ଶୋଇଥିବା ଅବସ୍ଥାରେ ଭୁଶୁଡ଼ିଲା ଝିକର ଛପରଘର: ଜଣେ ଗୁରୁତର

ଦିଗପହଣ୍ଡି,୨୪।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ବାରିତଳା ଗ୍ରାମର ସନ୍ତୋଷ ଗୌଡଙ୍କ ଝିକର ଛପରଘର ରବିବାର ଭୋର ସମୟରେ ଭୁଶୁଡିପଡ଼ିଛି। ଏହା ତାଙ୍କ ସ୍ତ୍ରୀ ସୁଜାତାଙ୍କ ଉପରେ ପଡ଼ିବା ଯୋଗୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭୋରୁ ହଠାତ୍‌ ଛପର ଭାଙ୍ଗି ସୁଜାତାଙ୍କ ଉପରେ ପଡ଼ିଯିବାରୁ ସେ ଗୁରୁତର ହୋଇଥିଲେ। ତେବେ ପାଖରେ ଶୋଇଥିବା ଝିଅ ଓ ସନ୍ତୋଷ ଅଳ୍ପକେ ବର୍ତ୍ତିଯାଇଥିଲେ। ସନ୍ତୋଷ ପଡୋଶୀଙ୍କ ସହାହତାରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ତେବେ ଖମାରୀ ଗାଁ ପଞ୍ଚାୟତ ସରପଞ୍ଚ ସନ୍ତୋଷ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କୁ ଜଣାଇଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ନିରୀକ୍ଷକ ସନ୍ତୋଷଙ୍କ ଘରେ ପହଞ୍ଚି ସବିଶେଷ ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି। ଗରିବ ଅସହାୟ ସନ୍ତୋଷଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସରପଞ୍ଚ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଆଇଟିଆଇରେ ସ୍ପଟ ଆଡ୍‌ମିଶନ ଆରମ୍ଭ

କଟକ ଅଫିସ,୨୫।୯: ୪୯ଟି ସରକାରୀ ଆଇଟିଆଇ ଓ ୪୫୫ଟି ବେସରକାରୀ ଆଇଟିଆଇରେ ଚଳିତ ବର୍ଷ ନାମ ଲେଖା ପ୍ରକ୍ରିୟା ଜାରି ରହିଛି। ଡିଜିଟି ନିର୍ଦ୍ଦେଶନାମା ମୁତାବକ...

କେସିଙ୍ଗା ରେଳ ଫାଟକ ଅଣ୍ଡର ବ୍ରିଜ ନିର୍ମାଣ ଦାବି: ୩ୟ ଦିନରେ ଧାରଣା

କେସିଙ୍ଗା,୨୪।୧: କଳାହାଣ୍ଡି ଜିଲା କେସିଙ୍ଗା ସହର ନିକଟରେ ଥିବା ରେଳ ଫାଟକରେ ଅଣ୍ଡର ବ୍ରିଜ ନିର୍ମାଣ ଦାବିକୁ ନେଇ ଚାଲୁଥିବା ଗଣଧାରଣା ଶୁକ୍ରବାର ୩ୟ ଦିନରେ...

ଜିଲା ସଂଗ୍ରହାଳୟ ପାଇଁ ସ୍ବାଧୀନତା ପୂର୍ବର ମୁଦ୍ରା ଦାନ

ମନମୁଣ୍ଡା, ୧୪।୧୨(ଡି.ଏନ.ଏ.)-ବୌଦ୍ଧ ଜିଲାର ପୁରୁଣା ଜିଲାପାଳ କାର୍ଯ୍ୟାଳୟରେ ଜାନୁୟାରୀ ୨ତାରିଖରେ ଉଦ୍‌ଘାଟନ ହେବାକୁ ଯାଉଛି ସଂଗ୍ରହାଳୟ। ଏଥିପାଇଁ ନିଜ ପାଖରେ ଥିବା ପୁରାତନ ଜିନିଷ ଯାହା...

ମନ୍ଦିର, ମସ୍‌ଜିଦ୍‌ରେ ୧୪୪ ଧାରା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ, ୨୫ା୫- ମହାମାରୀ କରୋନା ପାଇଁ ଏଥର ସବୁ ମନ୍ଦିର ଓ ମସ୍‌ଜିଦ୍‌ରେ ୧୪୪ ଧାରା ଜାରି ହୋଇଛି। ଏଥିଯୋଗୁ ସୋମବାର ପାଳନ ହେବାକୁ...

ସାତପଡ଼ାରେ ପ୍ରତିଷ୍ଠା ହେବ ବରଫକଳ

ପୁରୀ ଅଫିସ,୨୮ା୧୨: ପୁରୀ ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ ନିୟମ ଏବଂ କାର୍ଯ୍ୟକାରିତା ସଂକ୍ରାନ୍ତ କର୍ମଶାଳା ରବିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା...

୧୨ ଘଣ୍ଟିଆ ୧୪୪ ଧାରା

ଢେଙ୍କାନାଳ ଅଫିସ, ୫।୫ କରୋନା ପ୍ରଭାବିତ ଢେଙ୍କାନାଳ ଜିଲାକୁ ଅରେଞ୍ଜ ଜୋନ୍‌ରେ ରଖାଯାଇଛି। ଜିଲା ସଦରରେ ଜଣେ ମହିଳାଙ୍କ ନିକଟରୁ ଏପ୍ରିଲ୍‌ ୯ରେ କୋଭିଡ୍‌-୧୯ ଭୂତାଣୁଠାବ...

ଫାଟୁସିନେରିରେ ଆନ୍ଧ୍ର କଲା ନିର୍ବାଚନ: ସେଧା ହେଲେ ସରପଞ୍ଚ

ପଟାଙ୍ଗୀ,୧୪ା୨: ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମକୁ ନିଜର ବୋଲି ଦାବି ସାବ୍ୟସ୍ଥ କରିବା ପାଇଁ...

ଶୋଚନୀୟ ଅବସ୍ଥାରେ ହୋଟେଲ ଶିଳ୍ପ

ଢେଙ୍କାନାଳ ଅଫିସ, ୫।୬ – କରୋନାକୁ ନେଇ ବିଶ୍ୱ ଅର୍ଥନୀତି ଛାରଖାର ହୋଇଯାଇଥିବାବେଳେ ଏଥିରୁ ବାଦ୍‌ ପଡ଼ିନି ହୋଟେଲ ଶିଳ୍ପ। ପାଖାପାଖି ୨ମାସ ଧରି ହୋଟେଲ...

BGU
Play 250+ Trending Games
Archives

Model This Week

Why Dharitri