ସଙ୍କଟରେ ୫୦ବାଉଁଶ କାରିଗର ପରିବାରର ଜୀବନ ଜୀବିକା

ଲୋଇସିଂହା, ୭।୭(ଡି.ଏନ.ଏ.)  ପ୍ଲାଷ୍ଟିକର ବହୁଳ ବ୍ୟବହାରରେ ହଜି ଯାଉଛି ବାଉଁଶ ଶିଳ୍ପ। ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ମାହାରପାଲି ଗ୍ରାମର ମାହାରପଡାରେ ବାସ କରନ୍ତି ୫୦ ପରିବାର। ନିଜ କୌଳିକ ବୃତ୍ତିକୁ ଆଦରି ଦୀର୍ଘ ବର୍ଷ ହେଲା ବାଉଁଶରେ ଘରକରଣା ସାମଗ୍ର ତିଆରି କରି ସେମାନେ ବଜାରରେ ବିକ୍ରି କରିଥାନ୍ତି। ସେହି ରୋଜଗାରରେ ଘରର ଗୁଜୁରାଣ ମେଣ୍ଟେ। ତେବେ କିଛି ବର୍ଷ ହେଲା ଉକ୍ତ ପରିବାର ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ବାଉଁଶର ଅଭାବ, ଅନ୍ୟପକ୍ଷେ ସରକାରୀ ପ୍ରୋତ୍ସାହନ ନ ମିଳିବା ଉକ୍ତ ପରିବାରଗୁଡିକର ଜୀବନଜୀବିକାକୁ ସଙ୍କଟ ମଧ୍ୟକୁ ନେଇଯାଇଛି।
ଲୋଇସିଂହା ଅଞ୍ଚଳର ବିଭିନ୍ନ ଜଙ୍ଗଲରୁ ଦିନେ ବାଉଁଶ ମିଳିବା ମାହାରମାନଙ୍କ ପାଇଁ ସହଜ ଥିବାବେଳେ ଗତ କିିଛିବର୍ଷ ହେଲା ବାଉଁଶର ଘୋର ଅଭାବ ଦେଖାଦେଇଛି। ବର୍ତ୍ତମାନ ବହୁକଷ୍ଟରେ ବାଉଁଶ କିଣି ସେମାନେ ସାମଗ୍ରୀ ତିଆରି କରୁଛନ୍ତି। ପ୍ରଥମେ ବାଉଁଶକୁ ଚିରିି ପତା ତିଆରି କରିବା ପରେ ତାକୁ ଶୁଖାଇ ବିଭିନ୍ନ ପ୍ରକାର ଘରକରଣ ସାମଗ୍ରୀ ତିଆରି କରନ୍ତି। ପରେ ଆଖପାଖ ବଜାରରେ ସେଗୁଡିକୁ ବିକ୍ରି କରିଥାନ୍ତି। ପୁନଶ୍ଚ ଏବେ ଏହି ସବୁ ସାମଗ୍ରୀର ଚାହିଦା କମିଯାଇଥିବାରୁ ପୂର୍ବଭଳି ଲାଭ ମିଳୁ ନ ଥିବା ମାହାରପାଲି ଗ୍ରାମର ବାଉଁଶ କାରିଗର ସୁଦାମ ସାହାଣୀ କହିଛନ୍ତି। ତେବେ କମ୍‌ ଲାଭ ମିଳୁଥିଲେ ମଧ୍ୟ ଏହି କାରିଗର ପରିବାରର ସମସ୍ତ ସଦସ୍ୟ ବାଉଁଶ ସାମଗ୍ରୀ ତିଆରି କାମରେ ନିଜକୁ ସାମିଲ କରିଥାନ୍ତି। ଅନ୍ୟ ଜଣେ କାରିଗର ଶୁକ ମାହାର କହିଛନ୍ତି ଯେ, ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ମଧ୍ୟରେ ହଜିଯିବାରେ ଲାଗିଛି ବାଉଁଶ ନିର୍ମିତ ଘରକରଣା ସାମଗ୍ରୀ। ଆଜି ବି ବିବାହ, ବ୍ରତ ଭଳି ମାଙ୍ଗଳିକ କାମରେ ବାଉଁଶ ତିଆରି ସାମଗ୍ରୀର ଚାହିଦା ରହିଛି। ହେଲେ ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ସେମାନଙ୍କୁ ହତାଶ ହେବାକୁ ପଡୁଛି। ଯୁବପିଢୀ ଏହି ବୃତ୍ତିକୁ ଆପଣାଇବାକୁ ପସନ୍ଦ କରୁ ନାହାନ୍ତି। ବାଉଁଶ ଜଙ୍ଗଲର ବୃଦ୍ଧି ସହିତ କାରିଗରମାନଙ୍କୁ ସ୍ବାବଲମ୍ବୀ କରିବା ଓ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଜଙ୍ଗଲ ବିଭାଗ ଅଧୀନରେ ଓଡିଶା ବାଉଁଶ ମିଶନ ଗଠିତ ହୋଇଛି। ତେବେ ମାହାରମାନଙ୍କ ଦୁର୍ଦ୍ଦଶାକୁ ନିରୀକ୍ଷଣ କଲେ ଓଡିଶା ବାଉଁଶ ମିଶନ ଫେଲ ମାରିଥିବା ସ୍ପଷ୍ଟ ବାରି ହେଉଛି। ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଏବଂ ନୂଆପଡାକୁ ନେଇ ଗଠିତ ଭବାନୀପାଟଣା ଡିଭିଜନ ପକ୍ଷରୁ କାଁଭାଁ କେଉଁଠି ବାଉଁଶ କାରିଗରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି।  ଅତ୍ୟାଧୁନିକ ସାମଗ୍ରୀ ପାଇଁ କାରୀଗରଙ୍କୁ ତାଲିମ ଦେବା ସହ ସ୍ବତନ୍ତ୍ର ଭତ୍ତା ଯୋଜନାରେ ସାମିଲ କରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଶାନ୍ତ: ଭଙ୍ଗାରୁଜା, ଲାଠିଚାର୍ଜ

ସମ୍ବଲପୁର, ୬।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ମଙ୍ଗଳବାର ଅଶାନ୍ତ ହୋଇ ପଡିଛି । ଯୁକ୍ତ ୩ ଥାର୍ଡ ସେମିଷ୍ଟାରର ପରୀକ୍ଷାକୁ ଅନ୍‌ଲାଇନ ପ୍ରକ୍ରିୟାରେ କରିବାକୁ ଛାତ୍ରୀଛାତ୍ରମାନେ...

ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ

ରେଢ଼ାଖୋଲ,୨୮ା୯(ଅଚ୍ୟୁତାନନ୍ଦ ପୁରୋହିତ): ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ପ୍ରଧାନ (୫୪)ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ...

କୋଶଳୀ ଭାଷା ସୁରକ୍ଷା ସମିତିର ମହିମା ସାହିତିଅ ଆସର

ଟିଟିଲାଗଡ, ୧୯ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ହିନ୍ଦୀ ହାଇସ୍କୁଲ ପରିସରରେ କୋଶଳୀ ଭାଷା ସୁରକ୍ଷା ସମିତି ତରଫୁ ବୁଦ୍ଧ ଆର ଭୀମ ଭୋଇକଁର ଜନମ୍‌...

୩୯ ବର୍ଷ ପରେ ଟିଟିଲାଗଡ଼କୁ ମନ୍ତ୍ରୀ ପଦ

ଟିଟିଲାଗଡ଼,୩୦ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ବୁଧବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଡିଲେଶ୍ୱରୀ

ସମ୍ବଲପୁର,୩ା୧୨(ବ୍ୟୁରୋ)- କେନ୍ଦ୍ର ସରକାର ଭିନେ ଭିନେ ସରକାରୀ ଯୋଜନାରେ ଦୁରନୀତି ବଁଦ୍‌ କରବାକେ ସାରାଦେଶରେ ଆଧାର କାର୍ଡ ଲାଗୁକରିଛନ୍‌। ସରକାରୀ ଯୋଜନାରେ ସେବା ପାଇବାର ଲାଗି...

ଭିସୁଟ ଛାତ୍ର ନିର୍ମାଣ କଲେ ବିଶୋଧନ ଯନ୍ତ୍ର

ସମ୍ବଲପୁର,୨୮।୬(ବ୍ୟୁରୋ) ସମ୍ବଲପୁର ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଭିସୁଟ ରୋବୋଟିକ୍ସ ସୋସାଇଟିର ଛାତ୍ରୀଛାତ୍ରମାନେ କଣ୍ଟାକ୍ଟଲେସ୍‌ ୟୁଭି ଡିସଇନଫେକ୍ଟାଣ୍ଟ (ୟୁଭିଆରଏଏସ୍‌)ନିର୍ମାଣ କରିଛନ୍ତି। ଏହି ଯନ୍ତ୍ରରୁ ବାହାରୁଥିବା...

ହସ୍ପିଟାଲରେ ରୋଗୀଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ: ଡ୍ରାଇଭର ମୃତ

ବଲାଙ୍ଗୀର ଅଫିସ, ୧।୬: ବଲାଙ୍ଗୀର ଜିଲା ରତନପୁର ନିକଟରେ ଶନିବାର ଟ୍ରକ୍‌ ଧକ୍କାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା...

ଧାନବିଲକୁ ଯାଉଥିବା ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ନାକଟିଦେଉଳ, ୨୯।୫ (ଡି.ଏନ.ଏ.)-ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ହିତସରା ଗାଁରେ ଶୁକ୍ରବାର ସକାଳ ୬ଟାରେ ଜଣେ ମହିଳାଙ୍କୁ ହାତୀ କଚାଡି ମାରି ଦେଇଛି। ଏହି...

Advertisement
Archives

Model This Week