ସଚେତନତାକୁ ଗୁରୁତ୍ୱ ଦେଲେ ରେଳ କର୍ତ୍ତୃପକ୍ଷ:ଟ୍ରେନ୍‌ରେ ଯାତ୍ରୀଙ୍କୁ କମ୍ବଳ ମନା

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ବିଭିନ୍ନ ରେଳ ଷ୍ଟେଶନ ଦେଇ ବାହାର ରାଜ୍ୟରୁ ଲୋକେ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। ହେଲେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଏଯାଏ କୌଣସି ବି ରେଳ ଷ୍ଟେଶନରେ ସ୍କ୍ରିନିଂ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ନାହିଁ। ଏପରିସ୍ଥଳେ ଶନିବାର ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ସଂକ୍ରମଣ ରୋକିବାକୁ ସଚେତନତା ସହ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ରେଳ ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି, ଷ୍ଟେଶନ ଓ ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ କଟକଣା ଜାରି କରାଯାଇଛି। ଷ୍ଟେଶନ ପରିସର ଓ ପ୍ଲାଟଫର୍ମରେ ଛେପ ପକାଇବାକୁ ବାରଣ କରାଯାଇଛି। ଏପରି କି ଅନେକ ସମୟରେ ଯାତ୍ରୀମାନେ ମୋବାଇଲ୍‌ ଫୋନ୍‌ରେ କଥାହେବାବେଳେ ଇୟରଫୋନ୍‌ ତାରକୁ ପାଟିରେ କାମୁଡି ଧରିଥାନ୍ତି। ଏଥିଯୋଗୁ କରୋନା ଭାଇରସ ସଂକ୍ରମଣର ଆଶଙ୍କା ରହିଥିବାରୁ ଏଭଳି ନ କରିବାକୁ ଯାତ୍ରୀଙ୍କୁ ବାରଣ କରାଯାଇଛି। ଏହାସହ ଟ୍ରେନ୍‌ ଭିତରେ ଲାଗିଥିବା ହ୍ୟାଣ୍ଡ୍‌ ଷ୍ଟାଣ୍ଡକୁ ନ ଧରିବା, ଅନ୍ୟ ଯାତ୍ରୀଙ୍କୁ ନ ଛୁଇଁବା, ପାଖାପାଖି ନ ବସିବାକୁ ପରାମର୍ଶ ଦିଆଯାଇଛି। ସବୁଠୁ ବଡ଼ କଥା ହେଲା ଏସି ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମିଳୁଥିବା କେତେକ ସୁବିଧାକୁ ପରବର୍ତ୍ତନ କରାଯାଇଛି। ଏସିର ମାତ୍ରା ହ୍ରାସ କରାଯାଇଥିବାବେଳେ ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳ ବନ୍ଦ କରିଦିଆଯାଇଛି। ଏସି ବଗିରେ ଲାଗିଥିବା ଡୋରସ୍କ୍ରିନ୍‌କୁ କାଢ଼ି ଦିଆଯାଇଛି। ଷ୍ଟେଶନ ଓ ଟ୍ରେନ୍‌ ଭିତରକୁ ସଫା ରଖାଯିବ। ଏହାସହ ଟ୍ରେନରେ ଥିବା ଟଏଲେଟକୁ ମଧ୍ୟ ନିୟମିତ ଅର୍ଥାତ୍‌ ପ୍ରତି ଷ୍ଟେଶନରେ ଭଲଭାବେ ସଫା କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଯାତ୍ରୀଙ୍କୁ ସଚେତନ କରିବା ପାଇଁ ଟ୍ରେନ ପହଞ୍ଚତ୍ବା ଓ ଛାଡ଼ିବା ସମୟରେ ଡାକବାଜିରେ ପ୍ରତି ୫ ମିନିଟରେ ପ୍ରଚାର କରାଯାଉଛି। ଯାତ୍ରୀମାନେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କ’ଣ କରିବାକୁ ପଡ଼ିବ ସେଥିପ୍ରତି ସଚେତନ କରାଯାଉଛି। ଏହାସହ ରେଲ୍‌ଓ୍ବେ କର୍ମଚାରୀମାନେ ଷ୍ଟେଶନରେ ଯାତ୍ରୀଙ୍କୁ ସଚେତନତା ବାର୍ତ୍ତା ଥିବା ଲିଫ୍‌ଲେଟ୍‌ ପ୍ରଦାନ କରୁଛନ୍ତି। ପ୍ରତିଦିନ ଷ୍ଟେଶନ ଦେଇ ହଜାର ହଜାର ଲୋକ ଯିବାଆସିବା କରୁଥିବାରୁ ଓ ଏଠାରେ ସ୍କ୍ରିନିଂ ବ୍ୟବସ୍ଥା ନ ଥିବାରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା କଷ୍ଟକର। ତେଣୁ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଥିବା ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଡ୍ରାଇଭର: ଘାରିଲାଣି ତେଲ ଭୟ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ପେନ୍‌ସନ, ବୀମା, ସାମାଜିକ ସୁକ୍ଷା ଆଦି ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡି ରାସ୍ତାକୁ ଓହ୍ଲାଇଛନ୍ତି ଡ୍ରାଇଭର। ଫଳରେ ଯାତ୍ରୀବାହୀ ବସ୍‌ ସମେତ...

‘ଇନ୍‌ ମେମୋରି ଅଫ୍‌ ବାପୁ’ ଶ୍ରେଷ୍ଠ ଫିଲ୍ମ

ଭୁବନେଶ୍ୱର,୫ା୩(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ପ୍ରଡକ୍ସନ ହାଉସ୍‌ ‘ସ୍ପର୍ଶ’ ପକ୍ଷରୁ ‘ଇଗ୍‌ନାଇଟ୍‌ ଶର୍ଟ ଫିଲ୍ମ ଫେଷ୍ଟିଭାଲ୍‌-୨୦୨୦’ର ତୃତୀୟ ସଂସ୍କରଣ ବୁଧବାର ନୟାପଲ୍ଲୀସ୍ଥିତ...

ଅନ୍‌ଲାଇନ୍‌ରେ ହେବ ଲ’ ପରୀକ୍ଷା

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଶେଷରେ ଆଇନ ଛାତ୍ରୀଛାତ୍ରଙ୍କ ଦାବିକୁ ମାନିନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ରେ ଲ’ ପରୀକ୍ଷା କରିବାକୁ ସହମତି...

ଅଫିସରରାଜ୍‌ ଗଣତନ୍ତ୍ର ପାଇଁ ବିପଦ: ସୌମ୍ୟ

ଭୁବନେଶ୍ୱର,୬ା୭(ବ୍ୟୁରୋ): ଓଡ଼ିଶାରେ ଅପେକ୍ଷାକୃତ ଭାବେ ମଦ୍ୟପାନ ହାର ବଢୁଛି। ଏ ସମ୍ପର୍କିତ ପ୍ରଶ୍ନରେ ଅଫିସରଙ୍କଠାରୁ ତଥ୍ୟ ସଂଗ୍ରହ କରି ମନ୍ତ୍ରୀ କହିଲେ, ଭୁବନେଶ୍ୱରରେ ମଦ୍ୟପାନ ହାର...

ରାଜ୍ୟରେ ନିର୍ବାଚନୀ ହିଂସା: ବିଜେଡି-ଭାଜପା ଦୋଷ ଲଦାଲଦି

ଭୁବନେଶ୍ୱର,୨୬।୩(ବ୍ୟୁରୋ): ପଞ୍ଚାୟତ ପରେ ପୌର ନିର୍ବାଚନରେ ବି ବ୍ୟାପକ ହିଂସାକାଣ୍ଡ ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ସୀମା ଅତିକ୍ରମ କରିସାରିଥିବା ବେଳେ ରାଜ୍ୟର...

ପୁଅ ଆକାଶଙ୍କ ସହ ଜେଲଗଲେ ଅଭୟକାନ୍ତ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଶେଷରେ...

ପିପିଲି ଉପନିର୍ବାଚନ: ସରିଲା ନାମାଙ୍କନ

ପୁରୀ ଅଫିସ/ପିପିଲି(ସ୍ବ.ପ୍ର.),୩୧ା୩: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ଶେଷ ହୋଇଛି। ଶେଷ ଦିନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୨ଜଣ...

ବାଘଛାଲ ର଼୍ୟାକେଟରେ ପୋଲିସ

ଭୁୁବନେଶ୍ୱର, ୩ା୭(ବ୍ୟୁରୋ): ଦେବଗଡ଼ ଜିଲା ବାରକୋଟ ଅଞ୍ଚଳରୁ କଲରାପତରିଆ ବାଘଛାଲ ଜବତ ଘଟଣାରେ ସମ୍ପୃକ୍ତ ର଼୍ୟାକେଟର ପର୍ଦ୍ଦାଫାଶ ହେବାରେ ଲାଗିଛି। ଏହି ର଼୍ୟାକେଟରେ କେତେଜଣ ପୋଲିସ...

Advertisement
Archives

Model This Week