ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ବିଏମ୍‌ସି

ଭୁବନେଶ୍ୱର, ୮।୪(ବ୍ୟୁରୋ): ଭୁବନେଶ୍ୱର ସତ୍ୟନଗରକୁ ବୁଧବାର ବିଏମ୍‌ସି କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି । ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଏହି ସଂକ୍ରମିତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଅର୍ଥାତ୍‌ ସେ ବାହାର ଦେଶକୁ ଯାଇ ନାହାନ୍ତି କି ଦେଶର କୌଣସି ଅଞ୍ଚଳକୁ ମଧ୍ୟ ଯାଇ ନ ଥିବା ଜଣାପଡ଼ିଛି।
ତେଣୁ ସତ୍ୟନଗର ଛକରୁ-କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ-ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସ, ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସରୁ ସତ୍ୟନଗର ଛକରେ ଥିବା ବିଗ୍‌ବଜାର ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍‌ କରାଯାଇଛି। ଏହି ଅଞ୍ଚଳ ଭିତରକୁ କାହାକୁ ଛଡ଼ା ଯିବ ନାହିଁ କିମ୍ବା ଏହା ଭିତରୁ କେହି ବାହାରକୁ ବାହାରି ପାରିବେ ନାହିଁ। ବିଏମ୍‌ସିୁ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚାଇ ଦିଅରଯିବ। କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍‌ ବନ୍ଦ ରହିବ। ଏହି ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଲାଗି ହେଲ୍‌ପ ଲାଇନ୍‌ ନମ୍ବର ୧୯୨୯ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ଥମୁନି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ଟି ପର୍ଯ୍ୟାୟ ଭୋଟ ଗ୍ରହଣ ମଙ୍ଗଳବାର ଶେଷ ହୋଇଛି। ତେବେ ହିଂସାକାଣ୍ଡ ନିର୍ବାଚନ ପିଛା ଛାଡୁନାହିଁ। ଗତ ୩ଟି...

ଡେଙ୍ଗୁ: ସହରବାସୀ ଆତଙ୍କିତ

କଟକ ଅଫିସ, ୪ା୭: କଟକ ସହରରେ ଜଣ୍ଡିସ ପରେ ଏବେ ଡେଙ୍ଗୁ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ସହରରେ ବିଶୁଦ୍ଧ...

ସମୁଦ୍ରରେ ଭାସିଯାଇ ବଙ୍ଗୀୟ ପର୍ଯ୍ୟଟକ ନିଖୋଜ

ଭୋଗରାଇ,୧୬।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ସମୁଦ୍ରକୂଳରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ବୁଧବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ସମୁଦ୍ର ସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି। ନିଖୋଜ...

‘୩ୟ ଡୋଜ୍‌ ମାଗଣାରେ ଦିଆଯିବା ପାଇଁ କେନ୍ଦ୍ରକୁ କହିବୁ’

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଲେଣି। ଏହାରି ମଧ୍ୟରେ ଟିକାକରଣକୁ ନେଇ...

ଗଞ୍ଜାମ ବ୍ଲକରେ କରୋନା ସ୍ଥିତି ସମୀକ୍ଷାକଲେ ଜିଲାପାଳ

ଗଞ୍ଜାମ,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କନ୍‌ଫରେନ୍ସ ହଲ୍‌ରେ ଶନିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କରୋନା (କୋଭିଡ ୧୯) ମୁକାବିଲା କେମିତି ଚାଲିଛି ସେ ନେଇ ସ୍ଥିତି...

ଦେଶରେ କମିଲା ସଂକ୍ରମଣ: ଆଜି ୩୬,୫୭୧ ଆକ୍ରାନ୍ତ ଚିହ୍ନଟ, ୫୪୦ ମୃତ

ନୂଆଦିଲ୍ଲୀ,୨୦ା୮: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୫୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୦ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ବର୍ତ୍ତମାନ ଆକ୍ଟିଭ...

ବିଜେଡି ହାତରେ ପୁଣି ଅତାବିରା ଏନ୍ଏ‌ସି : ଭାଜପା ମୂଳପୋଛ, କଂଗ୍ରେସକୁ ଗୋଟିଏ ଆସନ

ବରଗଡ଼ ଅଫିସ/ସରଣ୍ଡା,୫।୪(ଡିଏନଏ): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ବୁଧବାର ଘୋଷିତ ହୋଇଛି। ବିଜେ ବନମାଳୀ ବରିହା ସର୍ବାଧିକ ୪୮୧୯ ଭୋଟ ପାଇ ନଗରପାଳଭାବେ...

ଅଳ୍ପ କେଇଘଣ୍ଟା ପରେ ଭୁବନେଶ୍ବରରେ ପହଞ୍ଚତ୍ବ ଡାକୋଟା

ବାଲେଶ୍ୱର ଅଫିସ, ୧୮।୧: ବିଜୁ ପଟ୍ଟନାୟକଙ୍କ ସ୍ମୃତି ଡାକୋଟା ଭିଟି-ଏୟୁଆଇ ବିମାନ ବୁଧବାର ପୂର୍ବାହ୍ନରେ ଓଡ଼ିଶାକୁ ଫେରିଛି। ସକାଳେ ଲକ୍ଷ୍ମଣନାଥ ଟୋଲଗେଟ୍‌ ଦେଇ ୩ଟି ଲରିରେ...

Advertisement
Archives

Model This Week