Posted inଫୁରସତ

ସନ୍ତାନ ପାଇଁ ନୁଡଲ୍ସରେ ଘର ତିଆରିକଲେ ବାପା

ଆମେ ସମସ୍ତେ ନୁଡଲ୍ସକୁ କେବଳ ଖାଦ୍ୟ ରୂପେ ବ୍ୟବହାର କରିଥାଉ। ମାତ୍ର ଚାଇନାର ଜଣେ ବ୍ୟକ୍ତି ଏହାର ବ୍ୟବହାର କରି କିଛି ଭିନ୍ନ ଦେଖାଇଛନ୍ତି। ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଥିବା ଝାଙ୍ଗ ନାମକ ଜଣେ ବ୍ୟକ୍ତି ନୁଡଲ୍ସ ସାହାଯ୍ୟରେ ନିଜର ଆଗାମୀ ପିଲା ପାଇଁ ଏକ ଛୋଟ ଘର ତିଆରି କରିଛନ୍ତି। ଏହି ପ୍ଲେ ହାଉସ୍‌ ତିଆରି କରିବା ପରେ ଝାଙ୍ଗ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଛି।
ଝାଙ୍ଗଙ୍କ କହିବା ଅନୁଯାୟୀ, ତାଙ୍କର ଜଣେ ବନ୍ଧୁ ନୁଡଲ୍ସ ହୋଲ୍‌ସେଲର। ଅବଧି ଶେଷ ହୋଇଯାଇଥିବା ବହୁ ନୁଡଲ୍ସ ତାଙ୍କ ପାଖରେ ଥିଲା। ଖରାପ ହୋଇଯାଇଥିବା ଏହି ନୁଡଲ୍ସକୁ ତାଙ୍କ ବନ୍ଧୁ ଫୋପାଡ଼ିବାକୁ ଚାହୁଁଥିଲେ। ମାତ୍ର ଝାଙ୍ଗ ତାହାକୁ ଫୋପାଡ଼ିବାକୁ ନ ଦେଇ ଘରକୁ ଆଣି ଏପରି ଆକୃତି ଦେଇଛନ୍ତି। ପ୍ରାୟ ୨ ହଜାର ନୁଡଲ୍ସ ପ୍ୟାକେଟ ସାହାଯ୍ୟରେ ସେ ଏହି ଘର ନିର୍ମାଣ କରିଛନ୍ତି। ଘରେ ଏକ ଖଟ ପଡ଼ିଛି। ଉକ୍ତ ଖଟରେ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ଶୋଇପାରିବେ। ଏହି ଘରେ ଝରକା ଥିବା ବେଳେ ଲାଇଟ୍‌ ମଧ୍ୟ ଲଗାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଝାଙ୍ଗଙ୍କ ଏପରି କାମକୁ ନେଇ କେତେଜଣ ପ୍ରଶଂସା କରୁଥିବା ବେଳେ ଆଉ କେତେକେ ନାନା କଥା କହୁଛନ୍ତି। ତେବେ କେତେଜଣ ଲୋକଙ୍କ କହିବା କଥା ହେଲା, ଅବଧି ଶେଷ ହୋଇଥିବା ଏହି ନୁଡଲ୍ସକୁ ଛୋଟ ପିଲା ଭୁଲ୍‌ରେ ଖାଇଦେଲେ ବିଭିନ୍ନ ପ୍ରକାର ସମସ୍ୟା ହେବ। ଖରାପ ହୋଇଯାଇଥିବା ନୁଡଲ୍ସରୁ ବିଭିନ୍ନ ପ୍ରକାର ପୋକ ଏବଂ ରୋଗ ମଧ୍ୟ ଜାତ ହେବ। ତେଣୁ ଶିଶୁର ସ୍ବାସ୍ଥ୍ୟ ଦୃଷ୍ଟିରୁ ଏପରି ଘର ତିଆରି କରିବା ଠିକ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକମାନେ ରାସ୍ତାରେ ଯାଉଥିଲେ, ହଠାତ୍‌ ହେଲା ଭୂସ୍ଖଳନ: ଆଉ ତା’ପରେ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। କିଛି ଭିଡିଓ ଆପଣଙ୍କୁ ହସାଇଥାଏ, କିଛି ଭିଡିଓ ଆପଣଙ୍କୁ ଭୟଭୀତ କରେ। ନିକଟରେ...

୧୦୦ ବର୍ଷ ପରେ ଫେରିଲେ ଆମେରିକୀୟ ନେଉଳ

ନୂଆଦିଲ୍ଲୀ: ପ୍ରାୟ ୧୦୦ ବର୍ଷ ପରେ ପୁଣି ଫେରିଛନ୍ତି ଓ୍ବଲ୍‌ଭରିନ୍‌ସ୍‌(ଆମେରିକୀୟ ନେଉଳ)। ଆମେରିକାର ଓ୍ବାଶିଂଟନସ୍ଥିତ ମାଉଣ୍ଟ ରେନିଅର ନ୍ୟାଶନାଲ ପାର୍କରେ ଏମାନଙ୍କ ସନ୍ଧାନ ମିଳିଛି। ଏ...

ଭିଡିଓ କଲା ବେଳେ ପାଚେରି ଡେଇଁ ଆସିଲା ବାଘ, ଆଉ ତା’ ପରେ…

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ବର୍ଷକରେ ୧ କୋଟିରୁ ଅଧିକ ଜରିମାନା ଆଦାୟ କରି ରେକର୍ଡ କଲେ ଏହି ଟିଟିଇ

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟିଟିଇଙ୍କୁ ଟିକେଟ ଯାଞ୍ଚ କରୁଥିବା ଦେଖିବାକୁ ମିଳେ। ଟିକେଟ ନ ଥିଲେ ଯାତ୍ରୀଙ୍କଠାରୁ ସେ ଜରିମାନା ମଧ୍ୟ ଆଦାୟ କରନ୍ତି।...

ସମୁଦ୍ର କୂଳରେ ବାଲ୍‌ଟି ବାଲ୍‌ଟି କଇଁଛ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୨ ଫୁଟ ବରଙ୍କୁ ୪ ଫୁଟ କନ୍ୟା, ଭାଇରାଲ ହେଉଛି ବିବାହ ବେଳର ଫଟୋ

କୁହାଯାଏ,ବିବାହ ଉପରବାଲା ଯୋଡ଼ିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ମୁମିଦିବରାମରେ। ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବରଙ୍କ...

କରୋନା ପଜିଟିଭ୍‌ ପରେ ବି କମି ନାହିଁ ମନୋବଳ: ଯୋଗ, ବ୍ୟାୟାମ କରୁଛନ୍ତି ପୋଲିସକର୍ମୀ

ନୂଆଦିଲ୍ଲୀ,୨୪।୪: ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୋଇପଡ଼ିଛି। ସମସ୍ତେ ଏହି ସଂକ୍ରମଣକୁ ନେଇ ଭୟଭୀତ ହୋଇପଡ଼ିଥିବା ବେଳେ ଏହାରି ଭିତରେ ଦିଲ୍ଲୀ ପୋଲିସର...

ସାର୍ବଜନୀନ ଶିଶୁ ଦିବସ: ସଂକଳ୍ପର ଦିନଟିଏ

୨୦ ନଭେମ୍ବର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୧୯୫୯ରେ ଏହି ଦିନ ଜାତିସଂଘ ସାଧାରଣ ପରିଷଦ ଶିଶୁ ଅଧିକାର ଘୋଷଣାନାମାକୁ ଗ୍ରହଣ କରିଥିଲା। ୧୯୮୯ରେ ଠିକ୍‌ ଏହି...

Advertisement
Archives

Model This Week