Posted inଖେଳ

ସଚିନଙ୍କ ସହ ଡିନର୍‌ କଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ, ୧୮।୪- ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣରେ ଗୁରୁବାର ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ଲାଗି ଉଭୟ ଦଳ ଜୋର୍‌ଦାର ପ୍ରସ୍ତୁତି କରିଛନ୍ତି। ତେବେ ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀର ଯୁବ ଓପନର୍‌ ପୃଥ୍ବୀ ଶ’ଙ୍କ ପାଇଁ ବୁଧବାର ରାତି ବେଶ୍‌ ସ୍ମରଣୀୟ ହୋଇରହିବ। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ମୁମ୍ବାଇ ପରାମର୍ଶଦାତା ରହିଥିବା ସଚିନ ତେନ୍ଦୁଲକରଙ୍କ ସହ ଶ’ ଏକାଠି ଡିନର କରିବାର ସୁଯୋଗ ପାଇଥିଲେ। ଟିମ୍‌ ହୋଟେଲରେ ବୁଧବାର ରାତିରେ ଉଭୟ ସଚିନ ଓ ଶ’ ଏକାଠି ବସି ରାତ୍ରିଭୋଜନ କରିଥିଲେ। ଏହାର ଏକ ଫଟୋ ପୃଥ୍ବୀ ନିଜ ଟୁଇଟର୍‌ ପେଜ୍‌ରେ ଶେୟାର କରିଛନ୍ତି। ‘ଏକ ସୁନ୍ଦର ଡିନର ଆୟୋଜନ କରିଥିବାରୁ ସଚିନ ସାର୍‌ଙ୍କୁ ଧନ୍ୟବାଦ। ଆପଣଙ୍କ ସହ ସାକ୍ଷାତ ସର୍ବଦା ଆନନ୍ଦ ଦେଇଛି’ ବୋଲି ଏହି ଯୁବ ଓପନର୍‌ ଫଟୋତଳେ କ୍ୟାପସନରେ ଉଲ୍ଲେଖ କରିଛନ୍ତି। ଜଣେ ଭାଗ୍ୟବାନ ଖେଳାଳିଭାବେ ୧୯ ବର୍ଷୀୟ ପୃଥ୍ବୀ ମେଣ୍ଟର ଭାବେ ବିଭିନ୍ନ ସମୟରେ ସଚିନ, ରାହୁଲ ଡ୍ରାଭିଡ୍‌ (୧୯ ବର୍ଷରୁ କମ୍‌ ଭାରତୀୟ ଦଳ ସହ) ଓ ସୌରଭ ଗାଙ୍ଗୁଲି (ଦିଲ୍ଲୀ କ୍ୟାପିଟାଲ୍ସ ସହ)ଙ୍କ ନିକଟରୁ ଟିପ୍ସ ପାଇଛନ୍ତି। ତେବେ ଚଳିତ ଆଇପିଏଲ୍‌ରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଆଶନୁରୂପ ହୋଇପାରିନାହିଁ। ଦିଲ୍ଲୀ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶ’ ବର୍ତ୍ତମାନ ସୁଦ୍ଧା ୮ ମ୍ୟାଚ୍‌ ଖେଳି ୨୩.୩୭ ଆଭରେଜରେ ୧୮୭ ରନ ସଂଗ୍ରହ କରିଛନ୍ତି। ଏଥିରେ ୯୯ ରନର ଏକ ଇନିଂସ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟି୨୦: ଜାଣନ୍ତୁ କେବେ-କେଉଁଠି ଦେଖିବେ ମ୍ୟାଚ୍‌…

ବେଙ୍ଗାଲୁରୁ,୩।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ରବିବାର ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ ପୂର୍ବରୁ ୩-୧ରେ ସିରିଜ ଉପରେ...

୨ କ୍ରିକେଟର ଟିମରୁ ବାହାର, ସୌରଭ ଗାଙ୍ଗୁଲିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ…

କୋଲକାତା,୩।୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟିମ ଇଣ୍ଡିଆକୁ ଏଠାରେ କ୍ରିକେଟର ତିନୋଟି ଫର୍ମାଟରେ ଅଂଶଗ୍ରହଣ କରିବାକୁ ପଡିବ।...

ଡିସେମ୍ବର ୯ରେ ହେବ ୧୬୫ ଖେଳାଳିଙ୍କ ଭାଗ୍ୟପରୀକ୍ଷା

ନୂଆଦିଲ୍ଲୀ,୨।୧୨: ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଆୟୋଜିତ ହେବ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)। ଏହାକୁ ନେଇ ଡିସେମ୍ବର ୯ରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ୧୬୫...

ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ କାହିଁକି ଏକପାଖିଆ ହାରିଗଲା? ରାହୁଲ ଦ୍ରାବିଡ ଏବଂ ରୋହିତଙ୍କୁ ରିପୋର୍ଟ ମାଗିଲା ବିସିସିଆଇ

ଭୁବନେଶ୍ୱର,୨।୧୨: ବିଶ୍ୱକପ ୨୦୨୩ ଫାଇନାଲର ୧୧ ଦିନ ପରେ, ବିସିସିଆଇ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସହ...

ପ୍ରଥମ ଭାଇ ଭଉଣୀ ଯୋଡ଼ି ଭାବରେ ଗ୍ରାଣ୍ଡମାଷ୍ଟର ହାସଲ କଲେ ପ୍ରଜ୍ଞାନନନ୍ଦ ଏବଂ ବୈଶାଳୀ

ନୂଆଦିଲ୍ଲୀ, ୨।୧୨: ମହିଳା ଚେସ ତାରକା ବୈଶାଳୀ ରମେସବାବୁ ତୃତୀୟ ଭାରତୀୟ ମହିଳା ଭାବେ ଗ୍ରାଣ୍ଡମାଷ୍ଟର ହାସଲ କରିଛନ୍ତି। ଶୁକ୍ରବାର ଦିନ ସ୍ପେନର ଚତୁର୍ଥ ଏଲ୍...

ହ୍ବାଇଟ ବଲ ସିରିଜରୁ ବାହାର ହେଲେ ବିଶ୍ୱକପ ହିରୋ ଶାମି, କାରଣ…

କୋଲକାତା,୨।୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅନେକ ଭାରତୀୟ ଖେଳାଳି ଆଗାମୀ ଯାତ୍ରା ପାଇଁ ବ୍ଲୁ ଟିମ କୁ...

ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଜିତିବାରେ ଟିମ ଇଣ୍ଡିଆ ଏକ ନମ୍ବର, ପାକିସ୍ତାନକୁ ପକାଇଲା ପଛରେ

ନୂଆଦିଲ୍ଲୀ,୨।୧୨: ଭାରତୀୟ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଚତୁର୍ଥ ଟି -୨୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏହି ସିରିଜ ଜିତିଛି ଏବଂ ଟି -୨୦...

ଆଶ୍ଚର୍ଯ୍ୟଜନକ ଦୃଶ୍ୟ: ଟ୍ରକରେ ନିଜ ଜିନିଷ ନିଜେ ଲୋଡ କଲେ ପାକିସ୍ତାନ ଖେଳାଳି

କାନବେରା,୨।୧୨: ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ କ୍ରିକେଟ ଦଳକୁ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ପ୍ରଥମ ଟେଷ୍ଟ ୧୪ଡିସେମ୍ବରରୁ ଖେଳାଯିବ। ଏହାପୂର୍ବରୁ ୬ଡିସେମ୍ବରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri