Posted inଜାତୀୟ

ସତସଙ୍ଗ ପକ୍ଷରୁ କୋଭିଡ୍‌-୧୯ ମୁକାବିଲା ପାଇଁ ପିଏମ୍‌ କେୟାର୍ସ ପାଣ୍ଠିକୁ ୧୦ କୋଟି ଦାନ

ଦେଓଘର,୯।୪: କରୋନା(କୋଭିଡ୍‌-୧୯) ସଂକ୍ରମିତଙ୍କ ସଂଖ୍ୟା ପୃଥିବୀରେ ବଢ଼ିବାରେ ଲାଗିଛି। ଭାରତରେ କରୋନା ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି।  ସ୍ଥିତିକୁ ସ୍ବାଭାବିକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବାସୀ ଏକଜୁଟ ହୋଇଛନ୍ତି। ଏହି ମର୍ମରେ ସତସଙ୍ଗର ପୂଜ୍ୟପାଦ ଆଚାର୍ଯ୍ୟ ଦେବ ଶ୍ରୀଶ୍ରୀଦାଦା କୋଭିଡ୍‌-୧୯ ମୁକାବିଲା ପାଇଁ ପିଏମ୍‌ କେୟାର୍ସ ପାଣ୍ଠିକୁ ୧୦ କୋଟି ଦାନ ଦେଇଛନ୍ତି। ଏ ସମ୍ପର୍କରେ ଝାଡ଼ଖଣ୍ଡର ଦେଓଘରସ୍ଥିତ ମୁଖ୍ୟ ସତସଙ୍ଗ ଆଶ୍ରମର ସେକ୍ରେଟାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା ଯୋଗୁ ଭାରତରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ଲାଗି ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଅନୁସାରୀ ଏବଂ ଅନୁଗାମୀ ସତସଙ୍ଗୀମାନେ ସମ୍ମିଳିତ ହୋଇ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସଭିଏଁ କିପରି ସରକାରୀ ନିର୍ଦ୍ଦେଶକୁ ମାନିବେ ଏବଂ ସୁରକ୍ଷିତ ରହିବେ ସେନେଇ ସତସଙ୍ଗୀମାନଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାତକ ହେଲାଣି ସିଏଏ ନିଆଁ: ପୋଲିସ ଗୁଳିରେ ଟଳିଲେ ୩ ବିକ୍ଷୋଭକାରୀ

ମାଙ୍ଗାଲୁରୁ/ଲକ୍ଷ୍ନୌ, ୨୦।୧୨:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧକରି ଦେଶବ୍ୟାପୀ ମୁଣ୍ଡଟେକିଥିବା ଆନ୍ଦୋଳନର ନିଆଁ ଘାତକ ହେଲାଣି। କର୍ନାଟକର ମାଙ୍ଗାଲୁରୁ ଓ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ବିକ୍ଷୋଭ...

ଭାରତ ଯୋଡୋ ଯାତ୍ରାରେ କମଲ ହାସନ…

ନୂଆଦିଲ୍ଲୀ,୨୪।୧୨ : କୋଭିଡ ପ୍ରୋଟୋକଲ ପାଳନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆବେଦନ ମଧ୍ୟରେ ଶନିବାର ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହ ହଜାର ହଜାର ଲୋକ କଂଗ୍ରେସର ଭାରତ...

ଧାର୍ମିକ ନାମ-ପ୍ରତୀକ ବ୍ୟବହାର ନେଇ ସୁପ୍ରିମ୍‌କୋର୍ଟଙ୍କ କଠୋର ଆଭିମୁଖ୍ୟ, ଇସିଙ୍କୁ ନୋଟିସ୍‌…

ନୂଆଦିଲ୍ଲୀ, ୫।୯ : ରାଜନୈତିକ ଦଳଗୁଡ଼ିକ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ...

ବିଶ୍ୱକପ୍‌ ଜିତାଇପାରିବେ କି ଦ୍ରାବିଡ-ରୋହିତ ଯୋଡି: ସଚିନ କହିଲେ…

ନୂଆଦିଲ୍ଲୀ,୨୮।୧: ଗତ କିଛି ମାସ ମଧ୍ୟରେ ଭାରତୀୟ କ୍ରିକେଟ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। କୋଚ ଭାବରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ...

କଶ୍ମୀର ଜଳୁଛି, ସରକାର କରୁଛନ୍ତି ଫିଲ୍ମ ପ୍ରମୋଶନ, କହିଲେ ସଞ୍ଜୟ…

ମୁମ୍ବାଇ, ୫।୬ : ଜମ୍ମୁ-କଶ୍ମୀରରୁ ହିନ୍ଦୁମାନଙ୍କ ପଳାୟନ କରିବା ନେଇ ଶିବସେନା ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଶିବସେନା ପକ୍ଷରୁ ସଞ୍ଜୟ ରାଉତ କହିଛନ୍ତି ଯେ...

କୃଷକ-ଅଗ୍ନିବୀର ଆନ୍ଦୋଳନରେ ମାଓବାଦୀ ହୋଇଥିଲେ ସାମିଲ, ସଂଗଠନ ପକ୍ଷରୁ ଦାବୀ…

ନୂଆଦିଲ୍ଲୀ, ୧୯।୯ : ଭାରତରେ ନିଷିଦ୍ଧ ହୋଇଥିବା ସଂଗଠନ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମାଓବାଦୀ ସିପିଆଇ (ଏମ) ଦେଶରେ ନିଜର ପ୍ରଭାବ ବଜାୟ ରଖିବାକୁ...

ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳଙ୍କୁ ରୋକା ଯାଇ ପାରିବ ନାହିଁ…

ନୂଆଦିଲ୍ଲୀ, ୧୭।୮ : ନିର୍ବାଚନ ସମୟରେ ମାଗଣା ସୁବିଧା ତଥା ଜିନିଷ ଯୋଗାଇବା ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଯୋଜନା ଘୋଷଣା ତଥା ଉପହାର ପ୍ରଦାନକୁ...

ହାଜତ ମୃତ୍ୟୁରେ ଗୁଜରାଟ ନଂ.୧

ନୂଆଦିଲ୍ଲୀ,୧୫ା୨: ହାଜତ ମୃତ୍ୟୁରେ ଭାଜପା ଶାସିତ ଗୁଜରାଟ ପୁଣି ଥରେ ୧ ନମ୍ବର ସ୍ଥାନ ଅଧିକାର କରିଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୮୦...

Advertisement
Archives

Model This Week