Posted inବରଗଡ଼

ଶେଷ୍‌ ନିଶାସ୍‌ ଗନୁଛେ ଶୀତଲଭଣ୍ଡାର

 

ବରପାଲି, ୭।୧ (ଡି.ଏନ.ଏ)-
ବରଗଡ଼ ଜିଲା ବରପାଲିରେ ୧୯୬୨ରୁ ୧୯୬୬ ସାଲ ଭିତରେ ସେବେଲର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକକଁର ଚେଷ୍‌ଟାରେ ଇଠାନେ ବହୁତ୍‌ କଲକାରଖାନା ତିଆର ହେଇଥିଲା। ସେ ଭିତରେ ତେଲକଲ୍‌, ଚିନିକଲ୍‌, ଲୁହା କାରଖାନା, ବାଲ୍‌ଟି କାରଖାନା ଆର ଶୀତଲଭଣ୍ଡାର ରହିଥିଲା। ହେଲେ ଜିଲା ଗଠନ ହେବାର ୨୮ ବଛର ଉତାରୁ ପୁରନା କଲ୍‌କାରଖାନା ନୂତନ ଜୀବନ୍‌ ପାଏବାର ଜାଗାରେ ଗୁଟ୍‌ଗୁଟ୍‌ କରି ନିଜର ସତା ହରେଇଛନ୍‌। ସେ ଭିତ୍‌ରୁ କେତ ଜବରଦଖଲରେ ଘରୋଇ ସ୍କୁଲ ଖୁଲିଛେ। ଇ ସବୁ ସରକାରକଁର ନଜରରେ ଥିଲେ ବି କିଛି ପଦକ୍ଷେପ ନାଇଁ ନିଆଯାଇ। ସେନ୍‌ତା ଆରକେତେ କଲ୍‌କାରଖାନାକେ ଲୋକ୍‌ ଜବରଦଖଲ କରି ଭଡ଼ା ଲଗେଇଛନ୍‌। ଯେନ୍‌ଠାନେ ଲୋକ୍‌ କୁଟୁମବସିଆ ରହୁଛନ୍‌। ଇଠାନେ ଥିବାର ୫ଶହ ଟନ୍‌ କ୍ଷମତାର ଶୀତଲଭଣ୍ଡାର ତାର ଶେଷ୍‌ ନିଶାସ୍‌ ଗନୁଥିଲାବେଲେ ବାହାରେ ବଢ଼େ ତାଲା ଝୁଲୁଛେ। ଇତାର ଆଗ୍‌ରୁ ରାଏଜ୍‌ ସରକାର ୧୯୮୦ରୁ ୧୯୮୫ ଭିତ୍‌ରେ ହଜାରେ ଦିନେ ହଜାରେ କୋଟି ଟଁକାରେ ହଜାରେ କଲ୍‌କାରଖାନା ଗଢ଼ି ଉଠ୍‌ବା ବଲି କହିଥିଲେ। ହେଲେ ସେଟା ଲୁକ୍‌କୁ ଭକୁଆ ଥାବ୍‌ କରବାର ଲାଗି ସୁଦ୍‌ ମିଛ୍‌ ଥିଲା। ଲୋକ୍‌ ବଢ଼େ ଆଶ୍‌ କରିଥିଲେ ବେମାରିଆ କଲ୍‌କାରଖାନା ଫେନ୍‌ଘାଏ ଜୀବନ୍‌ ପାଏବେ। ହେଲେ ଲୁକ୍‌କର ଇ ସବୁ ଆଶ୍‌ ମହଲି ଯାଇଥିଲା। ଏହେଦେ ନବୀନ ପଟ୍ଟନାୟକ ସରକାରକଁର ୨୦ ବଛର ଶାସନରେ ବି କଲ୍‌କାରଖାନା କାଯ୍‌କ୍ଷମ ହେବାର କିଛି ସୂଚନା କି ଆଭାସ ନାଇଁ ମିଲ୍‌ବାର। ଶୀତଲଭଣ୍ଡାର ଅଭାବୁ ଅଂଚଲର ଚାଷୀ ଅମଲ କରିଥିବାର ଆଲୁ, ଉଲି, ପନିପରିବା ରଖ୍‌ବାର ଲାଗି ବଡ଼ା ଜହଗଁଜ୍‌ ହେଉଛନ୍‌। ଚାଷୀ ସବୁବେଲେ ଅଭାବୀ ବିକ୍‌ରିର ଶିକାର ହେଉଛନ୍‌ ଆର ନୁକ୍‌ସାନ ସହୁଛନ୍‌। ଇ ଦିଗେ ରାଏଜ୍‌ ସରକାର, ଥାନୀଅ ନେତା ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲର ଚାଷୀ ସମାଜ ଦାବି କରିଛେ। ସେନ୍‌ତା ଇ ବାବ୍‌ଦେ ଜିଲା ଶିଳ୍ପ କେନ୍ଦ୍ର ମ୍ୟାନେଜର ଲକ୍ଷ୍ମୀଧର ସୋରେନ୍‌କୁଁ ପଚ୍‌ରାଲାରୁ ଶୀତଲ୍‌ଭଣ୍ଡାର ପୁନରୁଧାର ଲାଗି ସେନ୍‌ତା କିଛି ଯୋଜନା ନଁାଇଁନ ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଅତାବିରାରେ ଶକ୍ତି ବଢାଉଛି ଭାଜପା, ମିଶ୍ରଣ ପର୍ବରେ ସାମିଲ ହେଲେ ଯୁବ, ମହିଳା କର୍ମୀ

ଭେଡେନ,୨୨।୪(ସୁଦନ ମହାକୁର):  ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଲକର ଡାଙ୍ଗପାଲିଠାରେ ସୋମବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପପଙ୍ଗା...

ବିଜେଡି ଛାଡ଼ିବା ପରେ ଏମିତି କହିଲେ ବିମ୍ବାଧର କୁଅଁର

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ସୋମବାର ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ବିଜେଡି...

ଶକ୍ତି ବଢାଉଛି ବିଜେଡି: ମିଶ୍ରଣ ପର୍ବରେ ସାମିଲ ହେଲେ ଅନେକ ଯୁବ, ମହିଳାକର୍ମୀ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଅନ୍ନପୂର୍ଣ୍ଣା ପ୍ୟାଲେସଠାରେ ରବିବାର ସନ୍ଧ୍ୟାରେ ବିଜେଡିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି। ବରଗଡ଼ ଟାଉନ ବିଜେଡି...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri