Posted inପୁରୀ

ସଂଯୋଗ ସତ୍ତ୍ୱେ ଅଘୋଷିତ ବିଦ୍ୟୁତ୍‌ କାଟ ଜାରି: ପର୍ଯ୍ୟଟନ ଶିଳ୍ପ ପାଇଁ ଦିଲ୍ଲୀ, କୋଲକାତାରେ ହେବ ପ୍ରେସ୍‌ ମିଟ୍‌

ପୁରୀ ଅଫିସ, ୩।୮: ବାତ୍ୟାରେ ଛାରଖାର ହୋଇଯାଇଥିଲା ପର୍ଯ୍ୟଟନ ସହର ପୁରୀ। ହୋଟେଲ ଶିଳ୍ପ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଶନିବାର ବାତ୍ୟା ଫନୀକୁ ୩ମାସ ପୂରୁଛି। ବାତ୍ୟା ପରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ନେଇ ବହୁବାର ଆନ୍ଦୋଳନ ହୋଇଥିଲା। ଇତିମଧ୍ୟରେ ପୁରୀ ଜିଲାର ପ୍ରାୟ ସବୁ ଗ୍ରାହକଙ୍କୁ ସଂଯୋଗ ଦିଆଯାଇଥିଲେ ମଧ୍ୟ ଅଘୋଷିତ ବିଦ୍ୟୁତ୍‌କାଟ ବନ୍ଦ ହୋଇନାହିଁ। ସେହିପରି ଏ ପର୍ଯ୍ୟନ୍ତ ପୁରୀ ପର୍ଯ୍ୟଟନ ଶିଳ୍ପ ଜୋର୍‌ ଧରିନାହିଁ। ତେଣୁ ହୋଟେଲ ଆସୋସିଏଶନ ପକ୍ଷରୁ ଦିଲ୍ଲୀ ଓ କୋଲକାତାରେ ପ୍ରେସ୍‌ ମିଟ୍‌ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବାକୁ ଯୋଜନା ହେଉଛି।
ସେସୁ ପୁରୀ ଡିଭିଜନର ନିର୍ବାହୀଯନ୍ତ୍ରୀ ଶିବପ୍ରସାଦ ସ୍ବାଇଁ କହିଛନ୍ତି, ବାତ୍ୟାରେ ପୁରୀ ଜିଲା ବିଦ୍ୟୁତ୍‌ ବିଭାଗର ବ୍ୟାପକ କ୍ଷତି ହୋଇଥିଲା। ରାଜ୍ୟ ବାହାରୁ ଶ୍ରମିକଙ୍କୁ ଅଣାଯାଇ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇଥିଲା। ପୁରୀ ଡିଭିଜନର ୧,୬୩,୦୦୦ ଗ୍ରାହକଙ୍କୁ ସଂଯୋଗ ଦିଆସରିଛି। କେବଳ କୃଷ୍ଣପ୍ରସାଦ ବ୍ଲକର ସିପକୁଦା ଗଁ।କୁ ସଂଯୋଗ ଦିଆଯାଇ ପାରିନାହିଁ। ଏହି ଗଁାରେ ପ୍ରାୟ ୧୭୫ ଉପଭୋକ୍ତା ଅଛନ୍ତି। ଏଥିଲାଗି ଦ୍ରୁତଗତିରେ କାମ ଚାଲିଛି। ସେହିପରି ନିମାପଡ଼ା ସବ୍‌ଡିଭିଜନରେ ୫୮,୦୦୦ ଉପଭୋକ୍ତା ଥିବାବେଳେ ସବୁ ଗଁ।କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି ବୋଲି ଏସ୍‌ଡିଓ ଡ. ଜୟକୁମାର କହିଛନ୍ତି। ୩ଟି ସେକ୍ସନ (କାକଟପୁର-୧, କାକଟପୁର-୨ ଓ ଅସ୍ତରଙ୍ଗ)କୁ ନେଇ ଗଠିତ କାକଟପୁର ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ୩୮,୨୯୫ ଗ୍ରାହକ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କୁ ସଂଯୋଗ ଦିଆଯାଇଥିବା ସହକାରୀ ଯନ୍ତ୍ରୀ ଦୀପକ ମହାନ୍ତି କହିଛନ୍ତି। ଅନ୍ୟପକ୍ଷେ ଅଘୋଷିତ ବିଦ୍ୟୁତ୍‌ କାଟ ଜାରି ରହିଛି। କାକଟପୁର ବିଦ୍ୟୁତ୍‌ ସେକ୍ସନ-୨ ଅନ୍ତର୍ଗତ ତୁଳସୀପୁର ଗ୍ରାମର ହରିହର ସାହୁ କହିଛନ୍ତି, ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ୨୪ଘଣ୍ଟିଆ ହୋଇପାରିନାହିଁ। ପ୍ରତିଦିନ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ବାତ୍ୟା କ୍ଷତିଗ୍ରସ୍ତ ଗଁ।ରେ ବିଦ୍ୟୁତ୍‌ ସମସ୍ୟା ଦୂର ପାଇଁ ସୋଲାର ଲଣ୍ଠନ ବଣ୍ଟାଯାଉଛି। ଶୁକ୍ରବାର ପୁରୀ ସଦର ବ୍ଲକ ଆଳିକିଆ ଗଁ।ରେ ମିଶନ ଓଡ଼ିଶା ପକ୍ଷରୁ ୧୫ ପରିବାରକୁ ସୌର ଲଣ୍ଠନ ଦିଆଯାଇଛି।
ସେହିପରି ଅନେକଙ୍କ ପାଖରେ ଘରଭଙ୍ଗା ସହାୟତା ପହଞ୍ଚତ୍ନାହିଁ। ଏ ନେଇ ଆସିଥିବା ଆପତ୍ତି ଅଭିଯୋଗଗୁଡ଼ିକର ତଦନ୍ତ ଚାଲିଛି। ବଳିଆପଣ୍ଡା ବସ୍ତିର ୨,୨୦୦ କ୍ଷତିଗ୍ରସ୍ତଙ୍କ ଫଟୋ ଉଠାଯାଇ ତଥ୍ୟ ନିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୫୦ ଜଣଙ୍କୁ ସହାୟତା ରାଶି ଦିଆଯାଇଛି ବୋଲି ମନୋଜ ମଣ୍ଡଳ କହିଛନ୍ତି। ଅନ୍ୟପକ୍ଷରେ ପୁରୀ ପର୍ଯ୍ୟଟନ ଶିଳ୍ପ ଏ ପର୍ଯ୍ୟନ୍ତ ଜୋର୍‌ ଧରିନାହିଁ। ପ୍ରାୟ ୮୦ ପ୍ରତିଶତ ହୋଟେଲ ପ୍ରସ୍ତୁତ ହୋଇଯାଇଥିବା ପୁରୀ ହୋଟେଲ ଆସୋସିଏଶନ ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି। ସେହିପରି ସଭାପତି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ବାତ୍ୟାରେ ବହୁ ହୋଟେଲ କ୍ଷତିଗ୍ରସ୍ତ ହୋଇଥିଲା। ପୁନରୁଦ୍ଧାର ପାଇଁ ସରକାଙ୍କ ପାଖରେ କେତେକ ଦାବି ରଖିଥିଲୁ। ମାତ୍ର କୌଣସି ପ୍ରକାର ସାହାଯ୍ୟ, ସହଯୋଗ ମିଳିନାହିଁ। ପୁରୀ ସହରକୁ କେମିତି ଆଗଭଳି ପର୍ଯ୍ୟଟକ ଆସିବେ ସେଥିଲାଗି କୋଲକାତା ଓ ଦିଲ୍ଲୀରେ ପ୍ରେସ୍‌ କରିବା ଲାଗି ଯୋଜନା ହୋଇଛି। ପର୍ଯ୍ୟଟକ ଆସିଲେ କେବଳ ହୋଟେଲ ମାଲିକ ନୁହଁନ୍ତି, ଅନ୍ୟମାନେ ବି ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଜିଟିଭ୍‌ ରିପୋର୍ଟ ଦେଖାଇବା ପରେ ଲୋକଙ୍କୁ ନିଅନ୍ତୁ

ପୁରୀ ଅଫିସ୍‌,୨୬।୭: ମହାମାରୀ କରୋନାକୁ ରୋକିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ପେଣ୍ଠକଟା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଓ୍ବାର୍ଡ ନଂ ୨୫, ୨୬,...

ଦୂରହୋଇପାରୁନି ଭୟ

ପୁରୀ ଅଫିସ,୯ା୧୧: ବାତ୍ୟା ବୁଲ୍‌ବୁଲ ଯଦିଓ ଓଡ଼ିଶାକୁ ଛୁଇଁବ ନାହିଁ କିନ୍ତୁ ଏହାର ପ୍ରଭାବ ପଡିବ। ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ବର୍ଷା ଓ ପବନ ହେବ।...

ଶ୍ରୀମୁଖରେ ଝଲସିଲା ରତ୍ନ ଚିତା

ପୁରୀ ଅଫିସ,୨୧।୭: ପବିତ୍ର ଚିତାଲାଗି ଅମାବାସ୍ୟା ତିଥିରେ ସୋମବାର ଶ୍ରୀମନ୍ଦିରରେ ଚିତା ଲାଗି ନୀତି ସମ୍ପନ୍ନ ହୋଇଛି। ତିନିଠାକୁରଙ୍କୁ ଦଇତାପତି ସେବକମାନେ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି...

ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ନୀତି

ପୁରୀ ଅଫିସ,୨୮।୨: ଶ୍ରୀମନ୍ଦିରରେ ଅନେକ ସମୟରେ ନୀତିରେ ବିଳମ୍ବ ହେଉଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନ ଥିବାବେଳେ ମହାପ୍ରସାଦ ବାହାରିବାରେ...

ଝାଡ଼ଖଣ୍ଡରୁ ଆସିଥିବା ପର୍ଯ୍ୟଟକ ଅଜଣା ଗାଡ଼ି ଧକ୍କାରେ ଗୁରୁତର

କୋଣାର୍କ, ୧୧।୩(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ଅର୍ବାନ ହାଟ ସମ୍ମୁଖରେ ବୁଧବାର ସକାଳେ ଏକ ଅଜଣା କାର ଧକ୍କାରେ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେ ହେଲେ...

ସିଦ୍ଧ ମହାବୀର ରେଲଓ୍ବେ ଓଭରବ୍ରିଜ୍‌ ପାଇଁ ଅଧିଗ୍ରହଣ ହେବ ୨.୬୬ ଏକର ଜମି: ମାପଚୁପ ଆରମ୍ଭ, ପୁରୀବାସୀ ଉତ୍ସାହିତ

ପୁରୀ ଅଫିସ,୧୯ା୧: ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଗତ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଟି...

ସୁଆର ମହାସୁଆର ନିଯୋଗ ନିର୍ବାଚନ ସରିଲା

ପୁରୀ ଅଫିସ,୧୦ା୮: ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ନିର୍ବାଚନ ଶେଷ ହୋଇଛି। ଶନିବାର କୋଇଲି ବୈକୁଣ୍ଠ ପରିସର ନିଯୋଗ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ...

ଆବର୍ଜନା ଦିଅ, ମାଗଣାରେ ଜଳଖିଆ ଖାଅ

ପୁରୀ ଅଫିସ, ୫ା୧୨: ଚନ୍ଦ୍ରଭାଗାରେ ଚାଲିଛି ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। ଏଥିରେ ଦେଶ ବିଦେଶର ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି। ଏହି ମହୋତ୍ସବ ଦେଖିବାକୁ...

Play 250+ Trending Games
Archives

Model This Week

Why Dharitri