ସଚେତନ ଉପଭୋକ୍ତାଙ୍କୁ ଗୋଲାପ, ଥ୍ୟାଙ୍କ ୟୁ କାର୍ଡ

ଢେଙ୍କାନାଳ ଅଫିସ, ୨୦।୨ – ଢେଙ୍କାନାଳ ସହରରେ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିଥିବା ସଚେତନ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଛି ଗୋଲାପ, ଥ୍ୟାଙ୍କ ୟୁ କାର୍ଡ ସାଙ୍ଗକୁ ଚକୋଲେଟ। ସେସୁ ଏବଂ ଏନ୍‌ଜେନ କର୍ମଚାରୀମାନେ ବୁଧବାର ଘରକୁ ଘର ବୁଲି ବକେୟା ମୁକ୍ତ ଥିବା ଗ୍ରାହକଙ୍କୁ ଏସବୁ ସାମଗ୍ରୀ ବାଣ୍ଟିଥିଲେ। ପ୍ରଥମ ଦିବସରେ ୧୦୦ଜଣ ଉପଭୋକ୍ତାଙ୍କୁ ଏହା ପ୍ରଦାନ କରାଯାଇଛି। ୧୦୦% ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିଥିବା ଉପଭୋକ୍ତା ପରିବାରକୁ ପ୍ରୋତ୍ସାହିତ କରିବାକୁ ଏପରି ପଦକ୍ଷେପ ନିଆଯାଇଥିବା ଏନ୍‌ଜେନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେସୁ ନୋଡାଲ ଅଫିସର ପି.କେ. ଲେଙ୍କା, ଏସ୍‌ଡିଓ ଅଶୋକ କୁମାର ପାତ୍ର, ଏନ୍‌ଜେନ୍‌ ଏମ୍‌ଆରପି ମୁଖ୍ୟ ଶ୍ରୀକାନ୍ତ ଶର୍ମା, ସର୍କଲ ମୁଖ୍ୟ ସୌମ୍ୟଶ୍ରୀ ପାର୍ଥସାରଥୀ, ଏସ୍‌ଡିଓ ବିବେକ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଚନ୍ଦନ କୁମାର ବାରିକ ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲୋରେନ୍ସିଆଙ୍କୁ କୋଚ୍‌ ଦାୟିତ୍ୱ

ଢେଙ୍କାନାଳ ଅଫିସ, ୬।୪ – ଢେଙ୍କାନାଳ ହକିର ହୃତଗୌରବ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ଉଦ୍ୟମ। ଜିଲାର ପ୍ରତିଭାବାନ୍‌ ହକି ଖେଳାଳିଙ୍କୁ ଚୟନ କରି ଉନ୍ନତ...

ବୋଲ ମାନୁନି ଦନ୍ତା: ପୁଣି ଛିଣ୍ଡାଇଲା ଚେନ୍‌

ଢେଙ୍କାନାଳ ଅଫିସ,୨୩।୧: ତାଳଚେରରୁ କପିଳାସକୁ ଅଣାଯାଇଥିବା ଦନ୍ତାହାତୀଟି କାହା ବୋଲ ମାନୁ ନ ଥିବା ବେଳେ ବନ୍ଧା ଯାଇଥିବା ଚେନ୍‌ ଛିଣ୍ଡାଇ ଦେଇଛି। ଚେନ୍‌ରେ ବାନ୍ଧିବାକୁ...

ପ୍ରତିରୋଧ ଲାଗି ଜୋର୍‌ଦାର ପ୍ରୟାସ

କାମାକ୍ଷାନଗର/ଭୁବନ, ୨୨।୩(ଡି.ଏନ.ଏ.) – ଭାରତରେ କାୟାବିସ୍ତାର କରୁଛି କରୋନା ଭାଇରସ୍‌। ଏହାକୁ ରୋକିବାକୁ ଏବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାବେଳେ ସଂକ୍ରମଣ...

ଦାୟୀତ୍ୱ ନେଲେ ଢେଙ୍କାନାଳର ନୂତନ ଏସ୍‌ପି

ଢେଙ୍କାନାଳ ଅଫିସ,୬।୧: ଢେଙ୍କାନାଳ ଜିଲାର ନୂତନ ଏସ୍‌ପି ଭାବେ ଓଡ଼ିଶା ପୋଲିସ ସେବାର ବରିଷ୍ଠ ଅଧିକାରୀ ଜ୍ଞାନ ରଞ୍ଜନ ମହାପାତ୍ର ଶୁକ୍ରବାର ପୋଲିସ କାର୍ଯ୍ୟାଳୟରେ ଦାୟିତ୍ୱ...

ଜରାଜୀର୍ଣ୍ଣ ଅବସ୍ଥାରେ ଗାନ୍ଧୀପାର୍କ

ଆଠମଲ୍ଲିକ, ୩୦।୭(ଡି.ଏନ.ଏ.)ଜନସାଧାରଣଙ୍କ ଚିତ୍ତବିନୋଦନ ଏବଂ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଆଠମଲ୍ଲିକ ସହର ପ୍ରବେଶ ଦ୍ୱାରରେ ନିର୍ମାଣ ହୋଇଥିଲା ଗାନ୍ଧୀପାର୍କ। ହେଲେ ପରିଚାଳନାଗତ ଅବ୍ୟବସ୍ଥାରୁ ଏହା...

ପୋଡ଼ପଡ଼ାରେ ପୁଣି ହାତୀ ମୃତ୍ୟୁ: ମାସକର ଛୁଆକୁ ଦଳି ମାରିଦେଲେ ହାତୀପଲ

ଓଡ଼ାପଡ଼ା,୬।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ପୋଡ଼ପଡ଼ା ଗ୍ରାମ ନିକଟସ୍ଥ ବେଣୁଗୁଡ଼ା ପୋଲ ନିକଟରେ ଗୁରୁବାର ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମାସକର...

ବ୍ରାହ୍ମଣୀ କଇଁଛଙ୍କୁ ପ୍ରଦୂଷଣ ବିପତ୍ତି

ଢେଙ୍କାନାଳ ଅଫିସ, ୧୮।୭ – ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ‘ବ୍ରାହ୍ମଣୀ’ ବିପଦରେ। ନଦୀ ତଟବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା କଳକାରଖାନାର ବର୍ଜ୍ୟଜଳ ଏହାର ପାଣିକୁ...

ପଙ୍କଜିନୀ, ବିପିନଙ୍କୁ ଶ୍ରଦ୍ଧାଞ୍ଜଳି: ‘ଶୂନ୍ୟତା ଅନୁଭବ କରିବେ ଜିଲାବାସୀ’

ଢେଙ୍କାନାଳ ଅଫିସ, ୨୩।୮-ଢେଙ୍କାନାଳ ଜିଲା ପ୍ରଶାସନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁବାର ବିଶିଷ୍ଟ କବୟିତ୍ରୀ ‘ହାସ୍ୟବିଦ୍ୟୁଷୀ’ ପଙ୍କଜିନୀ ଦାଶ...

Advertisement
Archives

Model This Week