ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଅନୁଗୋଳ ଅଫିସ, ୧୯।୪- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଶେଷ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋର ଧରିଛି। ଇତିମଧ୍ୟରେ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୩ ଦିନ ବାକି ରହିଛି। ୨୩ ତାରିଖରେ ଭୋଟ୍‌ ଗ୍ରହଣ ହେବାକୁ ଥିବାରୁ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ଜିଲାକୁ ଘନ ଘନ ଗସ୍ତ କରୁଛନ୍ତି। ତେବେ ନେତାମାନେ ଏବେ ଗାଁ ମୁହଁା ହୋଇଥିବାରୁ ସହରରେ ସେମାନଙ୍କୁ ସେତେଟା ଦେଖିବାକୁ ମିଳୁନି। ଗୁରୁବାର ବିଜେଡିର ଷ୍ଟାର ପ୍ରଚାରକ ଭାବେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିଥିଲେ। ସେହିପରି ସନ୍ଧ୍ୟାରେ ବିଜେଡିର ଏକ ଥ୍ରୀ ଡି ପ୍ରଚାର ଗାଡ଼ି ଅନୁଗୋଳରେ ପହଞ୍ଚତ୍ଛି। ସନ୍ଧ୍ୟାରେ ଅନୁଗୋଳ ବସ୍‌ଷ୍ଟାଣ୍ଡ ଠାରେ ଥିବା ଘୋଡ଼ା ଛକ ଠାରେ ଉକ୍ତ ଥ୍ରୀ ଡି ଗାଡ଼ି ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

ଅନୁଗୋଳରେ ରାଜନୀତି ମଇଦାନକୁ ଓହ୍ଲାଇଥିବା ୩ ପ୍ରମୁଖ ଦଳର ନେତାମାନେ ଏବେ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁରେ ପ୍ରଚାର ଚଳାଇଛନ୍ତି। ଘନ ଘନ ନିର୍ବାଚନୀ ବୈଠକ ସହ ଶୋଭାଯାତ୍ରା କରି ଭୋଟରଙ୍କୁ ଭେଟୁଛନ୍ତି। ବିଭିନ୍ନ ଉନ୍ନତିକର କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିମାନ ଦେଉଛନ୍ତି। ଗୁରୁବାର ସନ୍ଧ୍ୟାରେ ବିଜେଡି ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିବା ଥ୍ରୀ ଡି ପ୍ରଚାର ଗାଡ଼ି ସହରର ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର କରିଛି। ଉକ୍ତ ଗାଡ଼ିରେ ଏକ ବଡ଼ ଏଲଇଡି ଲାଗିଥିବାବେଳେ ସାଉଣ୍ଡ ସିଷ୍ଟମ ମଧ୍ୟ ରହିଛି। ବିଜେଡି ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଏହାଦ୍ୱାରା ଲୋକଙ୍କୁ ଅବଗତ କରାଯାଉଥିବାବେଳେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ମଧ୍ୟ ନିବେଦନ କରାଯାଉଛି। ସେହିପରି ଭାଜପା ପକ୍ଷରୁ ମଧ୍ୟ ପ୍ରଚାର କାର୍ଯ୍ୟ ଜାରି ରହିଛି। ଭାଜପା ପ୍ରାର୍ଥୀ ବିଭିନ୍ନ ଗାଁରେ ପ୍ରଚାର କରୁଥିବାଳେ ଶୁକ୍ରବାର ଠାରୁ ସହରାଞ୍ଚଳରେ ପ୍ରଚାର ଜମାଇବେ ବୋଲି ସୂଚନା ମିଳିଛି। ଏପରି କି ଏକ ବଡ଼ ଧରଣର ରୋଡ ଶୋ କାର୍ଯ୍ୟକ୍ରମ ରହିଥିବା ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଷ୍ଟାର ପ୍ରଚାରକରେ କଂଗ୍ରେସ ପଛରେ ପଡ଼ିଛି। ଅନୁଗୋଳକୁ କେହି ଜଣେ ବି ହେଲେ ଦଳର ଷ୍ଟାର ପ୍ରଚାରକ ଆସିନାହାନ୍ତି। ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ଷ୍ଟାର ପ୍ରଚାରକ ପହଞ୍ଚିବେ। ଅନ୍ୟପକ୍ଷରେ ସହରାଞ୍ଚଳରେ ନିର୍ବାଚନୀ ପ୍ରଚାର ନ ହେବାରୁ ଯୁବ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତୁ ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର: ସଂସ୍ପର୍ଶରେ ଆସି ୨ ଯୁବକ ମୃତ

ବନ୍ତଳା,୨୮।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା କଞ୍ଜା ଗ୍ରାମରେ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ୨...

ବିଭ୍ରାଟ ଭିତରେ ଭୋଟ: ଯାନ୍ତ୍ରିକ ତ୍ରୁଟି, ତାତି, କାଳବୈଶାଖୀ

ଢେଙ୍କାନାଳ ଅଫିସ/ ପରଜଙ୍ଗ/କାମାକ୍ଷାନଗର (ଡି.ଏନ୍‌.ଏ.), ୨୪।୪- ସକାଳେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି, ମଧ୍ୟାହ୍ନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆଉ ଅପରାହ୍ନରେ କାଳବୈଶାଖୀ ଝଡ଼ବର୍ଷା, ଢେଙ୍କାନାଳ ଜିଲାର ଭୋଟରଙ୍କ...

ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ: ଆଳିର ୧୧ଗାଁ ସିଲ୍‌

କେନ୍ଦ୍ରାପଡା ଅଫିସ/ଆଳି (ଡି.ଏନ୍‌.ଏ.), ୭।୪- କେନ୍ଦ୍ରାପଡ଼ା ଜିଲାର ପ୍ରଥମ କରୋନା ସଂକ୍ରମିତଙ୍କୁ ସୋମବାର ଚିହ୍ନଟ କରାଯାଇଛି। ଆଳି ଅଞ୍ଚଳରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ...

ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଜଣେ ଗିରଫ, ଗଞ୍ଜେଇ ଜବତ

ବାଲେଶ୍ୱର ଅଫିସ,୩୧।୮: ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଶନିବାର ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଫତେପୁର ଗ୍ରାମରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ...

ପୂଜାର୍ଚ୍ଚନାରେ ସୀମିତ ହନୁମାନ ଜୟନ୍ତୀ

ସମ୍ବଲପୁର, ୧୩।୪ (ବ୍ୟୁରୋ)- କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଗ୍ରାସିଛି । ପ୍ରତିଷେଧକ ଭାବେ ଦେଶରେ ଲକ୍‌ ଡାଉନ ଚାଲିଛି । ସମସ୍ତ ଧାର୍ମିକ ପୀଠରେ...

ନିଜ ଉଦ୍ୟମରେ ରାସ୍ତା ତିଆରି କଲେ ଅନୁପଗଡବାସୀ

କୋମନା,୧୯।୯(ଡି.ଏନ.ଏ.) ଲୋକଙ୍କ ଗମନାଗମନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅଧିକାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ସବୁବେଳେ ଫେଲ ମାରୁଛି। ଫଳରେ...

ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ୧ . ୮୫ ଲକ୍ଷ ଜବତ 

ହାଟଡ଼ିହୀ,୧୭l୪:(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଣା ନିକଟରେ ବୁଧବାର ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଯାଞ୍ଚ କରାଯାଇଛି। ଏହି ସମୟରେ ଜଣେ ବ୍ୟକ୍ତିଙ୍କଠାରୁ ୧ଲକ୍ଷ ୮୫ହଜାର...

ଗଞ୍ଜାମରେ ପୁଣି ୩୦ କରୋନା ପଜିଟିଭ ଚିହ୍ନଟ: ରହିଛନ୍ତି ୬ ଯୋଦ୍ଧା

ଛତ୍ରପୁର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ପୁଣି ୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୫କୁ...

Advertisement
Archives

Model This Week