ସଂରକ୍ଷିତ ଲିଫ୍ଟରେ ଧସେଇ ପଶୁଛନ୍ତି ଲୋକେ

ଭୁବନେଶ୍ୱର,୩୦(ବ୍ୟୁରୋ): ବଜେଟ୍‌ରେ ବ୍ୟୟ ଅଟକଳ ବଢ଼ାଇ ନୂଆ ଟ୍ରେନ, ଟ୍ରାକ୍‌ ଓ ଷ୍ଟେଶନକୁ ଚକାଚକ୍‌ କରିବାରେ ଲାଗିଛି ଭାରତୀୟ ରେଳବାଇ। ହେଲେ ଷ୍ଟେଶନ ଓ ଟ୍ରେନ ଭିତରେ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ସମସ୍ୟାକୁ ଅଣଦେଖା କରୁଛନ୍ତି ରେଳ ବିଭାଗ। ଫଳରେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କେତେକ ନିର୍ଦ୍ଧିଷ୍ଟ ଶ୍ରେଣୀର ଯାତ୍ରୀ। ଏଭଳି କିଛି ସମସ୍ୟା ଭୁବନେଶ୍ୱର ରେଳ ଷ୍ଟେଶନରେ ଦେଖିବାକୁ ମିଳିଛି। ଏଠାରେ ଦୈନିକ ୪୮ ହଜାର ଯାତ୍ରୀ ଷ୍ଟେଶନକୁ ଯିବାଆସିବା କରୁଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ରେଳ ଗାଡି ଚାଲୁଛି। ତେବେ ଯାତ୍ରୀମାନଙ୍କୁ ଯିବାଆସିବାରେ ଅସୁବିଧା ନ ହେବା ପାଇଁ ବିଭାଗ ପକ୍ଷରୁ ଷ୍ଟେଶନରେ ରହିଛି ତିନୋଟି ଫୁଟ ଓଭର ବ୍ରିଜ୍‌। ସେଥିମଧ୍ୟରୁ ଦୁଇଟି ବ୍ୟବହାର ହେଉଥିବା ବେଳେ ଆଉ ଗୋଟିଏ ଅତି ପୁରୁଣା ହୋଇଯିବାରୁ ବ୍ରିଜକୁ ବନ୍ଦ କରାଯାଇଛି। ଦୀର୍ଘ ବର୍ଷ ଧରି ବ୍ୟବହାର ହେବା ପରେ ବ୍ରିଜଟିକୁ ଅସୁରକ୍ଷିତ ମନେ କରି ବନ୍ଦ କରିଦିଆଯାଇଛି। ତେବେ ୬ଟି ପ୍ଲାଟଫର୍ମକୁ ଯୋଡିବା ଲାଗି ଏବେ ମାତ୍ର ଦୁଇଟି ଓଭରବ୍ରିଜ ବ୍ୟବହାର ହେଉଛି। ପ୍ଲାଟଫର୍ମରେ ଗାଡି ଲାଗିବା ବେଳକୁ ନାହଁି ନ ଥିବା ଗହଳି ହେଉଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ବ୍ୟବହାର ହେଉଥିବା ଦୁଇଟି ବ୍ରିଜ ଭିତରୁ ଗୋଟିଏ ଉଭୟ ପଟର ମୁଖ୍ୟଦ୍ୱାରଠାରୁ ଦୂରରେ ଥିବାରୁ ଯାତ୍ରୀମାନେ ଲଗେଜ ଧରି ଯିବାକୁ କଷ୍ଟ ମଣି ପ୍ରବେଶ ପଥ ପାଖ ବ୍ରିଜଟିକୁ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଗୋଟିଏ ଦୂରରେ ଓ ଆଉ ଗୋଟିଏରେ ଗହଳି ଦେଖି ଲୋକେ ଲିଫ୍ଟ ବ୍ୟବହାର କରିବାକୁ ଖୁବ୍‌ ସହଜ ମଣୁଛନ୍ତି। ସୂଚନାଯୋଗ୍ୟ, ଷ୍ଟେଶନରେ ଥିବା ଲିଫ୍ଟ କେବଳ ବୟସ୍କ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କ ଲାଗି ଉଦ୍ଦିଷ୍ଟ। ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଲିଫ୍ଟ ବାହାରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶରେ ତିନୋଟି ଭାଷାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ବଡ଼ ବଡ଼ ଶବ୍ଦ ଓ ସ୍ପଷ୍ଟ ଭାବେ ଲେଖାଥିଲେ ସୁଦ୍ଧା କୌଣସି ବି ସକ୍ଷମ ବ୍ୟକ୍ତି ଏହାକୁ ମାନିବାକୁ ନାରାଜ। ବୟସ୍କ, ଦିବ୍ୟାଙ୍ଗ ଓ ଗର୍ଭବତୀ ହୋଇ ନ ଥିଲେ ସୁଦ୍ଧା ଜବରଦସ୍ତି ଲିଫ୍ଟ ବ୍ୟବହାର କରୁଥିବାର ସୋମବାର ଦେଖିବାକୁ ମିଳିଥିଲା। ଏପରିକି ଲିଫ୍ଟରେ ୨୦ଜଣ ଓ ୧୩ ଜଣଙ୍କ ଭାର ସମ୍ଭାଳିବା ସୂଚନା ଲେଖାଥିଲେ ସୁଦ୍ଧା ଅତ୍ୟଧିକ ଲୋକ ହୋଇଗଲେ ଭିତରେ ଥିବା ଲୋକେ ବୟସ୍କଙ୍କୁ ବାହାର କରିଦେଉଥିବାର ଦେଖିବାକୁ ମିଳିଥିଲା। ସୋମବାର ସନ୍ଧ୍ୟାରେ ୪ଜଣ ଯୁବକ ୩ଜଣ ଦୃଷ୍ଟିହୀନଙ୍କୁ ଲିଫ୍ଟ ବ୍ୟବହାର କରିବା ବେଳେ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ଲିଫ୍ଟରେ ଅତ୍ୟଧିକ ଲୋକ ହୋଇଯିବାରୁ ବାଦ୍‌ ପଡିଯାଇଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ଏହା ନୂଆ ନୁହେଁ ସବୁଦିନିଆ କଥା। ଲୋକଙ୍କ ଚିନ୍ତାଧାରା ବଦଳିବନି କି ଆମ ବ୍ୟବସ୍ଥା ସୁଧୁରିବନି ବୋଲି ସେ କହିଥିଲେ।
ଏ ସମ୍ପର୍କରେ ଭୁବନେଶ୍ୱର ରେଳ ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କୁହନ୍ତି, ସୂଚନାଫଳକ ଲଗାଯାଇଛି। ଆଉ ରେଳବାଇ ପାଖରେ ଯଥେଷ୍ଟ ବଳ ନାହଁି ଏ ସମସ୍ୟାକୁ ମୁକାବିଲା କରିବା ଲାଗି। ଲୋକେ ସଚେତନ ହେବା ଦରକାର, ଆଗକୁ କୌଣସି ବଡ଼ ପଦକ୍ଷେପ ନେବାକୁ ଚେଷ୍ଟା କରିବେ ବୋଲି ଶ୍ରୀ ନାୟକ ସୂଚନା ଦେଇଥିଲେ। ତା’ସହ ରେଳ ସୁରକ୍ଷା ବଳକୁ ଲିଫ୍ଟ ନିକଟରେ କର୍ମଚାରୀ ମୁତୟନ କରିବାକୁ ଅନୁରୋଧ କରିବେ ବୋଲି କହିଥିଲେ। ବନ୍ଦ ଥିବା ଫୁଟ ଓଭର ବ୍ରିଜ ବିଷୟରେ ଶ୍ରୀ ନାୟକ କହିଥିଲେ, ଏହା ୩ ମାସ ହେବ ବନ୍ଦ ହୋଇପଡ଼ିଛି। ପ୍ରଥମେ ଏହାକୁ ଭଙ୍ଗାଯିବ ଓ ନୂଆ ବ୍ରିଜ ତିଆରି ହେବାର ପ୍ରସ୍ତାବ ରହିଛି। କିନ୍ତୁ ସେଥିଲାଗି ବର୍ଷେରୁ ଅଧିକ ସମୟ ଲାଗିଯିବ। ବର୍ତ୍ତମାନ ସୁଧା ଟେଣ୍ଡର ମଧ୍ୟ ହୋଇନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri