Posted inଜାତୀୟ

ଷଢ଼େଇକଳାରେ ମାଓବାଦୀ ଆକ୍ରମଣ: ୫ ପୋଲିସ ଶହୀଦ

ରାଞ୍ଚତ୍,୧୫ା୬: ଝାଡ଼ଖଣ୍ଡର ଷଢ଼େଇକଳା ଜିଲାରେ ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୫ ପୋଲିସ ଶହୀଦ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ସବ୍‌ଇନ୍ସିପେକ୍ଟର ଓ ୩ କନ୍‌ଷ୍ଟେବଲ ଅଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ପୋଲିସ ପାଟ୍ରୋଲିଂ ଟିମ୍‌ ଜିଲାର ତିରୁଲଡିହ ଥାନା ଅନ୍ତର୍ଗତ କୁକ୍‌ଡୁ ବଜାର ସାପ୍ତାହିକ ହାଟରେ ପହଞ୍ଚତ୍ବା କ୍ଷଣି ସେଠାରେ ଛକି ରହିଥିବା ମାଓବାଦୀମାନେ ଆକ୍ରମଣ କରିଥିଲେ। ସେମାନେ ଅତି ନିକଟରୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି। ଆକ୍ରମଣରେ ଅନ୍ୟ କେତେଜଣ ପୋଲିସ ଆହତ ହୋଇଛନ୍ତି। ୮ରୁ ୧୦ ଜଣ ମାଓବାଦୀ ବାଇକରେ ଆସିଥିଲେ। ସେମାନେ ପୋଲିସଙ୍କଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୋଲିସ ଏଡିଜି ଏମ୍‌.ଏଲ୍‌ ମୀନା ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ସୀମାବର୍ତ୍ତୀ ଆକ୍ରମଣସ୍ଥଳକୁ ଏସ୍‌ପି ଓ ଅନ୍ୟ ପୋଲିସ ପଦାଧିକାରୀମାନେ ଯାଇଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆକ୍ରମଣକୁ ନିନ୍ଦା କରିଛନ୍ତି। ପୋଲିସଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ମାଓବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ମେ ୨୮ରେ ଝାଡ଼ଖଣ୍ଡରେ ମାଓବାଦୀମାନଙ୍କ ସିରିଜ୍‌ ଆଇଇଡି ବିସ୍ଫୋରଣରେ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସର ୨୬ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ସିଆରପିଏଫ୍‌ କମାଣ୍ଡୋଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଚଳିତ ମାସ ଆରମ୍ଭରେ ଦୁମ୍‌କା ଜିଲାର ତଳଡଙ୍ଗଲ ଜଙ୍ଗଲରେ ମାଓବାଦୀ ଓ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଯବାନ ଶହୀଦ ହେବା ସହ ଅନ୍ୟ ୪ ଜଣ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗ ଭେଦିବାକୁ ଭାଜପାର କସରତ

ପରଜଙ୍ଗ, ୨୧।୪(ଡି.ଏନ.ଏ.) ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକ ସଭା କ୍ଷେତ୍ର ଢେଙ୍କାନାଳରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୩ରେ ଅନୁଷ୍ଠିତ ହେଉଛି। ପ୍ରଚାର ସରିବାକୁ...

ବଲିଉଡ୍‌ ଅଭିନେତ୍ରୀଙ୍କ ଘରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ,୩।୩ : ବଲିଉଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ସମାଲୋଚକ ଭାବେ ଜଣାଶୁଣା ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସି ପନ୍ନୁଙ୍କ ଘରେ...

କରୋନା ହଟ୍‌ସ୍ପଟ୍‌ ଚାନ୍ଦିନୀ ମହଲକୁ ଘୋଷଣା କରାଗଲା କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ କରୋନା ଭାଇରସର୍‌ ହଟ୍‌ସ୍ପଟ୍‌ କୁହାଯାଉଥିବା ଚାନ୍ଦିନୀ ମହଲ ଅଞ୍ଚଳରେ ରବିବାର ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ...

ବିଦାହେବେ ଅପାରଗ, ଦୁର୍ନୀତିଗ୍ରସ୍ତ ବାବୁ

ନୂଆଦିଲ୍ଲୀ,୩୦ା୮- ଅପାରଗ ଓ ଦୁର୍ନୀତିଗ୍ରସ୍ତ ବାବୁମାନେ ଆଉ ଅଧିକ ସମୟ ଚାକିରିରେ ରହିପାରିବେ ନାହିଁ। ୫୦ରୁ ୫୫ ବର୍ଷ ବୟସ ହୋଇଥିବା ଓ ୩୦ ବର୍ଷ...

ପୁଣି ୨୦୨୨ ଅକ୍ଟୋବର ୨୫କୁ ଅପେକ୍ଷା

ନୂଆଦିଲ୍ଲୀ, ୨୧।୬: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଯାଗତିକ ଦୃଶ୍ୟ ସମସ୍ତଙ୍କୁ ବେଶ୍‌ ଚକିତ କରିଛି। ୨୦୨୧ରେ ମଧ୍ୟ ୨ଟି ସୂର୍ଯ୍ୟପରାଗ...

ଆର୍‌ଜେଡିକୁ ଆଇନର ପାଠ ପଢାଇଲେ ନଡ୍ଡା

ପାଟନା,୫ ।୧୧: ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୭ରେ ଅନୁଷ୍ଠିତ ହେବ । ଗୁରୁବାର ୧୫ ଜିଲାର ୭୮ ଆସନ ପାଇଁ...

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ରାଷ୍ଟ୍ରପତି ଶାସନ ବିକଳ୍ପ !

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଫଳରେ ରାଷ୍ଟ୍ରପତି ଶାସନ ଏକ ମାତ୍ର ବିକଳ୍ପ ରହିଥିବା କୁହାଯାଉଛି। ଭାଜପା ସରକାର ଗଠନରୁ ଓହରିବା ପରେ...

ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୨: ଏବେ ମହିଳା ଅଧିକାରୀଙ୍କୁ ସେନାରେ ସ୍ଥାୟୀ କମିଶନ ମିଳିବ। ଏନେଇ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ୨୦୧୦ରେ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ...

Advertisement
Archives

Model This Week