ଶ୍ରୀ ଜଂଘା ବଡ଼ଦେଓ ବାର୍ଷିକ ପୂଜା: ବିଧାୟକଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଚର୍ଚ୍ଚା

ବଇଣ୍ଡା, ୫।୧(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଆମ୍ବଶରମୁଣ୍ଡା ଗ୍ରାମରେ ରବିବାର ଅନୁଷ୍ଠିତ ଶ୍ରୀ ଜଂଘା ବଡ଼ଦେଓଙ୍କ ବାର୍ଷିକ ପୂଜା ଉତ୍ସବରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୂଜା ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଚାଲିଥିବାବେଳେ ମୁଖ୍ୟଅତିଥି ଭାବେ ଆଗରେ ଚାଲି ଚାଲି ଯାଉଥିଲେ ବିଧାୟକ। ଏହି ସମୟରେ ହାତରେ ଖଣ୍ଡା ଧରି ସେ ହଠାତ୍‌ ନାଚିବାକୁ ଆରମ୍ଭ କଲେ। ଧୀରେ ଧୀରେ ଅଣାୟତ୍ତ ହୋଇପଡୁଥିବା ବିଧାୟକଙ୍କୁ ଆୟତ୍ତ କରିବାକୁ କେତେଜଣ ଲୋକ ତାଙ୍କୁ ଦୁଇ ବାହୁକୁ ଧରିଥିବା ଦେଖିବାକୁ ମିଳିଥିଲା। ବିଧାୟକଙ୍କ ନିକଟରେ ଏପରି ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରି ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ତାଙ୍କୁ କାଳେସୀ ଲାଗିଥିବା ଅନୁମାନ କରିଥିଲେ। ଏପରି କି ତାଙ୍କ ଶରୀରରେ ପ୍ରଭୁ ଜଂଘା ବଡ଼ଦେଓଙ୍କ ଆବିର୍ଭାବ ହୋଇଥିବା କହି କେତେଜଣ ମହିଳା ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା।
ତେବେ ଏଥିପୂର୍ବରୁ ଅନୁଷ୍ଠିତ ସାଧାରଣ ସଭାରେ ବିଧାୟକ ସାଏ ସେଠାରେ ଉପସ୍ଥିତ ସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ସେତେବେଳେ ସେ ସ୍ବାଭାବିକ ଥିଲେ। ଏହାପରେ ଅନୁଷ୍ଠିତ ଶୋଭାଯାତ୍ରାରେ ତାଙ୍କ ନିକଟରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଧାୟକଙ୍କ ଏପରି ଆଚରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ନେଇ ବିଧାୟକଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହିଂସା ଗ୍ରହଣୀୟ ନୁହେଁ

ଭୁବନେଶ୍ୱର,୩୦।୧(ବ୍ୟୁରୋ):ଯେକୌଣସି ହିଂସା ଗ୍ରହଣୀୟ ନୁହେଁ। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାକୁ ମୁଁ ନିନ୍ଦା କରୁଛି। ଏହାଦ୍ୱାରା ରାଜ୍ୟରେ ଆଇନଶୃଙ୍ଖଳା ବୋଲି କିଛି...

କୋଭିଡ ନିୟମ ଉଲ୍ଲଘଂନ କରି କଳସ ଶୋଭାଯାତ୍ରା: ଥାନାରେ ମାମଲା

ପଟ୍ଟାମୁଣ୍ଡାଇ,୧୩।୭(ସ୍ବ.ପ୍ର)-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ବଳଭଦ୍ରପୁର ଗ୍ରାମରେ ଗ୍ରାମଦେବତୀଙ୍କ ପ୍ରତିଷ୍ଠା ଉତ୍ସବରେ କୋଭିଡ ନିୟମ ଉଲ୍ଲଘଂନ ହୋଇଥିବା ନେଇ ରବିବାର ଅଭିଯୋଗ ହୋଇଥିଲା। ଏହି ଘଟଣାରେ...

ପପଙ୍ଗା ବନବିହାର ଯାତ୍ରା ବାତିଲ : ଗାଁ ବୁଲିବେନି ପ୍ରଭୁ ବୁଢ଼ାରଜା

ଭେଡ଼େନ, ୮ା୪(ଡ଼ି.ଏନ.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ପପଙ୍ଗା ପାହାଡ଼ରେ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣମୀ ପରଦିନ ହେବାକୁ ଥିବା ପ୍ରଭୁ ବୁଢ଼ାରଜା ଓ କ୍ଷେତ୍ରପାଲଙ୍କ ବନବିହାର...

୨ ଖଇନି କମ୍ପାନୀରେ ଚଢାଉ, ୩ ଗିରଫ: ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଖଇନି, ଯନ୍ତ୍ରପାତି ଜବତ

ଆସିକା,୫ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା-ଭଞ୍ଜନଗର ମୁଖ୍ୟରାସ୍ତା ନିକଟ ଗାଙ୍ଗପୁର ଠାରେ ବେଆଇନଭାବେ ଚାଲିଥିବା ଦୁଇଟି ଖଇନି କମ୍ପାନୀ ଉପରେ ଶୁକ୍ରବାର ଗାଙ୍ଗପୁର ପୋଲିସ ଚଢାଉ କରିଥିଲା।...

ଏଣିକି ନାମ ପଞ୍ଜୀକରଣ ପାଇଁ ୪ଟି ତାରିଖ

ଜଗତ୍‌ସିଂହପୁର ଅଫିସ, ୩ା୮: କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକ ପ୍ରତିନିଧି ଆଇନ ୧୯୫୦/୫୧ର ପରିବର୍ତ୍ତନ ସହ ଭୋଟର ତାଲିକାରେ...

ତିତ୍‌ଲିର ବର୍ଷେ ପରେ ବି ନିର୍ମାଣ ହୋଇପାରୁନି ରାସ୍ତା

ପାରଳାଖେମୁଣ୍ଡି,୨୪ା୨(ସ୍ବ.ପ୍ର.) ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଅଧୀନ କଇଁପୁର-ତୁମ୍ବ ରାସ୍ତାଟି ତିତ୍‌ଲି ପର ବନ୍ୟାରେ ଧୋଇ ହୋଇଯାଇଛି। ହେଲେ ତିତ୍‌ଲିକୁ ଇତିମଧ୍ୟରେ ୧ବର୍ଷ ୪ମାସ ବିତିଯାଇଥିଲେ ମଧ୍ୟ...

୪ ଦିନ ହେଲା ବଢୁଛି ତେଲ ଦର: ପେଟ୍ରୋଲ ୭,ଡିଜେଲ ୨୦ ପଇସା

ଭୁବନେଶ୍ୱର,୨୪।୧୧: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢି ଲିଟର ପିଛା...

ସ୍ତ୍ରୀଙ୍କ ସହ ଝିଅପୁଅଙ୍କୁ ବିଭତ୍ସ ଭାବେ ହତ୍ୟା ମାମଲା: ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ସୀମାଞ୍ଚଳ

ଭଞ୍ଜନଗର, ୨୮।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡଗଡ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ୨୦୧୨ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ସ୍ତ୍ରୀ, ନାବାଳିକା ଝିଅ, ନାବାଳକ ପୁତ୍ର ହତ୍ୟା...

Advertisement
Archives

Model This Week