ତି। ସେହିପରି ଜିଲାସ୍ତରରେ କଟକ ଜିଲାର ସର୍ବାଧିକ ୭୪୮ଜଣ କର୍ମଚାରୀ ପଦୋନ୍ନତି ପାଇଥିବା ବେଳେ ମୟୂରଭଞ୍ଜ ଜିଲାର ୨୮୧ ଏବଂ ଗଞ୍ଜାମରେ ୧୯୪ ଜଣ ପଦୋନ୍ନତି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ହାଟରୁ ଉଠିବ ଅଳିଆ

ଭୁବନେଶ୍ୱର, ୭।୧୧(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ଥିବା ହାଟଗୁଡିକୁ ଆବର୍ଜନାମୁକ୍ତ କରାଯିବ। ଦୋକାନରୁ ବାହାରୁଥିବା ଅଳିଆ ଯଥା ପରିବା ଚୋପା, ପଚାଶଢ଼ା ପରିବା ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସିଧାସଳଖ...

ଏସ୍‌ସିବିରେ ଆଉ ଜଣେ କରୋନା ସନ୍ଦିଗ୍ଧ

କଟକ ଅଫିସ,୧୬।୩: କରୋନା ସନ୍ଦେହରେ ଭୁବନେଶ୍ୱରର ଜଣେ ଯୁବକ ରବିବାର ବିଳମ୍ବିତ ରାତିରେ ଏସ୍‌ସିବି ମେଡିକାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି। ସେ ପୂର୍ବରୁ ଥଣ୍ଡା,...

କ୍ୟାପିଟାଲ ହସ୍ପିଟାଲରେ ଜରାରୋଗୀ ୱାର୍ଡ ଉଦ୍‌ଘାଟିତ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପରେ ବ୍ୟାପକ ସୁଧାର ଆସିଥିବାବେଳେ ବୁଧବାର ହସ୍ପିଟାଲ ପରିସରରେ ଜରାରୋଗୀ ୱାର୍ଡ ବା ଜେରିଆଟ୍ରିକ୍‌ ୱାର୍ଡ ଉଦ୍‌ଘାଟିତ ହୋଇଯାଇଛି। ବୃଦ୍ଧାବୃଦ୍ଧମାନଙ୍କ...

ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ

ଜଗତ୍‌ସିଂହପୁର ଅଫିସ, ୨୭ା୮: ଜଗତ୍‌ସିଂହପୁର ଚାଟରା ବିଶୋଇ ସାହିର ଟୁନି ଦେଈ(୮୩) ୨ ପୁଅ ଓ ଗୋଟିଏ ଝିଅ ଜନ୍ମ କରି ମଧ୍ୟ ଅସହାୟ। କାରଣ...

ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୨୧୫ ନୂଆ କରୋନା ଆକ୍ରାନ୍ତ; ଖୋର୍ଦ୍ଧା-କଟକରୁ ସର୍ବାଧିକ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭୨ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ...

୩ ଦିନ ଧରି ହେବ ସାତକୋଶିଆରେ କୁମ୍ଭୀର ଗଣନା

ଗଣିଆ,୯ା୧(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ୯ ତାରିଖରୁ କୁମ୍ଭୀର ଗଣନା...

ସୁନ୍ଦରମ୍‌ ଫାଇନାନ୍ସରୁ ୧.୪୩ କୋଟି ଋଣ ଠକେଇ: ସଂସ୍ଥାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ, ସାନଭାଇ ଗିରଫ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଜାଲ କାଗଜପତ୍ରରେ ସୁନ୍ଦରମ ଫାଇନାନ୍ସ ଲିମିଟେଡ୍‌ରୁ ୧ କୋଟି ୪୩ ଲକ୍ଷ ଟଙ୍କା ଋଣ ଠକେଇରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶନିବାର...

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୧ା୬(ବ୍ୟୁରୋ) : ଗୁରୁବାର ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବୁଧବାର ପାଣିପାଗ ବିଭାଗ...

Advertisement
Archives

Model This Week