ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗିକଲେ ୩୨ ହଜାର କାଉଡ଼ିଆ

ପୁରୀ ଅଫିସ, ୨୯ା୭: ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଶ୍ରୀଲୋକନାଥଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ହୋଇଥିଲା। ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ୩୨,୩୦୦ କାଉଡ଼ିଆ ଶ୍ରୀଲୋକନାଥଙ୍କୁ ଜଳ ଲାଗି କରିଛନ୍ତି। ତେବେ ରବିବାର ରାତିରେ ଲଗାଣ ବର୍ଷା ଯୋଗୁ ବୋଲବମ୍‌ ଭକ୍ତମାନେ ହଇରାଣ ହୋଇଥିବାବେଳେ ମନ୍ଦିର ବେଢାରେ ପାଣି ଜମିଥିଲା।
ରବିବାର ସନ୍ଧ୍ୟା ପରଠାରୁ ବ୍ୟାରିକେଡରେ ଧାଡ଼ି ଲଗାଇଥିଲେ କାଉଡ଼ିଆ। ରାତି ୧୦ଟା ବେଳକୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆଙ୍କ ଧାଡ଼ି ଲମ୍ବିଥିଲା। ଶୃଙ୍ଖଳିତ ଜଳଲାଗି ପାଇଁ ରବିବାର ରାତି ୧୨ଟା ୫ରେ ଦ୍ୱାର ଫିଟାଯାଇଥିଲା। ୧୨ଟା ୩୫ରୁ ପାଣି ଢାଳିବା ଆରମ୍ଭ ହୋଇଥିଲା। ବ୍ୟାରିକେଡ ମଧ୍ୟ ଦେଇ ପାର୍ବତୀ ସାଗର କଡ଼େ କଡେ ଯାଇଥିଲେ କାଉଡ଼ିଆ। ରୋଷଘର ଦୁଆର ମୁହଁରେ ପ୍ରବେଶ କରି ନାଟାମ୍ବର ମନ୍ଦିର ପଛପଟେ ଯାଇ ଲକ୍ଷ୍ମୀଙ୍କ ଦ୍ୱାରରେ ସ୍ଥାପିତ ପ୍ରଭୁ ଶ୍ରୀଲୋକନାଥଙ୍କ ଲିଙ୍ଗରେ ପାଣି ଢାଳିଥିଲେ। ଏହାପରେ ସେମାନେ ସିଂହଦ୍ୱାର ପଟେ ବାହାରକୁ ବାହାରିଥିଲେ।
ଏ ସମ୍ପର୍କରେ ଶ୍ରୀଲୋକନାଥ ମନ୍ଦିରର ମ୍ୟାନେଜର ଅପଚ୍ଛ ପରିଡ଼ା କୁହନ୍ତି, ରବିବାର ଅପରାହ୍ନରୁ କାଉଡ଼ିଆମାନଙ୍କ ଆଗମନ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ବହୁ ସଂଖ୍ୟାରେ କାଉଡ଼ିଆ ବ୍ୟାରିକେଡରେ ଲାଇନରେ ରହିଥିଲେ। ଜଳ ଲାଗି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା। ରାତି ୧୨ଟା ୫ରେ ଦ୍ୱାର ଫିଟିବା ପରେ ୧୨ଟା ୩୫ରୁ ଜଳଲାଗି ଆରମ୍ଭ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୋଲିସ ନିୟୋଜିତ ହୋଇଥିଲେ। ଉପଜିଲାପାଳ ଭବତାରଣ ସାହୁ ଘଟଣାସ୍ଥଳକୁ ଯାଇ ଜଳ ଲାଗି କିପରି ଶୃଙ୍ଖଳାର ସହ କରାଯିବ ତାହାର ଅନୁଧ୍ୟାନ କରିଥିଲେ। ଦ୍ୱିତୀୟ ସୋମବାର ୩୨,୩୦୦ ଟିକେଟ୍‌ ବିକ୍ରି ହୋଇଥିଲା ଏବଂ ଅପରାହ୍ନ ପ୍ରାୟ ୧ଟା ପର୍ଯ୍ୟନ୍ତ କାଉଡ଼ିଆ ଜଳ ଲାଗି କରିଥିଲେ ବୋଲି ପରିଡ଼ା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରବିବାର ରାତି ପ୍ରାୟ ୯ଟାରୁ ବର୍ଷା ଆରମ୍ଭ ହୋଇଥିଲା। ଦେଢ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରବଳ ବର୍ଷିବାରୁ ଲୋକନାଥ ମନ୍ଦିର ବେଢାରେ ପାଣି ଜମିଯାଇଥିଲା। କାଉଡ଼ିଆମାନଙ୍କ ସୁରକ୍ଷିତ ଜଳ ଲାଗି ପାଇଁ ରାତି ପ୍ରାୟ ୧୧ଟାରେ ଅଗ୍ନିଶମବାହିନୀ କର୍ମଚାରୀମାନେ ୨ଟି ମୋଟର ଲଗାଇ ପାଣି ନିଷ୍କାସନ କରିଥିଲେ। ପ୍ରାୟ ୧ଘଣ୍ଟା ପରେ ପାଣି ନିଷ୍କାସିତ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋତେ ମାରି ସାରିଲଣି, ଏବେ ମୁଁ ମଲା ମଣିଷର ଜୀବନ ବଞ୍ଚିଛି: ଅନୁଭବ

କଟକ ଅଫିସ,୭।୬: ପୁଣି ଅଭିନେତା ତଥା ବିଜେଡି ଏମ୍‌ପି ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ଚର୍ଚ୍ଚାରେ। ସୋମବାର ଏକ ଭିଡିଓରେ ମିଥ୍ୟା ଖବର ଛାପିବା...

ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରାଯାଇଛି: ମନ୍ତ୍ରୀ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): କରୋନା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଗାଁ ଗଣ୍ଡାରେ ସରକାର ବିରୋଧରେ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ବର,୨୩ା୧(ବ୍ୟୁରୋ):ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ନିକଟରେ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି।...

ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୭।୯(ଡି.ଏନ.ଏ)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ...

ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ପ୍ରଶାସନ: ପୁଣି ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ବାରିପଦା ଅଫିସ,୨୬ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଦୀର୍ଘ ଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ଏଠାରେ ସମନ୍ବିତ ବିଏଡ,...

ମେଟଲ୍‌ ମିଟ୍‌ ଗ୍ରାଣ୍ଡ ଫିନାଲେ ଜୁନିୟର ଗ୍ରୁପ୍‌ ରାଉଣ୍ଡ-୧: ଆଗରେ ମଦର୍ସ ପବ୍ଲିକ ସ୍କୁଲ

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌-୨୦୧୯ ଜୁନିୟର ଗ୍ରୁପ୍‌ ଗ୍ରାଣ୍ଡ ଫିନାଲେର ରାଉଣ୍ଡ-୧ ଏହା ମଧ୍ୟରେ ଶେଷ ହୋଇଛି। ଏହି ‘ଇନ୍‌ଫିନାଇଟ୍‌’ ରାଉଣ୍ଡରେ ୧୬ଟି ପ୍ରଶ୍ନ ରହିଥିବା ବେଳେ...

CORONAVIRUS UPDATE : ନୂଆ ୨୬ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଜଣଙ୍କୁ ଛାଡ଼ି ସମସ୍ତେ ସୁରଟ ଫେରନ୍ତା, ଅଧିକାଂଶଙ୍କଠାରେ ଲକ୍ଷଣ ଥିଲା

ଭୁବନେଶ୍ୱର, ୮।୫(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଚିହ୍ନଟ ନୂଆ ୨୬ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏହି ୨୬ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୧୯ ଜଣ...

୧୫୨ ନଂ. କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ: ସାଙ୍ଗସାଥୀଙ୍କ ସହିତ ଖେଳିଛନ୍ତି ତାସ୍‌, କ୍ରିକେଟ୍‌

ରତ୍ନଗିରି,୩ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ କଳାମାଟିଆ ପଞ୍ଚାୟତରେ ୧ ତାରିଖରେ ଚିହ୍ନଟ ହୋଇଥିବା ୧୫୨ ନଂ. କରୋନା ସଂକ୍ରମିତ ୨୮ ବର୍ଷୀୟ ଯୁବକଙ୍କ...

Advertisement
Archives

Model This Week