Posted inଜାତୀୟ

ଶୁଶ୍ରୁତ ଥିଲେ ବିଶ୍ୱର ପ୍ରଥମ ସର୍ଜନ: ପୋଖରୀୟାଲ

ମୁମ୍ବାଇ,୧୧।୮: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ଶନିବାର ଦାବି କରିଛନ୍ତି କି ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା) ଯଦି ଭବିଷ୍ୟତରେ ସ୍ପିକିଙ୍ଗ ବା କଥାକୁହା କମ୍ପୁଟର ତିଆରି କରେ ତାହା କେବଳ ସଂସ୍କୃତ ଭାଷା ପାଇଁ ହିଁ ସମ୍ଭବ ହେବ। କାରଣ ସଂସ୍କୃତ ହିଁ ବିଶ୍ୱର ଏକମାତ୍ର ବୈଜ୍ଞାନିକ ଭାଷା। ବମ୍ବେ ଆଆଟିର ୫୭ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ପୋଖରୀୟାଲ ଏହା କହିଛନ୍ତି। ନାସା ମଧ୍ୟ କହିଛି କି ଯଦି ନିକଟ ଭବିଷ୍ୟତରେ ଟକିଙ୍ଗ କମ୍ପୁଟର ତିଆରି କରାଯାଏ ତାହା କେବଳ ସଂସ୍କୃତ ଭାଷା ଯୋଗୁ ସମ୍ଭବ ହୋଇ ପାରିବ। କାରଣ ସଂସ୍କୃତରେ ଯେମିତି କୁହାଯାଏ ଠିକ୍‌ ସେମିତି ଲେଖାଯାଇଥାଏ। ପୋଖରୀୟାଲ ଆହୁରି ମଧ୍ୟ କହିଛନ୍ତି କି ଚରକ ଋଷିଙ୍କର ଆୟୁର୍ବେଦ ପାଇଁ ଅବଦାନ ବହୁତ। ସେ ହିଁ ପ୍ରଥମେ ଗବେଷଣା କରି ଅଣୁ ଓ ପରମାଣୁ ଆବିଷ୍କାର କରିଥିଲେ। ସେହିପରି ପୂରାତନ ଚିକିତ୍ସକ ଶୁଶ୍ରୁତ ହେଉଛନ୍ତି ବିଶ୍ୱର ପ୍ରଥମ ସର୍ଜନ ବୋଲି ଦାବି କରିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦିଲେ ୯୬ ବର୍ଷୀୟ ଧର୍ମପାଲ ଗୁଲାଟୀ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପାର୍ଥିବ ଶରୀର ଦେଖି କାନ୍ଦି ପକାଇଛନ୍ତି ଏମଡିଏଚ୍‌ କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀ। ୯୬ବର୍ଷୀୟ...

ଅଟୋ ଡ୍ରାଇଭରଙ୍କୁ ବିବାହ କଲେ ପ୍ରେମିକା: ଏଭଳି ଉପାୟରେ ପ୍ରତିଶୋଧ ନେଉଥିଲେ ପ୍ରେମିକ…

ମୁମ୍ବାଇ, ୨୬।୮: ପ୍ରେମିକା ଧୋକା ଦେଲେ। ଏଥିରେ ମର୍ମାହତ ହୋଇ ପ୍ରେମିକ ଏକ ନିଆରା ଉପାୟରେ ପ୍ରତିଶୋଧ ନେଉଥିଲେ। ଏହାର ପର୍ଦ୍ଦାଫାଶ୍‌ ମୁମ୍ବାଇ ପୋଲିସ କରିଛି।...

୩ ମାସ ପରେ ଜେଲ୍‌ରୁ ମୁକୁଳିଲେ ସଞ୍ଜୟ

ମୁମ୍ବାଇ,୯।୧୧: ପାତ୍ରା ଚୌଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ବୁଧବାର ୩ ମାସ୍‌ ପରେ ଜେଲରୁ...

ଶ୍ରୀଲଙ୍କା ସଙ୍କଟ: କେନ୍ଦ୍ର ଡାକିଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୮ା୭: ଶ୍ରୀଲଙ୍କାରେ ଉପୁଜିଥିବା ରାଜନୈତିକ ଓ ଅର୍ଥନୈତିକ ସଙ୍କଟ ଉପରେ ଆଲୋଚନା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏନେଇ ସଂସଦୀୟ...

ଆତଙ୍କବାଦୀ-ପୋଲିସ ଗୁଳିବିନିମୟ: ୧୦ ଦିନରେ ମଲେଣି ୧୧ ଆତଙ୍କବାଦୀ

ଶ୍ରୀନଗର,୫।୧୦: ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୪ ଜଣ...

୧୪ ଦିନର ଟ୍ରାଭେଲ ହିଷ୍ଟ୍ରି ଦାଖଲ କରିବେ ଅନ୍ତର୍ଜାତୀୟ ଯାତ୍ରୀ

ନୂଆଦିଲ୍ଲୀ, ୨୮।୧୧: ଅନ୍ତର୍ଜାତୀୟ ବିମାନ ଯାତ୍ରା ଲାଗି କେନ୍ଦ୍ର ସରକାର ରବିବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଡିସେମ୍ବର ୧ରୁ ଏହି ସଂଶୋଧିତ ଗାଇଡ୍‌ଲାଇନ ଲାଗୁ...

ଡରାଇଲା କରୋନା: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ,୫।୫: କରୋନା ସଂକ୍ରମଣ ବେଳକୁ ବେଳ ଦେଶରେ ଭୟଙ୍କର ରୂପ ନେବାକୁ ଯାଉଛି। କେତେଜଣ ବିଶେଷଜ୍ଞଙ୍କ କହିବା କଥା ହେଲା ଜୁନ୍‌ ମାସ ବେଳକୁ ଦେଶରେ...

ଜର୍ମାନୀରୁ ଭାରତ ମଗାଇବ ୨୩ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୩।୪: ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ (ଉଦ୍ଭିଦ) ମଗାଇବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ପ୍ଲାଣ୍ଟ ମିନିଟ୍‌ ପିଛା ୪୦ ଲିଟର...

Advertisement
Archives

Model This Week