ଶ୍ରୀଦେବୀଙ୍କ ଜୀବନୀକୁ ନେଇ ଲେଖାହେଲା ପୁସ୍ତକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ଆଉ ନାହାଁନ୍ତି ସତ। ହେଲେ ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଘର କରି ରହିଛି। ଅଭିନୟରେ ପାରଦର୍ଶିତା ଥିବା ଶ୍ରୀଦେବୀଙ୍କୁ ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ବୋଲି କୁହାଯାଏ। କାରଣ ୮୦ ଦଶକରେ ସେ ଦର୍ଶକଙ୍କୁ ଏମିତି କିଛି ଅଭିନୟ ଭେଟି ଦେଇଛନ୍ତି ଯାହା ଯୁଗ ଯୁଗ ଧରି ଜୀବନ୍ତ ହୋଇ ରହିବ। ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ସଂସାରରୁ ବିଦାୟ ନେଇଥିବା ବେଳେ ଏବେ ତାଙ୍କ ଜୀବନୀକୁ ନେଇ ଲେଖାଯାଇଥିବା ପୁସ୍ତକରୁ ତାଙ୍କ ସମ୍ପର୍କରେ ଅନେକ ତଥ୍ୟ ମିଳିପାରିବ। ପେଙ୍ଗୁଇନ୍‌ ହାଉସ୍‌ ଇଣ୍ଡିଆ ଦ୍ୱାରା ଲିଖିତ ପୁସ୍ତକ ‘ଶ୍ରୀଦେବୀ: ଗର୍ଲ ଓମ୍ୟାନ ସୁପରଷ୍ଟାର’ ତାଙ୍କ ବିଷୟରେ ଅନେକ ଅଜଣା କଥା ଲୋକ ଲୋଚନକୁ ଆସିବ ବୋଲି ଜଣାପଡିଛି। ଏହାର ଲେଖକ ସତ୍ୟାର୍ଥ ନାୟକ କହିଛନ୍ତି ଶ୍ରୀଦେବୀ ପିଲାଦିନୁ ଅଭିନୟ କ୍ଷେତରେ ପାଦ ରଖିଥିଲେ। ଆଉ ଶେଷ ପର୍ଯ୍ୟନ୍ତ ସେ ଅଭିନୟ କ୍ଷେତ୍ରରେ ସକ୍ରିୟ ମଧ୍ୟ ଥିଲେ। ଏସବୁକୁ ପୁସ୍ତକରେ ସ୍ଥାନ ଦିଆଯାଇଛି। ତେବେ ଶ୍ରୀଦେବୀଙ୍କ ପତି ବୋନି କପୁର ମଧ୍ୟ ଏଥିରେ ସହଯୋଗ କରିଛନ୍ତି। ଅକ୍ଟୋବର ୨୦୧୯ରେ ଏହା ପବ୍ଲିଶ କରାଯିବ ବୋଲି ଜଣାପଡିଛି। ତେବେ ପୁସ୍ତକଟି ପାଇଁ ଶ୍ରୀଦେବୀଙ୍କ ପ୍ରଶଂସକଙ୍କର ଆଗ୍ରହ ରହିବ ବୋଲି ଶ୍ରୀ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟି ପ୍ଲାଟଫର୍ମରେ ଦିଶାଙ୍କ ‘ମଲଙ୍ଗ’

ମୁମ୍ବାଇ: ବଲିଉଡ୍‌ର ହଟ୍‌ ନାୟିକା ଦିଶା ପାଟନୀଙ୍କ ଫିଲ୍ମ ‘ମଲଙ୍ଗ’ ଯେତେବେଳେ ଗତ ଫେବୃୟାରୀରେ ରିଲିଜ୍‌ ହୋଇଥିଲା ସେତେବେଳେ ଦିଶାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ...

ଏହି କଥାକୁ ନେଇ ଶାଳୀଙ୍କ ସହ ଝଗଡା କରନ୍ତି ରଣବୀର

ବଲିଉଡର ପାଓ୍ବାରଫୁଲ ଦମ୍ପତି ଭାବେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଜଣାଶୁଣା। ଦୁହେଁ ପରସ୍ପରର ଯତ୍ନ ନିଅନ୍ତି। ଏଥି ସହିତ, ପରସ୍ପରର ପରିବାରକୁ ମଧ୍ୟ...

ପାଚିକା ଜିତିଲେ ଏକ କୋଟି

ମୁମ୍ବାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ସିଜିନ୍‌ ୧୧ରେ ଭାଗ ନେଇ ଜଣେ ପାଚିକା ଏକ...

‘ଗଦ୍ଦର-୨’ର ଫାଷ୍ଟ ଲୁକ୍‌: ଏଥର ହ୍ୟାଣ୍ଡପମ୍ପ ନୁହେଁ ଶଗଡ଼ ଚକ ଉଠାଇଲେ ତାରା ସିଂ

ବମ୍ବେ: ୨୦୦୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଗଦ୍ଦର’। ଦର୍ଶକ ଏହାକୁ ବେଶ ପସନ୍ଦ କରିବା ଯୋଗୁ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏବେ ଏହାର ସିକୁଏଲ୍‌...

ଫଟୋ ଶେୟାର କରି ପିତାଙ୍କୁ ମନେ ପକାଇଲେ ଅମିର

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’କୁ ନେଇ ଅମିର ଆଜିକାଲି ବହୁ ବ୍ୟସ୍ତ ରହୁଛନ୍ତି। ଏବେ ଏଥିରୁ କିଛି ସମୟ ବାହାର କରି ସୋସିଆଲ...

ଅଭିନେତ୍ରୀ ପାୟଲ ଗିରଫ

ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ...

ଗୋଟିଏ ଗୁଳିରେ ଦୁଇ କଳାକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ଶିବାସନା ମଧ୍ୟରେ ବିବାଦ ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି । ଏବେ ଶିବସେନା...

ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେଲେ ସିଦ୍ଧାର୍ଥ

ନୂଆଦିଲ୍ଳୀ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ ରବିବାର ଦିଲ୍ଲୀରେ ଏକ ଗ୍ରାଣ୍ଡ୍‌ ରିସେପ୍ସନ୍‌ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର ବହୁ...

Advertisement
Archives

Model This Week