‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅପ୍‌ କମିଂ ରୋମାଣ୍ଟିକ ଓ କମେଡି ଫିଲ୍ମ ‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲର ୨ମିନିଟ୍‌ ୪୧ ସେକେଣ୍ଡର ହୋଇଥିବା ବେଳେ ଏହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଏଥିରେ ଆୟୁଷ୍ମାନ ଜଣେ ସମଲିଙ୍ଗୀ ପୁରୁଷ ଭୂମିକାରେ ନଜର ଆସିଛନ୍ତି, ଏଥିରେ ସେ ଜଣେ ପୁଅଙ୍କୁ ପ୍ରେମ କରୁଥିବା ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ ହେବାର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏଥିରେ ଜିତେନ୍ଦ୍ର କୁମାର ଓ ନୀନା ଗୁପ୍ତାଙ୍କ ଭଳି ମଲ୍ଟି ଷ୍ଟାରଙ୍କ ଅଭିନୟ ଦେଖିବାକୁ ମିଳିବ। ଏହି ଫିଲ୍ମ ୨୦୧୭ର ସୁପରହିଟ୍‌ ହୋଇଥିବା ‘ଶୁଭ ମଙ୍ଗଲ ସାବଧାନ’ର ସିକ୍ୱେଲ୍‌। ଏହି ଫିଲ୍ମ ଏକ ସମଲିଙ୍ଗୀ ପ୍ରେମ କାହାଣୀ ଉପରେ ଆଧାରିତ। ଏକ ରୂଢ଼ିବାଦୀ ପରିବାରରେ ସମଲିଙ୍ଗୀ ପ୍ରେମକୁ କିଭଳି ଦେଖାଯାଇଛି ତାହା ଏଥିରେ ପରିବେଷଣ କରାଯାଇଛି। ତେବେ ଫିଲ୍ମର ଟ୍ରେଲରକୁ ଦେଖିବା ପରେ ଦର୍ଶକେ ବହୁ ଉତ୍ସାହର ସହ ଫିଲ୍ମର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ହିତେଶ କେବଲ୍ୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଫେବୃୟାରୀ ୨୧ରେ ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଫିଲ୍ମରୁ ସର୍ବାଧିକ ଆୟ କରିଥିଲେ ପ୍ରିୟଙ୍କା

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁଲାଇ ୧୮ରେ ପ୍ରିୟଙ୍କା ଚୋପ୍ରାଙ୍କ ୩୮ତମ ଜନ୍ମଦିନ। ପ୍ରିୟଙ୍କା ଖାଲି ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ଏକ ପରିଚିତ ନାମ। ଆଜିର...

କରୋନା ସମୟରେ ମା’ହେଲେ ଏହି ଲୋକପ୍ରିୟ ଗାୟିକା

କରୋନା ମହାମାରୀ ମଧ୍ୟରେ ଆମେରିକାର ଲୋକପ୍ରିୟ ପପ୍‌ ଗାୟିକା କେଟି ପେରି ଏବଂ ଭାବି ସ୍ବାମୀ ଅର୍ଲାଣ୍ଡୋ ବ୍ଲୁମ୍‌ଙ୍କ ପ୍ରଶଂସକଙ୍କ ପାଇଁ ଗୋଟିଏ ଖୁସି ଖବର।...

ପଞ୍ଚମଥର ବି ବଲିଉଡ୍‌ ଗାୟିକାଙ୍କ କରୋନା ସଂକ୍ରମିତ ରିପୋର୍ଟ ଆସିଲା ପିଜିଟିଭ

ଲକ୍ଷ୍ନୌ,୩୧।୩: ବଲିଉଡ୍‌ ସିଙ୍ଗର କନିକା କପୁର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଜଣା। ତେବେ ପଞ୍ଚମଥର ବି ତାଙ୍କ ରିପୋର୍ଟ ପଜିଟିଭ ଆସିବା...

ବହୁମୁଖୀ ହାସ୍ୟାଭିନେତା ପ୍ରଭାକର

ପ୍ରଭାକର ସାହୁ। ଡାକନାମ ଚଗନ। ସେ ଯାତ୍ରା ଜଗତରେ ଏହି ନାମରେ ହିଁ ପରିଚିତ। ଚଗନ ଜଣେ ନିଆରା ମଣିଷ। ସମସ୍ତେ ତାଙ୍କୁ ମଞ୍ଚରେ ଦେଖନ୍ତି...

ଫାଇନାଲ୍‌ ହେଲା ବିବାହ ତାରିଖ, ୨୭ ଡିସେମ୍ବରରେ ହାତକୁ ଦୁଇ ହାତ ହେବେ ମୋନା !

ବମ୍ବେ: ହାତକୁ ଦୁଇ ହାତ ହେବେ ଟେଲି ଅଭିନେତ୍ରୀ ମୋନା ସିଂ। ଦକ୍ଷିଣ ଭାରତର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଶ୍ୟାମଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା...

କରୀନାଙ୍କ ଡାଏଟ୍‌ ପ୍ଲାନ୍‌

କରୀନାଙ୍କୁ ସ୍କ୍ରିନ୍‌ରେ ଦେଖିବା କ୍ଷଣି ଫ୍ୟାନଙ୍କ ମନରେ ପ୍ରଶ୍ନ ଉଠେ କ’ଣ ଖାଉଛନ୍ତି? ଏତେ ସୁନ୍ଦର ଆଉ ସ୍ଲିମ୍‌ ରହୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଡାଏଟ୍‌...

ଅଂଶୁମାନ ଯାହା ଚାହୁଁଥିଲେ..

ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ରିଲିଜ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର ଭୂମିକାରେ...

ମନ୍ଦିର-ମସ୍‌ଜିଦ୍‌-ଚର୍ଚ୍ଚ ଫଟୋ ଛାଡ଼ି ନୂଆବର୍ଷର ଅଭିନନ୍ଦନ ଜଣାଇଲେ ସାରା

ପୁରୁଣା ବର୍ଷକୁ ବିଦାୟ ଦେଇ ପାଦ ଥାପିଛି ନୂଆବର୍ଷ। ନୂଆବର୍ଷ ପାଳନ ନେଇ ସବୁଆଡେ ଉତ୍ସବ ଓ ଉଦ୍ଦୀପନାର ପରିବେଶ। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ନିଜ...

Coronavirus Update


Archives

Model This Week

Why Dharitri