ଶ୍ରୀମନ୍ଦିରରେ ସହଜ ଦର୍ଶନର ନୂଆ ଉପାୟ

ପୁରୀ ଅଫିସ,୨।୩: ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତ୍ୟହ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଭିଆଇପି ଏବଂ ଭିଭିଆଇପି ବି ରହୁଛନ୍ତି। ସେମାନଙ୍କୁ ସହଜରେ ଦର୍ଶନ ସୁବିଧା ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। କୌଣସି ଭିଆଇପି ଆସିଲେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ ପୋଲିସ କର୍ମଚାରୀ ସେମାନଙ୍କୁ ନେଇ ମନ୍ଦିର ଭିତରେ ଦର୍ଶନ କରାଇଥାନ୍ତି। ଏଭଳି ବ୍ୟବସ୍ଥା କେତେଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ଥିବାବେଳେ ଏବେ ଶ୍ରୀମନ୍ଦିରରେ ଏହାର ଫାଇଦା ନେଉଛନ୍ତି କେତେଜଣ ସୁରକ୍ଷା କର୍ମୀ। ବ୍ୟକ୍ତିଗତ ଫାଇଦା ପାଇଁ ସାଧାରଣ ଦର୍ଶନାର୍ଥୀଙ୍କୁ ବି ସଜାଇ ଦେଉଛନ୍ତି ଭିଆଇପି। ସେମାନଙ୍କୁ ସାଙ୍ଗରେ ନେଇ ଭିତରେ ଦର୍ଶନ କରାଇ ହାତଚିକ୍କଣ କରୁଥିବା ଅଭିଯୋଗ ହେଉଛି। ଏପରି କି ଛୁଟି ଏବଂ ସ୍ବତନ୍ତ୍ର ପର୍ବପର୍ବାଣି ଦିନରେ ଏହି ତଥାକଥିତ ଭିଆଇପିଙ୍କ ପାଇଁ ମନ୍ଦିରର ଭିତର କାଠ ନିକଟରେ ଗହଳି ହେଉଛି। ଫଳରେ ସାଧାରଣ ଭକ୍ତ ଭଲ ଭାବେ ଦର୍ଶନ କରିପାରୁ ନାହାନ୍ତି।
ଶ୍ରୀମନ୍ଦିରକୁ ସାଧାରଣ ଦିନରେ ପ୍ରାୟ ୫୦ରୁ ୬୦ ହଜାର ଭକ୍ତ ଆସୁଛନ୍ତି। ପର୍ବପର୍ବାଣିଗୁଡ଼ିକରେ ଏହା ଲକ୍ଷେ ଟପିଯାଉଛି। ତେଣୁ ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରି ଫେରିବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ମନ୍ଦିର ଭିତରେ ଗହଳି କମାଇବା ପାଇଁ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି। ଦର୍ଶନ ପରେ ଯେଉଁମାନେ ଅଧିକ ସମୟ ଠିଆ ହେଉଛନ୍ତି ସେମାନଙ୍କୁ ଖାଲି କରୁଛନ୍ତି। କିନ୍ତୁ ଏମିତି କେତେଜଣ ସୁରକ୍ଷା କର୍ମୀ ଅଛନ୍ତି, ଯେଉଁମାନେ ଭିଆଇପି ଭକ୍ତ କହି ଭଲ ଦି ପଇସା ପାଇବା ସହ ଦର୍ଶନରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏହି ସୁରକ୍ଷା କର୍ମୀମାନଙ୍କୁ ପୂର୍ବରୁ ଫୋନରେ ଯୋଗାଯୋଗ କରୁଛନ୍ତି କେତେଜଣ ଭକ୍ତ ଓ ମଧ୍ୟସ୍ଥ। ଏପରି କି ସିଂହଦ୍ୱାର ବାହାରୁ ମଧ୍ୟ ସହଜ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତଙ୍କ ସହିତ କଥା ହୋଇ ସେମାନଙ୍କୁ ସାଙ୍ଗରେ ଧରି ଆସୁଛନ୍ତି। ସୁରକ୍ଷା କର୍ମୀଙ୍କ ସାଙ୍ଗରେ ଯାଉଥିବାରୁ କେହି ଭିଆଇପି ହୋଇଥିବେ ବୋଲି ସେବାୟତ, କର୍ମଚାରୀ ବି ଭାବୁଛନ୍ତି। ତେଣୁ ସମ୍ପୃକ୍ତ ଶ୍ରଦ୍ଧାଳୁମାନେ ସହଜରେ ଭିତର କାଠକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବାହାରିବା ପରେ ପୂର୍ବ ମୂଲଚାଲ ମୁତାବକ ହାତଗୁଞ୍ଜା ଦେଇ ଫେରିଯାଉଛନ୍ତି। ଏପରି ହାତଗୁଞ୍ଜା ଦେଇ ସହଜରେ ଦର୍ଶନ ସୁବିଧା ପାଉଥିବା ଭକ୍ତ ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କ ଯୋଗାଯୋଗ ନମ୍ବର ନେଉଛନ୍ତି। ଏଭଳି କାର୍ଯ୍ୟ ଦ୍ୱାରା କେତେଜଣ ମାଲାମାଲ ହେଉଥିବାବେଳେ ସମ୍ପୂର୍ଣ୍ଣ ଦର୍ଶନ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡ଼ୁଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କୌଶିକ ନାୟକଙ୍କୁ ପଚାରିବାରେ କିଏ ଏମିତି କରୁଛନ୍ତି ସେ ନେଇ ଆମ ପାଖରେ କୌଣସି ଅଭିଯୋଗ ନାହିଁ। ଯଦି ବି କେହି ଏମିତି କରୁଥିବେ ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନାୟକ କହିଛନ୍ତି।

ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?