Posted inଖେଳ

ସପରିବାରେ ଯାଇପାରିବେନି ପାକିସ୍ତାନ ଖେଳାଳି

କରାଚୀ, ୧୬ା୬ (ପି.ଟି.)-ଇଂଲଣ୍ଡ ଟୁର୍‌ ବେଳେ ଖେଳାଳି ଓ ଅଫିସିଆଲମାନେ ସେମାନଙ୍କ ସାଥିରେ ପରିବାର ନେଇ ଯିବାକୁ ଅନୁମତି ଦେବ ନାହିଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। କୋଭିଡ୍‌-୧୯ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ମାସ ଶେଷ ଭାଗରେ ୨୯ ଖେଳାଳି ଓ ୧୪ଅଫିସିଆଲଙ୍କୁ ଏକ ସ୍ବତନ୍ତ୍ର ଚାଟର୍ଡ ବିମାନରେ ଇଂଲଣ୍ଡ ଆଣିବା ଲାଗି ଇଂଲିଶ କ୍ରିକେଟ ବୋର୍ଡ (ଇସିବି)ପ୍ରାୟ ୫ ଲକ୍ଷ ପାଉଣ୍ଡ ଖର୍ଚ୍ଚ କରୁଥିବା କୁହାଯାଉଛି।

ପିସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଖେଳାଳିମାନଙ୍କ ସହ ସେମାନଙ୍କ ପରିବାର ଇଂଲଣ୍ଡ ଗସ୍ତରେ ଯିବା କିଛି ମାନେ ନାହିଁ। କାରଣ କୋଭିଡ୍‌-୧୯ ଯୋଗୁ ସେଠାରେ ଖେଳାଳିମାନଙ୍କୁ ଅଲଗା ରଖାଯିବାର ବ୍ୟବସ୍ଥା ହୋଇଛି। ପରିବାର ସଦସ୍ୟଙ୍କ ସହ ଖେଳାଳିମାନେ କଥାବାର୍ତ୍ତା ହୋଇପାରିବେ ନାହିଁ। ଏହି ଟୁର ସେପ୍ଟେମ୍ବରରେ ଶେଷ ହେବ। ଇଂଲଣ୍ଡରେ ପାକିସ୍ତାନ ୩ ଟେଷ୍ଟ ଏବଂ ସମାନ ସଂଖ୍ୟକ ଟି୨୦ ଖେଳିବ। କୋଭିଡ୍‌-୧୯ ମହାମାରୀ ଆଶଙ୍କା ଯୋଗୁ ଜୈବ-ସୁରକ୍ଷା ପରିବେଶ ମଧ୍ୟରେ ଏହି ସିରିଜ ଜୁଲାଇ ୩୦ରୁ ଆରମ୍ଭ ହେବ। ବୋର୍ଡ ଖେଳାଳିମାନଙ୍କୁ କହିଛି ସେମାନେ ଇଂଲଣ୍ଡରେ ପହଞ୍ଚତ୍ବାମାତ୍ରେ ବର୍ମିଂହାମ୍‌ରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ସେଠାରୁ ସେମାନେ ମାଞ୍ଚେଷ୍ଟର ଯାଇ ଆଇସୋଲେଶନରେ ୩ ରୁ ୪ ସପ୍ତାହ ରହି ପ୍ରାକ୍ଟିସ ଓ ଟ୍ରେନିଂ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୋପାନ୍ନା ଓ ଶାପୋଭାଲୋଭ୍‌ ପରାସ୍ତ

ସିନସିନାଟି, ୨୫ା୮(ପି.ଟି.)-ପାଞ୍ଚ ମାସ ପରେ ଆକ୍ସନକୁ ଫେରିଥିବା ରୋହନ ବୋପାନ୍ନା ଓ ତାଙ୍କ କାନାଡିଆନ ପାର୍ଟନର ଡେନିସ ଶାପୋଭାଲୋଭ୍‌ ଓ୍ବେଷ୍ଟର୍ନ ଆଣ୍ଡ୍‌ ସଦର୍ନ ଓପନ୍‌ ପୁରୁଷ...

ଦକ୍ଷିଣ ଆଫ୍ରିକା ‘ଏ’ ୩୬ ରନରେ ପରାସ୍ତ: ଭାରତ‘ଏ’ ୪-୧ରେ ସିରିଜ ଜିତିଲା

ଥିରୁଭାନନ୍ତପୁରମ, ୬।୯(ପି.ଟି.): ଶୁକ୍ରବାର ଏଠାରେ ଅନୁଷ୍ଠିତ ୫ମ ତଥା ଅନ୍ତିମ ଅନଅଫିସିଆଲ ଏକଦିବସୀୟ କ୍ରିକେଟ ମ୍ୟାଚରେ ଭାରତ ‘ଏ’ ୩୬ ରନରେ ଦକ୍ଷିଣ ଆଫ୍ରିକା ‘ଏ’କୁ...

ଇମାମ୍‌ ପାକିସ୍ତାନ ମହିଳା ଟିମ୍‌ କୋଚ: ମାହାରୁଫ ଅଧିନାୟିକା

କରାଚୀ,୧୪।୧୧(ପି.ଟି.)- ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଇକ୍‌ବାଲ ଇମାମ ପାକିସ୍ତାନ ଜାତୀୟ ମହିଳା କ୍ରିକେଟ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ...

ଟି୨୦ ବିଶ୍ୱକପ୍‌: ୨୮ ସୁଦ୍ଧା ନିଷ୍ପତ୍ତି

ନୂଆଦିଲ୍ଲୀ, ୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି...

ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମନା

ଚେନ୍ନାଇ,୨୧।୪: ଆଇପିଏଲର ୧୪ତମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ମୁମ୍ବାଇ ଉପରେ ଏହି...

୨ରୁ ୩ ମ୍ୟାଚ୍‌ ବାଦ୍‌ ପଡ଼ିବେ ଭୁବି- କୋହଲି

ମାଞ୍ଚେଷ୍ଟର,୧୭।୬(ପି.ଟି.)- ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ପେସର ଭୁବନେଶ୍ୱର କୁମାରଙ୍କ ମାଂସପେଶୀ ଟାଣି ହୋଇଯାଇଛି। ଏଥିଯୋଗୁ ସେ ଅତିକମ୍‌ରେ ୨ରୁ ୩ ବିଶ୍ୱକପ୍‌ ମ୍ୟାଚ୍‌ରୁ ବାଦ୍‌...

ଓଡ଼ିଶା ମହିଳା ଥ୍ରୋ ବଲ୍‌ ଦଳକୁ ରୌପ୍ୟ ପଦକ

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-ବର୍ଦ୍ଧମାନଠାରେ ମଙ୍ଗଳବାର ଶେଷ ହୋଇଥିବା ଜାତୀୟ ସିନିୟର ଥ୍ରୋ ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ମହିଳା ଦଳ ରନର୍ସଅପ୍‌ ହୋଇ ଐତିହାସିକ ସଫଳତା ଲାଭ...

ଗୋଲ୍‌ ରୁପାନ୍ତର ହାର ବୃଦ୍ଧିକୁ ମାରିଜନେଙ୍କ ଗୁରୁତ୍ୱ

ହୀରୋଶିମା (ଜାପାନ), ୧୭ା୬ (ପି.ଟି.)- ଭାରତୀୟ ମହିଳା ହକି ଦଳକୁ ଏହାର ଗୋଲ ରୁପାନ୍ତର ହାରରେ ବୃଦ୍ଧି ଆବଶ୍ୟକତା ରହିଛି ବୋଲି ଦଳର ମୁଖ୍ୟ କୋଚ୍‌...

Advertisement
Archives

Model This Week