ଖଣ୍ଡପଡ଼ା,୫ା୯(ସ୍ବ.ପ୍ର.): ଓଡିଶାର ପୁରପଲ୍ଲୀରେ ଷଠିଓଷା ଧୁମ୍ଧାମରେ ପାଳନ କରାଯାଏ ା ସନ୍ତାନଙ୍କ ଦୀର୍ଘଜୀବନ କାମନା କରି ମା’ମାନେ ଏହି ଓଷା ପାଳନ କରିଥାନ୍ତି। ବୁଧବାର ପବିତ୍ର ଷଠିଓଷା ତିଥିରେ ଖଣ୍ଡପଡା ବ୍ଲକର ଖଣ୍ଡପଡା, ଜଗନ୍ନାଥ ପ୍ରସାଦ, କୋସକା, ଢୋଲମରା, କୁମ୍ଭାରପଡା, କଣ୍ଟିଲୋ, ବାଣପୁର, ବଳରାମପ୍ରସାଦ, ସିଧାମୂଳା, ବେଣାଗାଡିଆ, ଧାନଚେଙ୍ଗଡା, ଖଳିସାହି ଆଦି ଅଞ୍ଚଳରେ ଓଷା ପାଳନ କରାଯାଇଛି । ଏହି ପୂଜାର ବିଶେଷତ୍ୱ ହେଉଛି ଷଠିଓଷା ଉଦ୍ଯାପନ ପରେ ମା’ମାନେ ସେମାନଙ୍କ ପିଲାଙ୍କୁ ବଜ୍ରମୂଳି ଗଛରେ ବାଡେଇବା । ମା’ର ବଜ୍ରମୂଳି ମାଡ଼କୁ ମନେ ପକାଇ ଏହାର ରହସ୍ୟ ଅବତାରଣା କରିଛନ୍ତି ଖଣ୍ଡପଡା ଓ କଣ୍ଟିଲୋ ଅଞ୍ଚଳର କେତେକ ବୁଦ୍ଧିଜୀବୀ । ଏମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର ଏଲୋରା ମହାନ୍ତି, ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସାହୁ, ଗୃହିଣୀ ଜୟପ୍ରଭା ସାହୁ, ଇଂ. ସୁଦିପ୍ତା ପଣ୍ଡା ପ୍ରମୁଖ । ଏମାନେ ମା’ର ସ୍ନେହକୁ ସୁରକ୍ଷା ପ୍ରାଚୀର ସଦୃଶ ବର୍ଣ୍ଣନା କରିବା ସହ ବଜ୍ରମୂଳିର ବ୍ୟବହାର ଉପରେ ଅବଗତ କରାଇଥିଲେ । ଏହି ଓଷା ସମୟରେ ମା’ମାନେ ବଜ୍ରମୂଳି ଧରି ପିଲାମାନଙ୍କ ଫେରିବା ବାଟକୁ ଚାହିଁ ବସୁଥିଲେ । ସନ୍ଧ୍ୟାରେ ପିଲାମାନେ ଘରେ ପହଞ୍ଚତ୍ବା ମାତ୍ରେ ମା’ମାନେ ବଜ୍ରମୂଳି ଗଛରେ ୭ଥର ପିଟିବା ପରେ ଷଠି ମା’ଙ୍କୁ ପିନ୍ଧାଯାଇଥିବା ହଳଦୀ ଭିଜା କନାକୁ ଚିରି ସେମାନଙ୍କ ବେକରେ ବାନ୍ଧି ଦେଇଥାନ୍ତି । ବଜ୍ରମୂଳିରେ ପିଲାଙ୍କୁ ମାରିଲେ ସେମାନଙ୍କ ଦେହ ସୁସ୍ଥ ରହିବା ସହ ବଜ୍ର ଭଳି କଠିନ ହେବ । ଏହାଛଡା କୌଣସି ଅଶୁଭ ଶକ୍ତି ସେମାନଙ୍କ ଦେହରେ ପ୍ରବେଶ କରିପାରିବ ନାହିଁ ବୋଲି ଷଠିଓଷା କରୁଥିବା କେତେକ ମହିଳା ପ୍ରକାଶ କରିଥିଲେ । ସକାଳୁ ଗୃହିଣୀମାନେ ବିଭିନ୍ନ ସ୍ଥାନରୁ ବଣ ସାରୁ ଓ ବଜ୍ରମୂଳି ଗଛ, ଦୁବ ବରକୋଳି ପତ୍ର, ଫୁଲ ଆଦି ସଂଗ୍ରହ କରିବା ପରେ ଘରେ ଥିବା ଶିଳ, ଶିଳପୁଆକୁ ଧୋଇ ସଫା କରିଥିଲେ । ଶିଳପୁଆରେ ହଳଦୀ ଲେପି ୬ ଖଣ୍ଡ ହଳଦୀ କନା ଗୁଡାଇ କଉଡିରେ ମଥା ଚିତା, ଦୁଇ ଆଖି ଓ ପାଟି ପ୍ରସ୍ତୁତ କରି ଷଠୀ ଦେବୀ ଭାବରେ ପୂଜା ବେଦୀରେ ସ୍ଥାପନା କରିଥିଲେ । ବେଦୀରେ ଚିତା ପକାଇବା ପରେ ଷଠୀ ବୁଢୀ ମା’ଙ୍କ ପାଖରେ ବଜ୍ରମୂଳି ଓ ବଣ ସାରୁ ଗଛ ରଖିଥିଲେ । ଘରେ ପ୍ରସ୍ତୁତ ହୋଇଥିବା ୬ ତରକାରି, ୬ ପିଠାକୁ ମା’ଙ୍କୁ ସମର୍ପଣ କରି ପୂଜା କରିଥିଲେ । ସନ୍ଧ୍ୟାରେ ମା’ଙ୍କୁ ବନ୍ଦାପନା କରଯାଇ ଓଷା ଉଦ୍ଯାପନ କରାଯାଇଥିଲା ।
Posted inଆମ ଜିଲା ଖବର View All
ଜାତୀୟ ରାଜପଥର ଫୁଟ୍ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…
ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…
ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…
ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…
ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…
ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…
ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍କୁ ଦ୍ରୁତଗତିରେ ଆସି ଜଣେ ବାଇକ୍କୁ ଧକ୍କା…
ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…
ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…
ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ
କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ…
ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ
ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…
ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…
ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…
Archives

