ଭାଜପା ଏମ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ବୁଥ୍‌କୁ ଯିବା ଉପରେ ଲାଗିଲା କଟକଣା

ବୁଲନ୍ଦସହର,୧୮।୪: ଉତ୍ତରପ୍ରଦେଶରେ ୮ଟି ଆସନ ପାଇଁ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନ ସମୟରେ କେତେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖାଦେଇଥିବା ବେଳେ ବହୁ ବିବାଦ ମଧ୍ୟ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ବୁଲନ୍ଦସହରର ଭାଜପା ଏମ୍‌ପି ଭୋଲା ସିଂହଙ୍କୁ  ପୋଲିଂ ବୁଥ୍‌ରେ ପ୍ରବେଶ ନେଇ କଟକଣା ଲଗାଯାଇଛି। ସୂଚନାଯୋଗ୍ୟ, ଭୋଲା ସିଂହ ଏକ ପୋଲିଂ ବୁଥ୍‌ରେ ପହଞ୍ଚିବା ପରେ ଇଭିଏମ୍‌ ପାଖକୁ ଯାଇଥିଲେ। ସେହି ସମୟରେ ବାହାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ। ଏଥିରେ ଭୋଲା ଉତ୍ତ୍ୟକ୍ତ ହୋଇ ସୁରକ୍ଷାକର୍ମୀଙ୍କ ସହ ପାଟିତୁଣ୍ଡ କରିବା  ପରେ ଜିଲାପାଳଙ୍କୁ ଫୋନ କରିଥିଲେ। ଭୋଲା ଇଭିଏମ ପାଖକୁ ଯାଉଥିଲେ ବୋଲି ସୁରକ୍ଷାକର୍ମୀ ଜିଲାପାଳଙ୍କୁ ଫୋନରେ କହିଥିଲେ। ଏହାପରେ ଜିଲାପାଳଙ୍କ ଅନୁମତିରେ ସୁରକ୍ଷାକର୍ମୀ ଭୋଲା ସିଂହଙ୍କୁ ବୁଥ୍‌ ଭିତରକୁ ଛାଡିଥିଲେ। ତେବେ ଏହି ଘଟଣାକୁ ନେଇ ଜିଲାପାଳ ଏମ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। କୌଣସି ବୁଥ୍‌କୁ ଯିବା ପାଇଁ ତାଙ୍କୁ ବାରଣ କରାଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ, ଜଣେ ଆଶାୟୀ ପ୍ରାର୍ଥୀ ଯାଞ୍ଚ ପାଇଁ ପୋଲିଂ ବୁଥ୍‌ ଭିତରକୁ ଯାଇପାରିବେ। ହେଲେ ଇଭିଏମ ପାଖକୁ ଯାଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

LPG e-KYCର ସମୟସୀମା ଶେଷ: ଆଜିଠୁ ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ସର୍ଭର ସମସ୍ୟା ଯୋଗୁ ପ୍ରଥମେ…

୨୦୦୦ ଟଙ୍କାରୁ ଅଧିକ ରେଳ ଟିକେଟ ବୁକିଂରେ କେତେ ଚାର୍ଜ ଦେବେ ଯାତ୍ରୀ? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। UPI ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ଶୁକ୍ରର ଉପଗ୍ରହ ମାଡ଼ହୋଇ ଧ୍ୱଂସ ପାଇଯାଇଛି

ନୂଆଦିଲ୍ଲୀ, ୧୬ା୯: ପୃଥିବୀର ଦ୍ରୁତ ଘୂର୍ଣ୍ଣନ ଯୋଗୁ ଚନ୍ଦ୍ର ଆମଠାରୁ ଦୂରେଇ ଯାଉଥିବା ବେଳେ ଶୁକ୍ର ଗ୍ରହର ମନ୍ଥର ଗତି ହିଁ ତା’ର ଉପଗ୍ରହ ପାଇଁ କାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?