ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର

ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା ଓ ସେଲା ପଥର ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ଥିବା ପ୍ରସିଦ୍ଧ ମନ୍ଦିର ହରି ଏବଂ ଶଙ୍କର ବୈଷ୍ଣବ ଏବଂ ଶୈବ ଭକ୍ତଙ୍କର ପ୍ରସିଦ୍ଧ ଉପାସନା ପୀଠ। ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡକୁ ଚାଇନା ପରିବ୍ରାଜକ ହୁଏନ୍‌ ସାଂ ପ-ଲି-ମ-ଲ ଗିଲି ଭାବେ ବର୍ଣ୍ଣନା କରିଥିବା ଇତିହାସ ପୃଷ୍ଠାରୁ ଜଣାଯାଏ।

କପିଳାସ

ଢେଙ୍କାନାଳ ଜିଲା ସଦରମହକୁମାଠାରୁ ୨୫ କି.ମି. ଦୂରରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ କପିଳାସ। ଏଠାରେ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ପୂଜା ପାଇଥାନ୍ତି। ମା’ ପାର୍ବତୀ ଚତୁର୍ଭୁଜା ହୋଇଥିବାରୁ ଦଶହରାରେ ମା’ଙ୍କ ଷୋହଳ ପୂଜା ଅନୁଷ୍ଠିତ ହୋଇଥାଏ। ଏହା ବ୍ୟତୀତ ଏଠାରେ ନାରାୟଣ, କାଶୀ ବିଶ୍ୱନାଥ ଓ ଭୁବନେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ରହିଛି। ଏହା ଦ୍ୱାଦଶ ଶତାବ୍ଦୀର ମନ୍ଦିର ବୋଲି ଇତିହାସ ପୃଷ୍ଠାରୁ ଜଣାପଡ଼େ। ଏଠାରେ ଜାଗର ଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରବଳ ଜନସମାଗମ ହୋଇଥାଏ। କପିଳାସର ପାଦ ଦେଶରେ ଚାରି ଚକିଆ ଓ ଦୁଇ ଚକିଆ ଯାନ ଯିବା ପାଇଁ ୧୨ଟି ଘାଟି ରାସ୍ତା ଏବଂ ପାହାଚରେ ଯାତାୟାତ ପାଇଁ ୧୩୫୨ ପାହାଚ ରହିଛି। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ପାଦଦେଶରେ ଏକ ଚିଡ଼ିଆଖାନା ଅଛି।

ଧବଳେଶ୍ୱର

ଧବଳେଶ୍ୱର ପୀଠ କଟକ ଜିଲା ଆଠଗଡ଼ ବ୍ଲକ ମଞ୍ଚେଶ୍ୱର ପଞ୍ଚାୟତରେ ମହାନଦୀ ଗର୍ଭରେ ଅବସ୍ଥିତ। ଜାଗର ପଞ୍ଚକ ଓ ବଡ଼ଓଷା ଏଠାକାର ମୁଖ୍ୟପର୍ବ। ବଡ଼ଓଷାର ଗଜଭୋଗ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ପଞ୍ଚକ ପାଞ୍ଚଦିନ ମହାପ୍ରଭୁ ଧବଳେଶ୍ୱରଙ୍କର ବଡ଼ସିଂହାର ବେଶ ହୋଇଥାଏ। ଏଠାକାର ପ୍ରମୁଖ ଆକର୍ଷଣ ହେଉଛି ମହାନଦୀର ମଞ୍ଚେଶ୍ୱର ଘାଟରୁ ପୀଠର ଉତ୍ତର ପାର୍ଶ୍ୱକୁ ସଂଯୋଗ କରୁଥିବା ୧କି.ମି. ଦୀର୍ଘ ଓ ୧୦ଫୁଟ୍‌ ଓସାରର ଝୁଲାପୋଲ। ଏହି ଝୁଲାପୋଲରେ ଏକକାଳୀନ ୧୦୦୦ ଲୋକ ଯାଇପାରିବେ। ଦକ୍ଷିଣ ପାର୍ଶ୍ୱରେ ୧.୫କି.ମି.ର ନଦୀ ଗର୍ଭକୁ ନୌକାରେ ପାରିହେବା ମଧ୍ୟ ଲୋକଙ୍କର ଅନ୍ୟତମ ଆକର୍ଷଣ। ଏହି ପୀଠରେ ଧବଳେଶ୍ୱରଙ୍କ ମନ୍ଦିରକୁ ଲାଗି ବୁଢ଼ାଲିଙ୍ଗଙ୍କ ମନ୍ଦିର ରହିଛି। ଏଠାରେ ଦେବୋତ୍ତର ଓ ପର୍ଯ୍ୟଟନ ବିଭାଗର ପାନ୍ଥଶାଳା ରହିଛି।

ଲୋକନାଥ

ଶ୍ରୀମନ୍ଦିର ପଶ୍ଚିମରେ ପ୍ରାୟ ୨ କିଲୋମିଟର ଦୂରରେ ଶ୍ରୀଲୋକନାଥ ମନ୍ଦିର ଅବସ୍ଥିତ। ଶ୍ରୀଲୋକନାଥ ପଞ୍ଚ ପାଣ୍ଡବଙ୍କ ମଧ୍ୟରେ ଭୀମ ରୂପରେ କଳ୍ପିତ। ପ୍ରାୟ ୧୦ଏକର ପରିମିତ ଅଞ୍ଚଳରେ ଏହି ମନ୍ଦିର ଅବସ୍ଥିତ। ବେଢା ସମ୍ମୁଖରେ ପାର୍ବତୀ ସାଗର ନାମକ ଏକ ଜଳାଶୟ ରହିଛି। ମନ୍ଦିର ପତ୍ତନଠାରୁ ପ୍ରାୟ ୧୦ଫୁଟ୍‌ ନିମ୍ନରେ ପୂଜା ପାଉଥିବା ଶିବଲିଙ୍ଗ ବର୍ଷତମାମ ଜଳମଗ୍ନ ରହିଥାନ୍ତି। ଫାଲ୍‌ଗୁନ କୃଷ୍ଣ ଏକାଦଶୀରେ ପଙ୍କୋଦ୍ଧାର ପରେ ଦିବ୍ୟ ଲିଙ୍ଗଙ୍କ ଦର୍ଶନ ମିଳେ। ବୈଶାଖ ଶେଷ ସୋମବାର ଏଠାରେ ସରନ୍ତି ସୋମବାର ମହୋତ୍ସବ ଅନୁଷ୍ଠିତ ହୁଏ। ଓଡ଼ିଶା ଗ୍ରାମାଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ପୀଠରେ ପହଞ୍ଚି ନୂଆ ଧାନରେ ଚୁଡ଼ାଘଷା ପ୍ରସ୍ତୁତ କରି ଭୋଗ ଲଗାଇଥାନ୍ତି। ପୀଠରେ ପ୍ରସିଦ୍ଧ ଜାଗର ମେଳା ଅନୁଷ୍ଠିତ ହୋଇଥାଏ। ଶ୍ରାବଣ ମାସର ପ୍ରତି ସୋମବାର ଭାରତର ବିଭିନ୍ନ ପ୍ରାନ୍ତରୁ ପବିତ୍ର ନଦୀଜଳ ଧରି ପାଦରେ ଚାଲି ଚାଲି କାଉଡ଼ିଆମାନେ ଜଳାଭିଷେକ ନିମନ୍ତେ ପୀଠରେ ପହଞ୍ଚିଥାନ୍ତି।

ଲିଙ୍ଗରାଜ ମନ୍ଦିର

ମନ୍ଦିରମାଳିନୀ ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓଡ଼ିଶା କୀର୍ତ୍ତିରାଜିର ଅନ୍ୟତମ ଶ୍ରେଷ୍ଠ ରତ୍ନ। ଏହି ମନ୍ଦିର ୧୦୩୦ରେ ରାଜା ଯଯାତି କେଶରୀ ଆରମ୍ଭ କରିଥିବା ବେଳେ ୧୦୬୫ରେ ରାଜା ଲଲାଟେନ୍ଦୁ କେଶରୀ ଶେଷ କରିଥିଲେ। ମନ୍ଦିର ଉଚ୍ଚତା ୧୮୦ଫୁଟ । ଏଠାରେ ମୁଖ୍ୟ ମନ୍ଦିରକୁ ଛାଡ଼ିଦେଲେ ନାଟମଣ୍ଡପ, ଜଗମୋହନ, ଭୋଗମଣ୍ଡପ ରହିଛି। ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ସ୍ବୟଂମ୍ଭୁ ଲିଙ୍ଗ ଅଛନ୍ତି, ଯାହାକି ହରିହରଙ୍କ ସମ୍ମିଶ୍ରଣ ଅଟନ୍ତି। ତେଣୁ ପ୍ରଭୁ ଲିଙ୍ଗରାଜଙ୍କୁ ଉଭୟ ଶିବ ଓ ବିଷ୍ଣୁ ଭାବେ ପୂଜା କରାଯାଏ। ଭାରତର ଶ୍ରେଷ୍ଠ ୧୨ଟି ପବିତ୍ର ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ଏହି ମନ୍ଦିରରେ ଶିବରାତ୍ରି ଉତ୍ସବରେ ଦୀପ ପରିବର୍ତ୍ତେ ମଶାଲ ଜାଳି ମହାଦୀପ ଉଠାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ରସଗୋଲା

ଛପନ ଭୋଗ ବିଭିନ୍ନ ପ୍ରକାର ମିଠା ବିଶେଷକରି ବଙ୍ଗଳା ମିଠା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜୟଦେବ ବିହାର ଛକସ୍ଥିତ ଛପନ ଭୋଗ ସୁଇଟ୍ସ ବିଭିନ୍ନ...

ଶ୍ରେଷ୍ଠ ପାଞ୍ଚ କଟକ ପାଠାଗାର

ରବୀନ୍ଦ୍ର ପାଠାଗାର ତିନିକୋଣିଆ ବଗିଚା ଅଞ୍ଚଳରେ ରହିଛି ରବୀନ୍ଦ୍ର ପାଠାଗାର। ୧୯୪୯ ଏପ୍ରିଲ ୧୭ରେ ବ୍ୟବସାୟୀ ନରେନ୍ଦ୍ର କୁମାର ମିତ୍ର ତାଙ୍କ ବଡ଼ପୁଅ ରବୀନ୍ଦ୍ରଙ୍କ ସ୍ମୃତିରେ...

ଶ୍ରେଷ୍ଠ ପାଞ୍ଚ ପୁଷ୍କରିଣୀ

ଚନ୍ଦନେଶ୍ୱର ଜୀଉଙ୍କ ନୀଳ, ମଣ୍ଡନ ଓ ହାକାଣ୍ଡ ପୋଖରୀ ବାଲେଶ୍ୱର ଜିଲା ଭୋଗରାଇରେ ଅବସ୍ଥିତ ଚନ୍ଦନେଶ୍ୱର ଜୀଉଙ୍କ ପ୍ରସିଦ୍ଧ ଶୈବପୀଠ। ମନ୍ଦିର ଇଶାନ କୋଣରେ ଅଛି...

ଶ୍ରେଷ୍ଠ ପାଞ୍ଚ ଷ୍ଟାଡିୟମ

ଡ୍ରିମ୍ସ ଗ୍ରାଉଣ୍ଡ କଟକର ଟାଙ୍ଗୀଠାରେ ରହିଛି ଡ୍ରିମ୍‌ସ ଷ୍ଟାଡିୟମ। ଏଠାରେ ବିସିସିଆଇର ଅନେକ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ଖେଳାଯାଇଛି। ଗତ ୨୦୧୩ ମସିହାରେ ଭାରତରେ ହୋଇଥିବା...

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ...

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା...

Advertisement
Archives

Model This Week