ଶ୍ରୀକ୍ଷେତ୍ରରୁ ଅର୍ନ୍ତରାଷ୍ଟ୍ରୀୟ ଯୁବଯାତ୍ରାର ଶୁଭାରମ୍ଭ

ପୁରୀ ଅଫିସ, ୨୪ା୭: ଯୁବ ସାମାଜିକ ଅନୁଷ୍ଠାନ ସିନର୍ଜି ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରଥମ ଅର୍ନ୍ତରାଷ୍ଟ୍ରୀୟ ଯୁବ ସଂଯୋଗ କାର୍ଯ୍ୟକ୍ରମ ତଥା ସପ୍ତମ ଯୁବଯାତ୍ରା ବୁଧବାର ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଛି। ସିଂହଦ୍ୱାର ଆଗରେ ଦ୍ୱୀପ ପ୍ରଜ୍ଜ୍ୱଳନ ପୂର୍ବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରାଯାଇ ଏହାର ଶୁଭାରମ୍ଭ ହୋଇଛି। ଏହି ଯୁବଯାତ୍ରା ନେପାଳ ଅଭିମୁଖେ ଯାତ୍ରା କରିଛି। ଟ୍ରଷ୍ଟ ସମ୍ପାଦକ ସଚ୍ଚିନନ୍ଦନ ଦାସ, ଜଗନ୍ନାଥ ଷଢଙ୍ଗୀ, ଭବାନୀ ପ୍ରସାଦ ଦାଶଙ୍କ ନେତୃତ୍ୱରେ ଏହି ଯାତ୍ରାରେ ଦେଶରୁ ୮୫ଜଣ ଯୁବକ ଯୋଗଦାନ କରିଛନ୍ତି। ଯୁବ ବ୍ୟକ୍ତିତ୍ୱ ବିକାଶ, ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ଉଭୟ ଦେଶ ମଧ୍ୟରେ ସଂସ୍କୃତି, ପରମ୍ପରା ଏବଂ ଭାବର ଆଦାନ ପ୍ରଦାନ ଲକ୍ଷ୍ୟରେ ଆୟୋଜିତ ଏହି ଯୁବଯାତ୍ରା ଆସନ୍ତା ୨୮ତାରିଖରେ ନେପାଳର ରାଜଧାନୀ କାଠମାଣ୍ଡୁରେ ପହଞ୍ଚତ୍ବ। ସେହିଦିନ ସେଠାରେ ଯୁବ ସଂଯୋଗ କାର୍ଯ୍ୟକ୍ରମ ତଥା ଯୁବଯାତ୍ରାର ଉଦ୍‌ଘାଟନ କରାଯିବ। ଏଥିରେ ନେତୃତ୍ୱ, ଦକ୍ଷତା ବିକାଶ, ପରିବେଶ ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଆସନ୍ତା ଅଗଷ୍ଟ ୧୧ରେ ଏହା ଉଦ୍‌ଯାପନ ହେବ ବୋଲି ଟ୍ରଷ୍ଟ ସଭାପତି କୃଷ୍ଣଚନ୍ଦ୍ର ପାଢୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ବିଦେଶ ଗସ୍ତକୁ ନେଇ ଭାଜପାର ସମାଲୋଚନା

ଭୁବନେଶ୍ୱର,୨୭।୬(ବ୍ୟୁରୋ):ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତକୁ ନେଇ ଭାଜପା ସମାଲୋଚନା କରିଛି। କେଉଁ ପଇସାରେ ସେ ବିଦେଶ ଗସ୍ତ କରଛନ୍ତି ? ଯଦି ସରକାରୀ ପଇସାରେ...

ବଢ଼ିଲା କରୋନା କଟକଣା: ଘର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ୭ରୁ ଅଧିକ ବ୍ୟକ୍ତି ଏକତ୍ରିତ ହେବା ମନା

ଭୁବନେଶ୍ୱର,୨୦।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ସହ ମୁକାବିଲା ଗୋଟିଏ କିମ୍ବା ଦୁଇ ଦିନର ନୁହେଁ ଏହା ୬ ମାସର ଯୁଦ୍ଧ। ଆହୁରି ୧୭୩ ଦିନ ଏହା...

ଜଳ ପରିମଳ: ଓଡ଼ିଶା ପାଇବ ୫୨୮୦ କୋଟି

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦ା୮(ବ୍ୟୁରୋ): ଆର୍ଥିକ ବର୍ଷ ୨୦୨୧-୨୨ଠାରୁ ୨୦୨୫-୨୬ ଯାଏ ଦେଶର ଗ୍ରାମ ପଞ୍ଚାୟତଗୁଡିକୁ ୧.୪୨ ଲକ୍ଷ କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେବେ। ପାନୀୟ...

୧୫ରେ ରୁଚି ଓଡ଼ିଆ ଫିଲ୍ମ ଫେୟାର୍‌ ଆୱାର୍ଡସ୍‌

ଭୁବନେଶ୍ୱର, ୭ା୩(ବ୍ୟୁରୋ): ହ୍ବାଇଟ୍‌ କାନ୍‌ଭାସ୍‌ ଏବଂ ଓଫା ଫାଉଣ୍ଡେଶନ ମିଳିତ ଆନୁକୂଲ୍ୟରେ ରୁଚି ମସଲା ସହଯୋଗରେ ଆସନ୍ତା ୧୫ ତାରିଖରେ ଜନତା ମଇଦାନରେ ଚଳଚ୍ଚିତ୍ର ପୁରସ୍କାର...

ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ଗାଁକୁ ଘାରିଛି ହିଂସା ଭୟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚାନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ରାଜନୈତିକ ହିଂସାକାଣ୍ଡ, ବୁଥ ଜବରଦଖଲ ଭଳି ଘଟଣା ଦେଖାଯିବା ପରେ ଏବେ ଗାଁକୁ...

ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ: ମନ୍ଦିରରେ ନାହିଁ ଭକ୍ତଙ୍କ ଭିଡ଼

ଭୁବନେଶ୍ବର,୧୩ା୪(ବ୍ୟୁରୋ) : ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ। ଏଥିସହିତ ଓଡ଼ିଆ ନବବର୍ଷ ମଧ୍ୟ। ମାତ୍ର କରୋନା ମୁକାବିଲା ପାଇଁ ଚାଲିଥିବା ଲକ୍‌ଡାଉନ୍‌...

‘ଓମିକ୍ରନ’ରୁ ସୁରକ୍ଷା ଦେବ ଟିକା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସମସ୍ତଙ୍କୁ ଯଥାଶୀଘ୍ର ଟୀକା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିକା ଶତ ପ୍ରତିଶତ କାମ ନ ହେଲେ ବି...

କୋଭିଡ୍‌-୧୯ ସମୀକ୍ଷା: କୋଭିଡ ନିୟନ୍ତ୍ରଣରେ ଆଗରେ କେନ୍ଦ୍ରାପଡା

ଭୁବନେଶ୍ୱର,୨୦ା୮(ବ୍ୟୁରୋ)-କେନ୍ଦ୍ରାପଡ଼ା ଜିଲାରେ କରୋନା ସଂକ୍ରମଣର ଆରୋଗ୍ୟ ହାର ରାଜ୍ୟରେ ସର୍ବାଧିକ ୭୭ ପ୍ରତିଶତ ରହିଥିବାବେଳେ ମୃତ୍ୟୁ ହାର ୦.୩୩ ପ୍ରତିଶତ ରହିଛି। ଯାହକି ସାରା ଦେଶରେ...

Advertisement
Archives

Model This Week