Posted inବରଗଡ଼

ଶେଷ୍‌ ନିଶାସ୍‌ ଗନୁଛେ ଶୀତଲଭଣ୍ଡାର

 

ବରପାଲି, ୭।୧ (ଡି.ଏନ.ଏ)-
ବରଗଡ଼ ଜିଲା ବରପାଲିରେ ୧୯୬୨ରୁ ୧୯୬୬ ସାଲ ଭିତରେ ସେବେଲର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକକଁର ଚେଷ୍‌ଟାରେ ଇଠାନେ ବହୁତ୍‌ କଲକାରଖାନା ତିଆର ହେଇଥିଲା। ସେ ଭିତରେ ତେଲକଲ୍‌, ଚିନିକଲ୍‌, ଲୁହା କାରଖାନା, ବାଲ୍‌ଟି କାରଖାନା ଆର ଶୀତଲଭଣ୍ଡାର ରହିଥିଲା। ହେଲେ ଜିଲା ଗଠନ ହେବାର ୨୮ ବଛର ଉତାରୁ ପୁରନା କଲ୍‌କାରଖାନା ନୂତନ ଜୀବନ୍‌ ପାଏବାର ଜାଗାରେ ଗୁଟ୍‌ଗୁଟ୍‌ କରି ନିଜର ସତା ହରେଇଛନ୍‌। ସେ ଭିତ୍‌ରୁ କେତ ଜବରଦଖଲରେ ଘରୋଇ ସ୍କୁଲ ଖୁଲିଛେ। ଇ ସବୁ ସରକାରକଁର ନଜରରେ ଥିଲେ ବି କିଛି ପଦକ୍ଷେପ ନାଇଁ ନିଆଯାଇ। ସେନ୍‌ତା ଆରକେତେ କଲ୍‌କାରଖାନାକେ ଲୋକ୍‌ ଜବରଦଖଲ କରି ଭଡ଼ା ଲଗେଇଛନ୍‌। ଯେନ୍‌ଠାନେ ଲୋକ୍‌ କୁଟୁମବସିଆ ରହୁଛନ୍‌। ଇଠାନେ ଥିବାର ୫ଶହ ଟନ୍‌ କ୍ଷମତାର ଶୀତଲଭଣ୍ଡାର ତାର ଶେଷ୍‌ ନିଶାସ୍‌ ଗନୁଥିଲାବେଲେ ବାହାରେ ବଢ଼େ ତାଲା ଝୁଲୁଛେ। ଇତାର ଆଗ୍‌ରୁ ରାଏଜ୍‌ ସରକାର ୧୯୮୦ରୁ ୧୯୮୫ ଭିତ୍‌ରେ ହଜାରେ ଦିନେ ହଜାରେ କୋଟି ଟଁକାରେ ହଜାରେ କଲ୍‌କାରଖାନା ଗଢ଼ି ଉଠ୍‌ବା ବଲି କହିଥିଲେ। ହେଲେ ସେଟା ଲୁକ୍‌କୁ ଭକୁଆ ଥାବ୍‌ କରବାର ଲାଗି ସୁଦ୍‌ ମିଛ୍‌ ଥିଲା। ଲୋକ୍‌ ବଢ଼େ ଆଶ୍‌ କରିଥିଲେ ବେମାରିଆ କଲ୍‌କାରଖାନା ଫେନ୍‌ଘାଏ ଜୀବନ୍‌ ପାଏବେ। ହେଲେ ଲୁକ୍‌କର ଇ ସବୁ ଆଶ୍‌ ମହଲି ଯାଇଥିଲା। ଏହେଦେ ନବୀନ ପଟ୍ଟନାୟକ ସରକାରକଁର ୨୦ ବଛର ଶାସନରେ ବି କଲ୍‌କାରଖାନା କାଯ୍‌କ୍ଷମ ହେବାର କିଛି ସୂଚନା କି ଆଭାସ ନାଇଁ ମିଲ୍‌ବାର। ଶୀତଲଭଣ୍ଡାର ଅଭାବୁ ଅଂଚଲର ଚାଷୀ ଅମଲ କରିଥିବାର ଆଲୁ, ଉଲି, ପନିପରିବା ରଖ୍‌ବାର ଲାଗି ବଡ଼ା ଜହଗଁଜ୍‌ ହେଉଛନ୍‌। ଚାଷୀ ସବୁବେଲେ ଅଭାବୀ ବିକ୍‌ରିର ଶିକାର ହେଉଛନ୍‌ ଆର ନୁକ୍‌ସାନ ସହୁଛନ୍‌। ଇ ଦିଗେ ରାଏଜ୍‌ ସରକାର, ଥାନୀଅ ନେତା ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲର ଚାଷୀ ସମାଜ ଦାବି କରିଛେ। ସେନ୍‌ତା ଇ ବାବ୍‌ଦେ ଜିଲା ଶିଳ୍ପ କେନ୍ଦ୍ର ମ୍ୟାନେଜର ଲକ୍ଷ୍ମୀଧର ସୋରେନ୍‌କୁଁ ପଚ୍‌ରାଲାରୁ ଶୀତଲ୍‌ଭଣ୍ଡାର ପୁନରୁଧାର ଲାଗି ସେନ୍‌ତା କିଛି ଯୋଜନା ନଁାଇଁନ ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?