ସଂଘବଦ୍ଧ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଦିଗପହଣ୍ଡି,(ଡି.ଏନ.ଏ.)/ପାଟପୁର,୧୧ା୧୨-ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମରେ ୨୦୦୪ ଏପ୍ରିଲ ୧୨ ରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଗତ କିଛିଦିନ ହେଲା ଦିଗପହଣ୍ଡି ସବ୍‌ ଜେଲରେ ବିଚାରାଧୀନ ଅନ୍ତେବାସୀ ଭାବେ ରହିଥିବା ପ୍ରତାପଗିରି ଗ୍ରାମର କୃଷ୍ଣ ନାୟକଙ୍କୁ ମଙ୍ଗଳବାର ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ମାଜିଷ୍ଟ୍ରେଟ ବିଷ୍ଣୁ ପ୍ରସାଦ ଦେବତା ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣା ଦିନ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଗ୍ରାମରେ ନିର୍ବାଚନ ପ୍ରଚାର ପାଇଁ ବାଜା ବଜାଇବାକୁ କେନ୍ଦ୍ରକରି ଲିଙ୍ଗା ନାୟକଙ୍କ ଘର ସମ୍ମୁଖରେ ଦୟା ନାୟକ ଓ ଅଭି ନାୟକଙ୍କ ମଧ୍ୟରେ ମାରପିଟ ହେଉଥିଲା। ମନୁ ନାୟକ ଓ ଅରକ୍ଷିତ ନାୟକ ଛଡ଼ାଇବାକୁ ଯିବାରୁ ତାଙ୍କୁ କୃଷ୍ଣଙ୍କ ସମେତ ଅନ୍ୟ ୭ ଜଣ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। କାତି ଚୋଟରେ ମନୁ ଓ ଅରକ୍ଷିତ ଗୁରୁତର ହୋଇଥିଲେ। ପାଟପୁର ପୋଲିସ ପହଞ୍ଚିବା ପରେ ମନୁ ନାୟକଙ୍କ ସ୍ତ୍ରୀ ଉର୍ମିଳା ଏତଲା ଦେଇଥିଲେ। ଥାନା ମାମଲା ନଂ. ୫୫/୦୪ ଦଫା ୧୪୭/୧୪୮/୧୪୯/୩୪୧/୩୩୭/୩୨୪/ଅନୁଯାୟୀ ଅଭିଯୁକ୍ତମାନଙ୍କ ନଁାରେ ମକଦ୍ଦମା ରୁଜୁ କରାଯାଇଥିଲା। ତତ୍କାଳୀନ ଥାନା ଅଧିକାରୀ କୁଞ୍ଜ ବିହାରୀ ପଟ୍ଟନାୟକ ଘଟଣାର ତଦନ୍ତ କରି ନଂ. ୯୬/୦୪ ଅନୁଯାୟୀ ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ଚାର୍ଜଶିିଟ ଦାଖଲ କରିଥିଲେ। ସମୁଦାୟ ୯ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ମାଜିଷ୍ଟ୍ରେଟ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ଏହି ମାମଲାରେ ୭ ଜଣଙ୍କ ବିରୋଧରେ ଦଣ୍ଡାଦେଶର ଶୁଣାଣି କରାଯାଇଛି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ସତ୍ୟନାରାୟଣ ରଥ, ଦୀପକ କୁମାର ସେଠୀ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟର ଲାଗି ନାଟ: ଜାଦୁ ଖେଲ ଦେଉଛେ ପେଟକେ ଦାନା

ଅତାବିରା, ୩।୬ (ଡି.ଏନ୍‌.ଏ): ପେଟର ଲାଗି ଦାନା ଯୁଗାଡ଼ କରବାକେ ରାଜସ୍ଥାନ ଜଲବାର ଗାଁରୁ ଆସି ଗୁଟେ ପରିବାର ଓଡ଼ିଶାର ଭିନେ ଭିନେ ଅଂଚଲରେ ବୁଲୁଛନ୍‌।...

‘ୟାସ୍‌’କୁ ନେଇ ପ୍ରଶାସନ ତତ୍ପର: ବାଲେଶ୍ୱରରେ ଏସ୍‌ଆର୍‌ସି

ବାଲେଶ୍ୱର ଅଫିସ, ୨୩।୫: ୟାସ୍‌’କୁ ନେଇ ପ୍ରଶାସନ ତତ୍ପର ହୋଇ ଉଠିଛି। ଏ ନେଇ ବାଲେଶ୍ୱର ଜିଲା ଆହ୍ବାନ ଗୃହରେ ଏସ୍‌ଆରସି ପ୍ରଦୀପ କୁମାର ଜେନା...

ଭୋକରେ ଛାତ୍ରୀଛାତ୍ରଙ୍କ ଜଳୁଛି ପେଟ

ମହାକାଳପଡ଼ା,୨୭।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଶିକ୍ଷା ବିକାଶ ପାଇଁ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ୨୦୧୫ ମସିହାଠାରୁ ପ୍ରତିଷ୍ଠା ହୋଇଛି। ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ...

ଗଞ୍ଜାମରେ ଘରକୁ ଘର ବୁଲି ଯାଞ୍ଚ ପ୍ରକ୍ରିୟା ଜାରି: ତୃତୀୟ ଦିନରେ ଜିଲାପାଳଙ୍କ ପରିବାରର ଯାଞ୍ଚ କଲା ଟିମ୍‌, ଦୁଇଦିନରେ ୩,୭୫୯ଜଣ ସାମାନ୍ୟ ଥଣ୍ଡା ଆକ୍ରାନ୍ତ ଚିହ୍ନଟ

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାରେ ଘରକୁ ଘର ଯାଇ ଲୋକମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସହ ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଏନେଇ ଗଠିତ ଟିମ୍‌ ଶନିବାର...

ନାବାଳିକା ମା’ ହେବା ଘଟଣା: ନ୍ୟାୟ ପାଇଁ ପ୍ରେମିକଙ୍କ ମା’ଙ୍କୁ ବାନ୍ଧିଲା ମହିଳା ସଂଘ

ଖଲ୍ଲିକୋଟ,୮ା୬(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଅଞ୍ଚଳର ଜଣେ ୧୭ ବର୍ଷିୟା ନାବାଳିକା ମା’ ହେବା ଘଟଣାରେ ନ୍ୟାୟ ପାଇଁ ମହିଳା ସଂଘ ଅଣ୍ଟା ଭିଡିଛନ୍ତି। ନାବଳିକା ମା’...

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର ଅଫିସବ,୨୨।୧୧: ଫାଷ୍ଟଟ୍ରାକ ପୋକସ ଜଜ ଗଣେଶ୍ୱର ପତି ମଙ୍ଗଳବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଯଥେଷ୍ଟ ପ୍ରମାଣ ମିଳିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ...

ବାହ୍ୟ ମଳମୁକ୍ତ ଗାଁ ଯୋଜନା ବାଟବଣା

ପଟ୍ଟାମୁଣ୍ଡାଇ,୬ା୯(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବଚ୍ଛ ଭାରତ ଅଭିଯାନ ପୂରା ଫେଲ୍‌ ମାରିଛି। ଏଠାରେ ଥିବା ଅଧିକାଂଶ ଗଁାଗୁଡ଼ିକ ଅଳିଆ ଆବର୍ଜନାରେ ଭରପୂର ହୋଇ ପଡିରହିଛି। ଫଳରେ ବର୍ତ୍ତମାନ...

ପିଅନ ସମ୍ଭାଳୁଛନ୍ତି ପ୍ରାଣୀଧନ ସେବା

ପରଜଙ୍ଗ, ୨୬।୭(ଡି.ଏନ୍‌.ଏ.) କେଉଁଠି ଫାଟୁଆ ତ ଆଉ କେଉଁଠି ବ୍ୟାପିଲାଣି ବଜବଜିଆ ଭଳି ସଂକ୍ରାମକ ରୋଗ। ରୋଗାକ୍ରାନ୍ତ ଗୃହପାଳିତ ପ୍ରାଣୀମାନେ ଯନ୍ତ୍ରଣାରେ କଲବଲ ହେଉଛନ୍ତି। ହେଲେ...

Advertisement
Archives

Model This Week