ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ସରିଲା: ବଦଳୁଛି ମନ୍ଦିର ପାରିପାର୍ଶ୍ୱିକ ପରିବେଶ, ଜୋର୍‌ସୋର୍‌ରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ଭୁବନେଶ୍ୱର, ୩୧ା୧୨ (ବ୍ୟୁରୋ)- ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ପ୍ରାୟତଃ ସରି ଆସିଛି। ଏପଟେ ଆରମ୍ଭ ହୋଇଯାଇଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ପୁରୁଣା ମାର୍କେଟ କମ୍ପ୍ଲେକ୍ସ ସ୍ଥାନ ଓ ଭଜନ ମଣ୍ଡପ ସ୍ଥାନକୁ ଏକାକାର କରାଯିବାପରେ ମନ୍ଦିର ସମ୍ମୁଖ ସୌନ୍ଦର୍ଯ୍ୟକରଣକୁ ଆହୁରି ବ୍ୟାପକ କରାଯିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଅବନୀ ପଟ୍ଟନାୟକ କହିଛନ୍ତି। ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟ ତଦାରଖବେଳେ ପଟ୍ଟନାୟକ କହିଲେ, ନିର୍ଦ୍ଧାରିତ ସମୟ ପୂର୍ବରୁ ଉଚ୍ଛେଦ କାର୍ଯ୍ୟ ସରୁଛି। ସେହିଭଳି ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ବିଏମ୍‌ସି, ବିଡିଏ ଓ ଆର୍‌ ଆଣ୍ଡ୍‌ ବି ବିଭାଗ ଶତପ୍ରତିଶତ ଉଦ୍ୟମ ଜାରି ରଖିଛନ୍ତି। ତେଣୁ ଖୁବ୍‌ କମ୍‌ ଦିନରେ ବିକାଶ କାର୍ଯ୍ୟ ସରିବ। ଅନ୍ୟପକ୍ଷରେ ମଙ୍ଗଳବାର ଭଜନ ମଣ୍ଡପର ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। ଏକ ଘରୋଇ ଠିକା ସଂସ୍ଥା ଏହାର ଉଚ୍ଛେଦ କାର୍ଯ୍ୟ ସାରିଛି। ଏବେ ନିର୍ମାଣର ଭଗ୍ନାବଶେଷ ଉଠାଯିବ। ବର୍ତ୍ତମାନ ମନ୍ଦିର ପାରିପାର୍ଶ୍ୱିକ ପରିବେଶର ଏକ ଭିନ୍ନ ରୂପରେଖ ଦେଖିବାକୁ ମିଳିଲାନି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଦ୍ରୁତ ଗତିରେ ଚାଲିଥିବାବେଳେ ଯେଉଁ ସ୍ଥାନରେ ଗାଡି ପାର୍କିଂ କରାଯାଉଥିଲା, ସେ ସ୍ଥାନରେ ଏବେ ଟାଇଲ ଖଞ୍ଜା ଚାଲିଛି। ଦିନେ ଦୁଇ ଦିନ ମଧ୍ୟରେ ଏହି କାମ ସରିବା ପରେ ଚତୁଃପାର୍ଶ୍ୱରେ ଗଛ ଲଗାଯିବ ଓ ପର୍ଯ୍ୟଟକଙ୍କ ବସିବା ପାଇଁ ବେଞ୍ଚ ଲଗାଯିବ। ଏବେ ପ୍ରାଥମିକ ଭାବେ ପୁରୁଣା ମାର୍କେଟ କମ୍ପ୍ଲେକ୍ସ ସ୍ଥାନରେ ବଡ଼ ବଡ଼ ଗଛ ରଖାଯାଇଥିବାବେଳେ ବେଞ୍ଚ ସ୍ଥାପନ ସରିଛି। ମନ୍ଦିର ସମ୍ମୁଖ ଦେବୀପାଦହରା ପୁଷ୍କରିଣୀ ପାର୍ଶ୍ୱରୁ ସମସ୍ତ ଉଚ୍ଛେଦ ପରେ ଏବେ ପରବର୍ତ୍ତୀ କାର୍ଯ୍ୟ ଜାରି ରହିଛି ବୋଲି ଅତିରିକ୍ତ କମିଶନର ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ମୃତ୍ୟୁସଂଖ୍ୟା: ପୁଣି ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୨୨ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୩୩୫ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

୨୪୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ବ୍ୟବସାୟ ଅନୁକୁଳ ବାତାବରଣ ଯୋଗୁ ଓଡ଼ିଶାକୁ ପୁଞ୍ଜିନିବେଶକାରୀ ଆକର୍ଷିତ ହେବାରେ ଲାଗିଛନ୍ତି। ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର...

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ହାତୀ ପ୍ରେମା

ବାରଙ୍ଗ,୨୯ା୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷକ ସାଜିଥିବା ମାଈ ହାତୀ ପ୍ରେମା ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କ...

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ରାୟଗଡ଼ା ଅଫିସ, ୩୧।୭ (ଡି.ଏନ୍‌.ଏ.): ରାୟଗଡ଼ା ରେଳ ଷ୍ଟେଶନର ୭ ନଂ. ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ବୁଧବାର ଘଟିଛି ଅଗ୍ନିକାଣ୍ଡ।...

ମନ ମୋହିଲା ନାଟକ ରଙ୍ଗ ବଦଳେ

ପୁରୀ ଅଫିସ,୨୭ା୨: ପରିବର୍ତ୍ତିତ ସମାଜରେ ସମୟାନୁସାରେ ସବୁ କିଛି ବଦଳିଥାଏ। କିଏ ନିଜର ସ୍ବାର୍ଥ ଲାଗି ତ ଆଉ କିଏ ପରିବାର ଏବଂ କିଏ ସାମୂହିକ...

କର୍ଲାମୁଣ୍ଡା ବ୍ଲକ: ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

କର୍ଲାମୁଣ୍ଡା,୯।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଙ୍ଗଳବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଲଗାଣ ବର୍ଷା ହୋଇଛି। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ବୁଧବାର...

ବୌଦ୍ଧ ଜିଲା ହେଲା କରୋନା ମୁକ୍ତ: ସମସ୍ତ ୩୩ ପଜିଟିଭ ସୁସ୍ଥ

ବୌଦ୍ଧ,୩୦ା୫ (ସ୍ବ.ପ୍ର.)- ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବହୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତି ଆଣିଛି ା...

ଭୁବନେଶ୍ୱର କଣ୍ଟ୍ରାକ୍ଟର ଆସୋସିଏଶନ ବୈଠକ: ଫନୀ ପୁନରୁଦ୍ଧାର କାର୍ଯ୍ୟର ଟଙ୍କା ମିଳୁନି

ଭୁବନେଶ୍ୱର, ୨୭ା୬(ବ୍ୟୁରୋ): ଭୁବନେଶ୍ୱର କଣ୍ଟ୍ରାକ୍ଟର ଆସୋସିଏଶନ ତରଫରୁ ବୁଧବାର ଏକ ହୋଟେଲରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସୋସିଏସନ ସଭାପତି ଜଗଦୀଶ ପାତ୍ର,...

Advertisement
Archives

Model This Week