ଶ୍ରୀମନ୍ଦିରରେ ଇନ୍ଦ୍ର, ଚନ୍ଦ୍ର, ଗୋବିନ୍ଦ ବନ୍ଦାପନା ନୀତି: ହରଚଣ୍ଡୀ ସାହିରୁ ବାହାରିଲା ଐରାବତ ହସ୍ତୀ

ପୁରୀ ଅଫିସ,୧୫।୯: ଶ୍ରୀମନ୍ଦିରରେ ଶନିବାର ଭାଦ୍ରବ ପୂର୍ଣ୍ଣିମା ନୀତି ପାଳିତ ହୋଇଛି। ଏହି ପବିତ୍ର ତିଥିରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କ ବନ୍ଦାପନା ନୀତି ସମ୍ପନ୍ନ ହୋଇଛି। ସନ୍ଧ୍ୟା ଆଳତି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଖଣ୍ଡିଏ ଆଜ୍ଞାମାଳ ଲାଗି ହୋଇଥିଲା। ଦକ୍ଷିଣୀଘର ଭୋଗ ସରିବା ପରେ ଦୋଳଗୋବିନ୍ଦଙ୍କୁ ମହାଜନ ସେବକ ହସ୍ତରେ ବିଜେ କରାଇ ରତ୍ନସିଂହାସନକୁ ନେଇଥିଲେ। ସେଠାରେ ପୂଜାପଣ୍ଡା ଦୋଳଗୋବିନ୍ଦଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରିଥିଲେ। ପରେ ବଟବୃକ୍ଷ ତଳେ ଥିବା ପାଲିଙ୍କିରେ ଦୋଳଗୋବିନ୍ଦଙ୍କୁ ବିଜେ କରାଯାଇଥିଲା। ବିମାନବଡୁମାନେ ଘଣ୍ଟ, ଛତା, କାହାଳୀ ସହିତ ପାଲିଙ୍କିକୁ ନେଇ ସିଂହଦ୍ୱାର ନିକଟ ବଡ଼ଛତା ମଠ ପାର୍ଶ୍ୱରେ ରଖିଥିଲେ। ଶୀତଳ ଭୋଗ ହେବା ପରେ ଭିତରଛ ମହାପାତ୍ର ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କୁ ବନ୍ଦାପନା କରିଥିଲେ। ଏହି ଅବସରରେ ହରଚଣ୍ଡୀ ସାହି ଆଖଡ଼ାରୁ ସୁସଜ୍ଜିତ ଐରାବତ ହସ୍ତୀ ବାହାରିଥିଲା। ଏହି ହସ୍ତୀ ଉପରେ ଇନ୍ଦ୍ର ଓ ମାହୁନ୍ତ ବେଶରେ ଦୁଇଜଣ ବସି ସିଂହଦ୍ୱାର ନିକଟକୁ ଆସି ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦ ବନ୍ଦାପନା ନୀତିରେ ସାମିଲ ହୋଇଥିଲେ। ପରେ ଠାକୁର ବଡ଼ଦେଉଳକୁ ବାହୁଡ଼ା ବିଜେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦୀୟ ଜମିକୁ ନେଇ ଗଣ୍ଡଗୋଳ, ଜମି ମାଲିକଙ୍କ ପୁଅ ଆହତ

ଆନନ୍ଦପୁର,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ମୌଜା ବିରିଡିହା ଗ୍ରାମରେ ଏକ ବିବାଦୀୟ ଜମିକୁ ନେଇ ପୁଣି ବିବାଦ ଦେଖାଦେଇଛି। ଜମି ମାଲିକ ସୁଦର୍ଶନ...

ଆଜି ମା’ ଲଙ୍ଗ ବାଉତୀଙ୍କ ପୌଷ ପୂର୍ଣ୍ଣମୀ ଯାତ୍ରା: ଆକର୍ଷଣ ସାଜିବ ମହିଳା ପାଇକ ଖେଳ

ବଅଁରପାଳ, ୧୦।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା’ ଲଙ୍ଗ ବାଉତୀଙ୍କ ବାର୍ଷିକ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ...

ମହିଳା ଦିବସରେ ସଦ୍ୟ ଶିଶୁକନ୍ୟାକୁ ଡ୍ରେନ୍‌ରେ ଫିଙ୍ଗିଦେଲେ

ବଲାଙ୍ଗୀର ଅଫିସ,୮ା୩: ଅନ୍ତର୍ଜାତୀୟ ମହିଳା ଦିବସରେ ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ଘଟିଛି । ସଦ୍ୟଜାତ ଏକ ଶିଶୁକନ୍ୟାକୁ କେହି ତୁଳସୀନଗରର ଏକ ଡ୍ରେନ୍‌ରେ ଫିଙ୍ଗିଦେଇଥିବା...

କଣ୍ଟେନମେଣ୍ଟ ଉଠାଇବା ଦାବି: ଘରୁ ବାହାରି ଜାତୀୟ ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

କେନ୍ଦୁଝର, ୨।୬(ସ୍ବ.ପ୍ର.): କେନ୍ଦୁଝର ସହର ନିହାଲସିଂ ଛକ ନିକଟ କିମିରିଡୋଲି ସାହିରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ୍‌...

ଜିଲାପାଳ ଧାନତଳି ରୋଇବା ପ୍ରସଙ୍ଗ ଟୁଇଟ୍‌ କରି ନବୀନ, ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଛତ୍ରପୁର,୩୧ା୭(ଡି.ଏନ.ଏ)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଭରସା ଗାଁର ଏକ ଜମିରେ ଧାନତଳି ରୋଇଥିଲେ। ଏ ସମ୍ପର୍କରେ...

ଭୂଲିଗଲେ ସାମାଜିକ ଦୂରତା

ଖଇରା,୨୭।୪(ଡି.ଏନ.ଏ.)- ୩ଦିନର ଶଟଡାଉନ ପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ରବିବାର ୧୦ଟା ପରଠାରୁ ଏଥିରେ ସାମାନ୍ୟ କୋହଳ କରାଯାଇ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।...

ଗୁଳିମାଡ଼ରେ ଆହତ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ପ୍ରାଣ ଗଲା

ଆସିକା,୨୫ା୫(ଡି.ଏନ୍‌.ଏ.)- ସାଧାରଣ ନିର୍ବାଚନ ଭୋଟ ଗଣତି ପୂର୍ବ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ...

ଅଡୁଆରେ ଭିସା ଷ୍ଟିଲ: କାରଖାନା ବନ୍ଦ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ଯାଜପୁର ଅଫିସ,୧୭ା୮- କଳିଙ୍ଗନଗର ଭିସା ଷ୍ଟିଲ କାରଖାନା ଦ୍ୱାରା ଉକତ୍ଟ ବାୟୁ ଓ ଜଳ ପ୍ରଦୂଷଣ ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ରାଜ୍ୟ ପ୍ରଦୂଷଣ...

Coronavirus Update


Archives

Model This Week

Why Dharitri