ଶ୍ରାଦ୍ଧ ଦିବସରେ ଅସମ୍ମାନ: ବିଜୁଙ୍କ ପ୍ରତିମୂର୍ତ୍ତିରେ ପଡିଲାନି ଫୁଲମାଳ

ଗୁଣପୁର,୧୭।୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ବିଜେଡିରେ ଥିବା ମତଭେଦ ଯୋଗୁ ଶ୍ରାଦ୍ଧ ଦିବସରେ ପ୍ରବାଦ ପୁରୁଷଙ୍କ ପ୍ରତି ଅସମ୍ମାନ ହେଲାଭଳି ଘଟଣା ଦେଖିବାକୁ ମିଳିଛି। ବୁଧବାର ନୂତନ ବସ୍‌ଷ୍ଟାଣ୍ଡସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ବିଜେଡିର କେହି ନେତା ଓ କର୍ମୀ ଫୁଲମାଳଟିଏ ସୁଦ୍ଧା ପକାଇ ନାହାନ୍ତି। ଏହାକୁ ନେଇ ବିଜୁ ପ୍ରେମୀ ନିରାଶ ହେବା ସହ ଏହାର ନିନ୍ଦା କରିଛନ୍ତି।
ପୂର୍ବରୁ ଜିଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ ଏବଂ ବିଧାୟକ ସମର୍ଥିତ ପୂର୍ବତନ ଏନଏସି ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ପୃଥକ ଗୋଷ୍ଠୀ ସମାନ୍ତରାଳ ଭାବେ ଦଳର ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ଅନେକ ନଜିର ରହିଥିଲା। ଦଳ ଭିତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ମତଭେଦ ପଞ୍ଚାୟତ ନିର୍ବାଚନରେ ବିଜେଡି ବପର୍ଯ୍ୟୟର କାରଣ ହୋଇଥିଲା। ଶେଷରେ ସଦ୍ୟ ସମାପ୍ତ ନିର୍ବାଚନରେ ଦଳ ଭିତରେ ପ୍ରବଳ ବିରୋଧ ଯୋଗୁ ବିଧାୟକ ତ୍ରିନାଥ ଗମାଙ୍ଗଙ୍କୁ ଟିକେଟ ମିଳି ନ ଥିଲା। ଶେଷରେ ସେ ଦଳରୁ ଇସ୍ତଫା ଦେଇ ସ୍ବାଧୀନ ଭାବେ ଲଢିଥିଲେ। ତାଙ୍କର ଦୃଢ ସମର୍ଥକ ଶିବ ଗୌଡଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଥିଲା। ଶିବ ଗୌଡ ଦଳରୁ ବହିଷ୍କୃତ ହେଇଥିବା ବେଳେ ଦଳର ଅନ୍ୟ ନେତା ଓ କର୍ମୀ ବିଜୁ ବାବୁଙ୍କୁ ଭୁଳିଯିବା ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri