ଶୌଚାଳୟ ଟାଙ୍କିରେ ଖସିପଡ଼ିଲେ ମା’, ଛୁଆହାତୀ: ବନ ବିଭାଗ କଲା ଉଦ୍ଧାର

ପରଜଙ୍ଗ,୨୨ା୬ (ଡି.ଏନ୍‌.ଏ)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ସାଆନ୍ଦା ତଳବେରଣା ଗ୍ରାମରେ ଶନିବାର ଭୋର ସମୟରେ ଗ୍ରାମର ପ୍ରମୋଦ ପାଳଙ୍କ ଶୌଚାଳୟ ଟାଙ୍କିରେ ଖସି ପଡିଥିଲେ ମା’ ଓ ଛୁଆହାତୀ। ଏହାକୁ ପରିବାର ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ଉକ୍ତ ଟାଙ୍କିରୁ ମା’ ହାତୀଟି ବାହାରକୁ ବାହାରି ଆସି ଟାଙ୍କି ପାଖରେ ଛିଡା ହୋଇ ଛୁଆହାତୀକୁ ଜଗି ରହିଥିଲା। ସେଠାରେ ବନ ବିଭାଗ ପହଞ୍ଚି ଛୁଆହାତୀଟିକୁ ଟାଙ୍କିର ଗୋଟିଏ ପାର୍ଶ୍ୱ ଶାବଳରେ ତାଡି ଛୁଆହାତୀଟିକୁ ତରୁଆ ସାହାଯ୍ୟରେ ଟେକି ବାହାରକୁ କାଢ଼ିଥିଲେ । କିନ୍ତୁ ନିକଟରେ ମା’ ହାତୀଟି ସେମିତି ତାର ଛୁଆକୁ ଜଗି ରହିଥିଲେ ସୁଦ୍ଧା ଆକ୍ରମଣ କରିବାକୁ ଚେଷ୍ଟା କରି ନ ଥିଲା । ଛୁଆହାତୀ ଉଦ୍ଧାର ପରେ ଉଭୟ ମା’ ଓ ଛୁଆହାତୀ ଜଙ୍ଗଲକୁ ଯାଇଥିଲେ । ଘଟଣା ସ୍ଥଳରେ ମହାବିରୋଡ଼ ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ ପହଞ୍ଚି ହାତୀଛୁଆ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ। ଉକ୍ତ ହାତୀ ପାଇଁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦଦରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼

ପରଜଙ୍ଗ,୬।୧(ଡି.ଏନ.ଏ.): ପର୍ଯ୍ୟଟକଙ୍କ ଗହଳଚହଳରେ ମୁଖରିତ ହୋଇଉଠିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଦଦରାଘାଟି ଡ୍ୟାମ୍‌। ସହରର କୋଳାହଳଠାରୁ ଦୂର ଶାନ୍ତ ସବୁଜିମା କୋଳରେ...

ଜିଏମ୍‌ଆର୍‌ରେ ପରିବେଶ ଦିବସ ପାଳିତ : ୩୩ ମିନିଟ୍‌ରେ ଲାଗିଲା ୮୦୦୦ ଚାରା

ଢେଙ୍କାନାଳ ଅଫିସ, ୯ା୬ – ଢେଙ୍କାନାଳ ଜିଲା କମଳାଙ୍ଗସ୍ଥିତ ଜିଏମ୍‌ଆର୍‌ ଏନର୍ଜି ଲିମିଟେଡ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ...

ଡେଷ୍ଟିନି ୧୨୫-ଏକ୍ସଟେକ୍‌ ବଜାର ପ୍ରବେଶ

ଢେଙ୍କାନାଳ/ ଅନୁଗୋଳ ଅଫିସ,୧୦।୫ ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ହିରୋ ମୋଟୋକର୍ପର ଅଧିକୃତ ବିକ୍ରେତା ସୋମ୍‌ ଅଟୋ ପକ୍ଷରୁ ସୋମବାର ଡେଷ୍ଟିନି ୧୨୫ ଏକ୍ସଟେକ୍‌ ସ୍କୁଟରର...

୧୩ ଶ୍ରମିକ ଉଦ୍ଧାର : କେନ୍ଦ୍ରାପଡ଼ାରୁ ଯାଉଥିଲେ ଛତିଶଗଡ଼

ଢେଙ୍କାନାଳ ଅଫିସ, ୧୪।୪ କେନ୍ଦ୍ରାପଡ଼ାରୁ ଛତିଶଗଡ଼ ଚାଲି ଚାଲି ଯାଉଥିବା ୧୩ଜଣ ଶ୍ରମିକଙ୍କୁ ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍‌ରୁ ସୋମବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି।...

ପାଣି ପାଇଁ ବିକଳ ସହରବାସୀ

ଢେଙ୍କାନାଳ ଅଫିସ, ୯।୭:  ମୁନ୍ଦାଏ ପାଣି ପାଇଁ ଏଠି ନିତି ସଂଘର୍ଷ। ପାଣି ଚିନ୍ତାରୁ ଆରମ୍ଭ ହୁଏ ସକାଳ। ବର୍ଷା ଦିନେ ବି ମିଳେନି ସମସ୍ୟାରୁ ମୁକ୍ତି।...

ଢେଙ୍କାନାଳରେ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବର୍ଦ୍ଧିତ ହେଲେ କରୋନା ଯୋଦ୍ଧା

ଢେଙ୍କାନାଳ ଅଫିସ, ୨୬।୧: ଢେଙ୍କାନାଳ ଜିଲା ଷ୍ଟାଡିୟମ୍‌ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି...

ଡୋକ୍ରା ଶିଳ୍ପକୁ କରୋନା ମାଡ଼

ଢେଙ୍କାନାଳ ଅଫିସ, ୩।୪ – କୋଭିଡ୍‌-୧୯ ସଂକ୍ରମଣରେ ପ୍ରଭାବିତ ହୋଇଛି ସମଗ୍ର ଶିଳ୍ପ ଜଗତ। ଏଥିରୁ ବାଦ୍‌ ପଡ଼ିନି ପାରମ୍ପରିକ ହସ୍ତଶିଳ୍ପ। ଖାସ୍‌ କରି ଲକ୍‌ଡାଉନ...

୫ ମାସ ପରେ ମିଳିଲା ସନାତନଙ୍କ କଙ୍କାଳ

ପରଜଙ୍ଗ, ୩୧।୩(ଡି.ଏନ.ଏ.):ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ବାଲିପଶି ଗ୍ରାମର ନିଖୋଜ ସନାତନ ବେହେରା (୪୫)ଙ୍କ କଙ୍କାଳ ୫ ମାସ ପରେ ସ୍ଥାନୀୟ ଜଙ୍ଗଲରୁ ଠାବ...

Advertisement
Archives

Model This Week