ଶ୍ରୀମନ୍ଦିରରେ ସହଜ ଦର୍ଶନର ନୂଆ ଉପାୟ

ପୁରୀ ଅଫିସ,୨।୩: ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତ୍ୟହ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଭିଆଇପି ଏବଂ ଭିଭିଆଇପି ବି ରହୁଛନ୍ତି। ସେମାନଙ୍କୁ ସହଜରେ ଦର୍ଶନ ସୁବିଧା ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। କୌଣସି ଭିଆଇପି ଆସିଲେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ ପୋଲିସ କର୍ମଚାରୀ ସେମାନଙ୍କୁ ନେଇ ମନ୍ଦିର ଭିତରେ ଦର୍ଶନ କରାଇଥାନ୍ତି। ଏଭଳି ବ୍ୟବସ୍ଥା କେତେଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ଥିବାବେଳେ ଏବେ ଶ୍ରୀମନ୍ଦିରରେ ଏହାର ଫାଇଦା ନେଉଛନ୍ତି କେତେଜଣ ସୁରକ୍ଷା କର୍ମୀ। ବ୍ୟକ୍ତିଗତ ଫାଇଦା ପାଇଁ ସାଧାରଣ ଦର୍ଶନାର୍ଥୀଙ୍କୁ ବି ସଜାଇ ଦେଉଛନ୍ତି ଭିଆଇପି। ସେମାନଙ୍କୁ ସାଙ୍ଗରେ ନେଇ ଭିତରେ ଦର୍ଶନ କରାଇ ହାତଚିକ୍କଣ କରୁଥିବା ଅଭିଯୋଗ ହେଉଛି। ଏପରି କି ଛୁଟି ଏବଂ ସ୍ବତନ୍ତ୍ର ପର୍ବପର୍ବାଣି ଦିନରେ ଏହି ତଥାକଥିତ ଭିଆଇପିଙ୍କ ପାଇଁ ମନ୍ଦିରର ଭିତର କାଠ ନିକଟରେ ଗହଳି ହେଉଛି। ଫଳରେ ସାଧାରଣ ଭକ୍ତ ଭଲ ଭାବେ ଦର୍ଶନ କରିପାରୁ ନାହାନ୍ତି।
ଶ୍ରୀମନ୍ଦିରକୁ ସାଧାରଣ ଦିନରେ ପ୍ରାୟ ୫୦ରୁ ୬୦ ହଜାର ଭକ୍ତ ଆସୁଛନ୍ତି। ପର୍ବପର୍ବାଣିଗୁଡ଼ିକରେ ଏହା ଲକ୍ଷେ ଟପିଯାଉଛି। ତେଣୁ ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରି ଫେରିବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ମନ୍ଦିର ଭିତରେ ଗହଳି କମାଇବା ପାଇଁ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି। ଦର୍ଶନ ପରେ ଯେଉଁମାନେ ଅଧିକ ସମୟ ଠିଆ ହେଉଛନ୍ତି ସେମାନଙ୍କୁ ଖାଲି କରୁଛନ୍ତି। କିନ୍ତୁ ଏମିତି କେତେଜଣ ସୁରକ୍ଷା କର୍ମୀ ଅଛନ୍ତି, ଯେଉଁମାନେ ଭିଆଇପି ଭକ୍ତ କହି ଭଲ ଦି ପଇସା ପାଇବା ସହ ଦର୍ଶନରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏହି ସୁରକ୍ଷା କର୍ମୀମାନଙ୍କୁ ପୂର୍ବରୁ ଫୋନରେ ଯୋଗାଯୋଗ କରୁଛନ୍ତି କେତେଜଣ ଭକ୍ତ ଓ ମଧ୍ୟସ୍ଥ। ଏପରି କି ସିଂହଦ୍ୱାର ବାହାରୁ ମଧ୍ୟ ସହଜ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତଙ୍କ ସହିତ କଥା ହୋଇ ସେମାନଙ୍କୁ ସାଙ୍ଗରେ ଧରି ଆସୁଛନ୍ତି। ସୁରକ୍ଷା କର୍ମୀଙ୍କ ସାଙ୍ଗରେ ଯାଉଥିବାରୁ କେହି ଭିଆଇପି ହୋଇଥିବେ ବୋଲି ସେବାୟତ, କର୍ମଚାରୀ ବି ଭାବୁଛନ୍ତି। ତେଣୁ ସମ୍ପୃକ୍ତ ଶ୍ରଦ୍ଧାଳୁମାନେ ସହଜରେ ଭିତର କାଠକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବାହାରିବା ପରେ ପୂର୍ବ ମୂଲଚାଲ ମୁତାବକ ହାତଗୁଞ୍ଜା ଦେଇ ଫେରିଯାଉଛନ୍ତି। ଏପରି ହାତଗୁଞ୍ଜା ଦେଇ ସହଜରେ ଦର୍ଶନ ସୁବିଧା ପାଉଥିବା ଭକ୍ତ ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କ ଯୋଗାଯୋଗ ନମ୍ବର ନେଉଛନ୍ତି। ଏଭଳି କାର୍ଯ୍ୟ ଦ୍ୱାରା କେତେଜଣ ମାଲାମାଲ ହେଉଥିବାବେଳେ ସମ୍ପୂର୍ଣ୍ଣ ଦର୍ଶନ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡ଼ୁଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କୌଶିକ ନାୟକଙ୍କୁ ପଚାରିବାରେ କିଏ ଏମିତି କରୁଛନ୍ତି ସେ ନେଇ ଆମ ପାଖରେ କୌଣସି ଅଭିଯୋଗ ନାହିଁ। ଯଦି ବି କେହି ଏମିତି କରୁଥିବେ ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନାୟକ କହିଛନ୍ତି।

ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଜାତିର ବୀରତ୍ୱ ବଖାଣେ କଳିଙ୍ଗ ଯୁଦ୍ଧ

କାମାକ୍ଷାନଗର, ୧୦।୧୧(ଡି.ଏନ.ଏ.)-କଳିଙ୍ଗ ଯୁଦ୍ଧକୁ ବାଦ୍‌ ଦେଲେ ଓଡ଼ିଶା ଇତିହାସ ଅସମ୍ପୂର୍ଣ୍ଣ। ଆଜି ବି ଓଡ଼ିଆ ଜାତିର ବୀରତ୍ୱ କଥା ବଖାଣେ କଳିଙ୍ଗ ଯୁଦ୍ଧ। ଅତୀତର ସ୍ମୃତିଚାରଣ...

ବଗଲା ଧର୍ମଶାଳା ଜମି ବିକ୍ରି ଘଟଣା : ଆବେଦନକାରୀଙ୍କ ପକ୍ଷରୁ ମିସ୍‌କେସ୍‌ ଦାଖଲ

କଟକ ଅଫିସ,୧୧। ୧୦: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ବିବାଦକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲା ବିଚାରାଧୀନ...

ଗଞ୍ଜାମ କଲେଜରେ ଅଣଛାତ୍ର ପ୍ରବେଶ: ଅଘଟଣ ପୂର୍ବରୁ ଉଠାଇନେଲା ପୋଲିସ

ଗଞ୍ଜାମ,୩୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ କଲେଜରେ ବୁଧବାର କିଛି ଅଣ ଛାତ୍ର ପ୍ରବେଶକୁ ନେଇ କଲେଜ ଛାତ୍ରୀଛାତ୍ର ଓ ଅଧ୍ୟାପିକା /ଅଧ୍ୟାପକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l କିନ୍ତୁ...

ଆଣ୍ଠୁଏ କାଦୁଅ ପାଲଟିଛି ଯିବାଆସିବା ରାସ୍ତା

କୋକସରା,୩୦।୮(ଡି.ଏନ୍‌.ଏ.): ବାରମ୍ବାର ରାସ୍ତାରେ କାମ ହେଉଛି, ହେଲେ ସୁଧୁରୁନାହିଁ ରାସ୍ତା ଅବସ୍ଥା। ଅଳ୍ପ ବର୍ଷା ହେଲେ ଆଣ୍ଠୁଏ କାଦୁଅରେ ଯାତାୟାତ କରୁଛନ୍ତି କଳାହାଣ୍ଡି ଜିଲା କୋକସରା...

ଗୋତି ଶ୍ରମିକ ମୁକ୍ତି ମାମଲା: ସଂଶୋଧିତ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ

କଟକ ଅଫିସ,୨୨ା୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ୧୪ ଜଣ ଗୋତି ଶ୍ରମିକଙ୍କ ମୁକ୍ତି ପାଇଁ ଆଣ୍ଟି ସ୍ଲାଭେରୀ ଇଣ୍ଡିଆ ସଂସ୍ଥାର ମୁଖ୍ୟ ତଥା ମାନବାଧିକାର...

ଏମାର ମଠ ପରିସରରେ ଖନନ:ମିଳିଲା ଭଗ୍ନ ସିଂହ ମୂର୍ତ୍ତି

ପୁରୀ ଅଫିସ,୧୭।୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ଏମାର ମଠ ପରିସର ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ମିଳିଛି। ପରିତ୍ୟକ୍ତ ଅବସ୍ଥାରେ ଖନନସ୍ଥଳୀରେ ଦୁଇଖଣ୍ଡ ହୋଇ...

ନୂଆଗାଁରେ ନିଆରା ବିବାହ: ମାସ୍କ ପିନ୍ଧି ବିବାହ କଲେ ବରକନ୍ୟା

ନୟାଗଡ଼ ଅଫିସ,୨୭ା୪: ବାହାଘର ହେଲା। ହେଲେ ନ ଥିଲା ବାଜା ବାଣ, ରୋଷଣୀ କିମ୍ବା ଭୋଜି ଭାତର ଆସର। ପୁରୋହିତଙ୍କ ମନ୍ତ୍ରଗାନ ମଧ୍ୟ ଶୁଭୁ ନ...

ତପୋବନରେ ଯୋଗନିଦ୍ରା ଉତ୍ସବ

ଢେଙ୍କାନାଳ ଅଫିସ, ୬।୧୨:  ମହିମା ଧର୍ମର ଆଦିପୀଠ ତପୋବନରେ ରବିବାରଠାରୁ ଆରମ୍ଭ ହୋଇଛି ମହିମା ଗୋସାଇଁଙ୍କ ୨୧ ଦିନାତ୍ମକ ଯୋଗନିଦ୍ରା ଉତ୍ସବ। ଏହି ଉପଲକ୍ଷେ ବ୍ରାହ୍ମ...

Advertisement
Archives

Model This Week