Posted inଜାତୀୟ

ଶେଷ ଚିଠିରେ କ’ଣ ଲେଖିଥିଲେ ସିଦ୍ଧାର୍ଥ

ବେଙ୍ଗାଲୁରୁ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହେବାର ଦୁଇ ଦିନ ପରେ ବୁଧବାର କର୍ଣ୍ଣାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ସକାଳ ୬ଟା ୩୦ରେ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ୍ୟୁ ପୂର୍ବରୁ ସିଦ୍ଧାର୍ଥ ଏକ ଚିଠି ଲେଖିଥିଲେ। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଜାଣନ୍ତୁ ଉକ୍ତ ଚିଠିରେ କ’ଣ ଲେଖାଥିଲା

ସେ ଚିଠିରେ ଲେଖିଛନ୍ତି, ମୁଁ ଜଣେ ଉଦ୍ୟୋଗପତି ଭାବେ ବିଫଳ ହୋଇଛି। ଦୀର୍ଘ ସମୟ ହେଲା ବିଭିନ୍ନ ସମସ୍ୟା ସହ ଲଢୁଥିଲି, କିନ୍ତୁ ଏତେ ଚାପ ଆଉ ସମ୍ଭାଳି ପାରୁନାହିଁ। ତେଣୁ ସବୁ କିଛି ଛାଡିଦେବାକୁ ସ୍ଥିର କରିଛି। ଏତେ ପରିଶ୍ରମ କରି ମଧ୍ୟ ମୁଁ ଏକ ଲାଭଜନକ ବ୍ୟବସାୟ ମଡେଲ ସୃଷ୍ଟି କରିପାରିଲି ନାହିଁ। ମୋ ଉପରେ ଅହେତୁକ ବିଶ୍ୱାସ ଓ ଆସ୍ଥା ସ୍ଥାପନ କରିଥିବା ଲୋକଙ୍କୁ ମୁଁ କ୍ଷମା ମାଗୁଛି। ସେମାନଙ୍କ ପାଇଁ ମଧ୍ୟ ଦୁଃଖ ପ୍ରକାଶ କରୁଛି। ଜଣେ ପାର୍ଟନର ମୋ ଉପରେ ଶେୟାର ଫେରାଇ ନେବାକୁ ବାରମ୍ବାର ଚାପ ପକାଉଛନ୍ତି। ୬ ମାସ ତଳେ ମୁଁ ମୋର ଜଣେ ବନ୍ଧୁଙ୍କଠାରୁ ଟଙ୍କା ଉଧାର ଆଣିଥିଲି।  ଏତେ ବଡ଼ ପରିମାଣର ଋଣ ପରିଶୋଧ କରିପାରୁନାହିଁ। କାହାକୁ ଠକିବା ମୋର ଉଦ୍ଦେଶ୍ୟ ନ ଥିଲା। ହେଲେ ଏବେ ମୁଁ ଅସହାୟ ବୋଧ କରୁଛି। ବ୍ୟବସାୟରେ କ୍ଷତି ହେଉଥିବାବେଳେ ବାରମ୍ବାର ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ଚଢାଉ ମୋତେ ବୋଶ୍‌ କଷ୍ଟ ଦେଇଛି ବୋଲି ସିଦ୍ଧାର୍ଥ ନିଜ ଶେଷ ଚିଠିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ ଦ୍ୱିତୀୟ ଶିଖର ବୈଠକ

ନୂଆଦିଲ୍ଲୀ,୨୧ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କ ସହ ଦିନ ୧୨ଟାରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ଭର୍ଚୁଆଲ ଶିଖର ବୈଠକରେ ଯୋଗଦେବେ...

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୨୨ ।୧: କେନ୍ଦ୍ର ସରକାର ଦେଶର ପୂର୍ବତନ ସିଜେଆଇ ବା ଚିଫ୍ ଜଷ୍ଟିଶ ଅଫ୍ ଇଣ୍ଡିଆ ଅର୍ଥାତ୍ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ରାଜ୍ୟ...

ଦିଲ୍ଲୀ ସରକାରଙ୍କ ଇ-ଯାନ ପଲିସି: ମିଳିବ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି

ନୂଆଦିଲ୍ଲୀ,୭।୮: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ କମ୍‌ କରିବାକୁ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଇଲୋକ୍ଟ୍ରନିକ୍ସ ଯାନ ଉପରେ ଗୁରୁତ୍ୱ ଦେବାକୁ ଯାଉଛନ୍ତି। ଏ ସମ୍ପର୍କରେ...

କଂଗ୍ରେସ ଏମ୍‌ପିଙ୍କ ପାଇଁ ଭୋଟ ମାଗିଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୮।୪: ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ କଂଗ୍ରେସ ଟିକେଟରେ ଦକ୍ଷିଣ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ମିଲିନ୍ଦ ଦେଓରାଙ୍କୁ ଭୋଟ ଦେବାକୁ ଅପିଲ...

ଟ୍ରମ୍ପଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ତାଜମହଲ: ପ୍ରଥମଥର ହେଉଛି ମଡ୍‌ ଥେରାପି

ନୂଆଦିଲ୍ଲୀ,୨୨।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ ମେଲାନିଆ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ପ୍ରେମର ନିଦର୍ଶନ ତାଜମହଲ ଗସ୍ତ...

୪୬ ମହିଳା କଏଦୀଙ୍କୁ କରୋନା

ଚଣ୍ଡିଗଡ,୩୦।୩: ପଞ୍ଜାବରେ କରୋନା ଦ୍ରୁତ ଗତିରେ ବ୍ୟାପିଛି। ମଙ୍ଗଳବାର ପଟିଆଲାର ନଭା ଜିଲା ଜେଲରେ ୪୬ ଜଣ ମହିଳା କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଝିଅର ବ୍ରତୋପନୟନ କଲେ ଇନ୍ଦୋରର ଦମ୍ପତି

ଇନ୍ଦୋର,୧୫।୭: ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ମହାରାଷ୍ଟ୍ରିଆନ୍‌ ବା ମରାଠି ଦମ୍ପତି ବେଶ୍‌ କିଛି ବର୍ଷ ହେବ ଆବୁ ଧାବି(ଦୁବଇ)ରେ ରହି ଆସୁଛନ୍ତି। ଯୋଗେଶ ଆବୁଧାବିରେ ସପ୍ଟ...

କରୋନାର ଦ୍ୱିତୀୟ ଲହର ନେଇଛି ୫୯୪ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ,୨।୬: କରୋନା ମହାମାରୀ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁରା ହଲାଇଦେଇଛି। ଏହି ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ...

Advertisement
Archives

Model This Week