ଶୁଦ୍ଧ ଶାକାହାରବାଦ ନ୍ୟାୟ ସଂଗ୍ରାମର ଅଂଶ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଭିଗନିଜମ୍‌ ବା ଶୁଦ୍ଧ ଶାକାହାରବାଦ ଏକ ରାଜନୈତିକ ଆନ୍ଦୋଳନରେ ପରିଣତ ହେବା ଉଚିତ। କିନ୍ତୁ ଏହା ବିଶ୍ୱର କୌଣସିଠାରେ ଦେଖାଯାଉ ନାହିଁ। ଏଥିରେ ଭିଗନ୍‌ (ଶୁଦ୍ଧ ଶାକାହାରୀ)ମାଙ୍କେର ହିଁ ଭୁଲ୍‌ ରହିଛି। ଏବେ ମଣିଷ ପୂରା ବିଶ୍ୱକୁ ଖାଇଯିବା ପାଇଁ ପୁଞ୍ଜିବାଦ ସହଜ କରିଦେଇଛି। ପ୍ରତ୍ୟେକ ପ୍ରଜାତିର ଜୀବ, ପ୍ରତିଟି ଜଙ୍ଗଲ, ପୃଥିବୀର ଖଣିଜ ସମ୍ପଦ ଓ ସମୁଦ୍ରର ପ୍ରତିଟି ମାଛ ମଣିଷର ଲୋଭକୁ ପୂରଣ କରିବା ପାଇଁ ଅସମର୍ଥ ହେଉଛନ୍ତି। ଯେମିତି ଗୋଟିଏ ପ୍ରଜାତିର ଜୀବ ବିଲୁପ୍ତ ହୋଇଯାଉଛି ଆମେ ଆଉ ଗୋଟିକୁ ପାଇଯାଉଛୁ। ଶହ ଶହ କୋଟି ମାଛ ସମୁଦ୍ରରୁ ଲୋପ ପାଇଯିବା କାରଣରୁ ଏହି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ମହାସାଗର ଏବେ ଜେଲିଫିଶ୍‌ରେ ଭର୍ତ୍ତି ହୋଇଗଲାଣି। ଏହି ମାଛ ଅତି ବିଷାକ୍ତ ଓ ଏହାକୁ ଖାଦ୍ୟଭାବେ ବ୍ୟବହାର କରାଯାଇପାରିବ ନାହିଁ। ତଥାପି ୭ଟି ଦେଶ ଜେଲିଫିଶ୍‌ରୁ ସେମାନେ କ’ଣ କରିପାରିବେ ତାହା ନିରୀକ୍ଷଣ କରୁଛନ୍ତି। ଯେହେତୁ ସ୍ତନ୍ୟପାୟୀ ପ୍ରାଣୀ ଓ ପକ୍ଷୀମାନଙ୍କ ସଂଖ୍ୟା କମିଯାଉଛି, ଫୁଡ୍‌ କମ୍ପାନୀଗୁଡିକ କୀଟଗୁଡିକୁ ‘ନୂଆ’ ପ୍ରୋଟିନ ଭାବେ ବିକ୍ରି କରୁଛନ୍ତି।
ଜଣେ ଶୁଦ୍ଧ ଶାକାହାରୀ କ’ଣ କରିପାରିବେ? ପ୍ରଥମେ କିଣିବା ବନ୍ଦ କରିଦିଅନ୍ତୁ। ଶାକାହାରୀ କିମ୍ବା ମାଂସାହାରୀ ଯାହା କିଣୁଛନ୍ତି ତା’ର ପରିଣାମ ଓ ପ୍ରଭାବ ବି ରହିଛି। ଟି-ଶାର୍ଟ ପାଇଁ ଆବଶ୍ୟକ ସୂତା ଲାଗି ଜଙ୍ଗଲ କଟାଯାଉଛି। ଗୋଟିଏ ଗଛର ମୃତ୍ୟୁ ଅର୍ଥ ହଜାର ହଜାର ଜୀବ ଓ ପକ୍ଷୀଙ୍କର ମୃତ୍ୟୁ। ସୂତା ତିଆରି କରିବାରେ ପୃଥିବୀର ସବୁଠୁ ଖରାପ କୀଟନାଶକ ବି ବ୍ୟବହାର ହେଉଛି, ଯାହା ପ୍ରତିବର୍ଷ ଲକ୍ଷ ଲକ୍ଷ ଜୀବନ ନେଉଛି ଓ ପାଣିକୁ ବିଷାକ୍ତ କରୁଛି। ଏଣୁ ଏଠି ନୈତିକତାର ଅର୍ଥ କ’ଣ? ସୂତାବସ୍ତ୍ର ପିନ୍ଧିବା? କିମ୍ବା ହଜାର ହଜାର ସିଲ୍କ କୀଟକୁ ସିଝାଇ ସେଥିରୁ ସିଲ୍କ ପ୍ରସ୍ତୁତ କରାଯିବା କାରଣରୁ ଏହି ବସ୍ତ୍ର ପିନ୍ଧିବାନି? ବୁଦ୍ଧିମାନ ଭାବେ ଆମକୁ ବାଛିବାକୁ ପଡିବ ଏବଂ ସବୁଠୁ ଭଲ ପସନ୍ଦ ଯେମିତି ସବୁଠୁ କମ୍‌ରେ ରହିପାରିବ। ଏହାଦ୍ୱାରା ତୁମେ ଅଧିକ ପୋଷାକ, ଜୋତା କିମ୍ବା ପ୍ରସାଧନ ସାମାଗ୍ରୀ ଆବଶ୍ୟକ କରିବ ନାହିଁ। ଭିଗନ୍‌ କିମ୍ବା ନନ୍‌ଭିଗନ୍‌ ଉପଭୋକ୍ତା ପୁଞ୍ଜିବାଦୀ ପୃଥିବୀର ପରିବେଶକୁ ଧ୍ୱଂସ କରିବା ପାଇଁ ଦାୟୀ। ଶୁଦ୍ଧ ଶାକାହାରବାଦ ଅର୍ଥ ଏହି ସବୁ ସମସ୍ୟାଗୁଡିକ ଉପରେ ଧ୍ୟାନ ଦେବା। ‘କମ୍‌ ବ୍ୟବହାର, ଅଧିକ ନୁହେଁ’ ପ୍ରତ୍ୟେକ ଶୁଦ୍ଧ ଶକାହାରୀଙ୍କ ମନ୍ତ୍ର ହେବା ଉଚିତ।
କେବଳ ଭୁଲ୍‌ ବାଟରେ ରହିଥିବା କମ୍ପାନୀଗୁଡିକ ପାଇଁ ତୁମେ ଅଧିକ ଧନ ସୃଷ୍ଟି କରୁନାହଁି, ବରଂ ଯେଉଁ ପୃଥିବୀକୁ ତୁମେ ରକ୍ଷା କରିବା ଲାଗି ଚାହଁୁଛ ତାହା ଉପରେ ଆହୁରି ବୋଝ ଲଦି ଦେଉଛ। ଖାଇବା, ବ୍ୟବହାର କରିବା, କିଣିବା କିମ୍ବା ବିଦେଶୀ ଦ୍ରବ୍ୟ ଖୋଜିବା ଲୋକ ସାଧାରଣତଃ ଏକ ଶୋଷକ ଗୋଷ୍ଠୀ ବୋଲି ଶୁଦ୍ଧ ଶାକାହାରୀମାନେ ବିଶ୍ୱାସ କରନ୍ତି। ଚିୟା ବଟର୍‌ ଲିପଷ୍ଟିକ୍‌ କିଣିବା ଲାଗି ଯେଉଁମାନେ ଘରୋଇ ପ୍ରସ୍ତୁତ ଲିପ୍‌ଷ୍ଟିକ ବନ୍ଦ କରିଦେଲେ ସେମାନଙ୍କୁ ଚିୟା ବଟର୍‌ର ଯେତେ ଦାମ୍‌ ହେଲେ ବି ଫରକ ପଡ଼ୁନି। ଏହାଦ୍ୱାରା ଏହି ଲିପ୍‌ଷ୍ଟିକ ପ୍ରସ୍ତୁତକାରୀ କମ୍ପାନୀ ହିଁ ଲାଭ କରୁଛି। ଚିୟା ପ୍ରସ୍ତୁତ କରିବାରେ କୀଟନାଶକ ଓ ରାସାୟନିକ ପଦାର୍ଥ ବ୍ୟବହାର ହେଉଛି କି ନାହିଁ ତାହା ଉପରେ କେହି ଖୋଳତାଡ଼ କରୁନାହାନ୍ତି। ଏଣୁ ଶୁଦ୍ଧ ଶାକାହାରୀମାନେ ଯେଉଁ ପରିବେଶକୁ ମୁଣ୍ଡେଇଛନ୍ତି ତାହା ତାଙ୍କ ନିୟନ୍ତ୍ରଣରେ ନାହିଁ। ୟୁରୋପୀୟ କମ୍ପାନୀଗୁଡିକ ଭିଗନ୍‌ମାନଙ୍କ ପାଇଁ ଚିକେନ୍‌ ଓ୍ବିଙ୍ଗ ବଦଳାଇ ଜ୍ୟାକ୍‌ଫ୍ରୁଟ୍ସ ଓ୍ବିଙ୍ଗ ବ୍ୟବହାର କରୁଛନ୍ତି। କିନ୍ତୁ ଜ୍ୟାକ୍‌ଫ୍ରୁଟ ବା ପଣସ ସବୁବେଳେ ଏସିଆରୁ ଇଂଲଣ୍ଡକୁ ଯାଉଛି।
ଦ୍ୱିତୀୟତଃ ଶୁଦ୍ଧ ଶାକାହାରୀମାନେ ଅନୁଭବ କରିବା ଉଚିତ ଯେ, ସେମାନେ ବିଭିନ୍ନ ମାର୍କା ଉପତ୍ାଦ ସହିତ ଶୁଦ୍ଧ ଶାକାହାରବାଦକୁ ନେଇ ଦ୍ୱନ୍ଦ୍ୱରେ ପଡିବା ଉଚିତ ନୁହେଁ। ଦୁର୍ଭାଗ୍ୟବଶତଃ ଶାକାହାରବାଦ କେବଳ ମାଂସ, ଦୁଗ୍ଧ ଓ ଚମଡ଼ା ସହ ନୁହେଁ ବରଂ ଅର୍ଗାନିକ, ସ୍ଥାନୀୟ ଉତ୍ସ ସହ ପ୍ରତିଯୋଗିତା କରୁଛି। ଅଧିକାଂଶ ରିଟେଲର୍‌ କୁହନ୍ତି, ସେମାନେ ଅର୍ଗାନିକ ବିଜ୍ଞାପନ ବନ୍ଦ କରି ତା’ ବଦଳରେ ଭିଗନ୍‌ ରଖିଛନ୍ତି। ଏହା ସ୍ବାସ୍ଥ୍ୟପ୍ରଦ, କଞ୍ଚା କି ଲସ୍‌ଲସିଆ ଖାଦ୍ୟ ତା’ ଉପରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ବିଜ୍ଞାପନ ସଂସ୍ଥା ସମ୍ପୂର୍ଣ୍ଣ ଭାବେ ଅଦରକାରୀ ଆଇଟମ୍‌ଗୁଡିକୁ ଭିଗନ୍‌ ମାର୍କାରେ ଯୋଗାଇଦେଇ ମୁଣ୍ଡରେ ଅନେକ ବିଭ୍ରାନ୍ତିକର ତଥ୍ୟ ପୂରାଇ ଆପଣଙ୍କ ସହ ଖେଳୁଛନ୍ତି। ଜୀବନ୍ତ ଓ ଯୁବକ ଭଳି ଦେଖାଯିବା ଲାଗି କିଛି ଉତ୍ପାଦ ପ୍ରସ୍ତୁତ କରି ସ୍ବାସ୍ଥ୍ୟ ସହ ଜଡିତ ଥିବା ଭିଗନ୍‌ମାନଙ୍କ ଉପରେ ଏକ ଇମେଜ୍‌ ସୃଷ୍ଟି କରିପାରିଛନ୍ତି। ଏହା କେଉଁଠାରୁ ଆସୁଛି ତାହା ନ ଜଣାଇ ଏହି ଖାଦ୍ୟ କେତେ ଭଲ ହେବା ଉଚିତ ସେ ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରକାଶ ପାଉଛି। ତୁମେ ମେକ୍ସିକୋ କିମ୍ବା କେନିଆର ଆଭକାଡୋ, ବ୍ରାଜିଲର ବିନ୍ସ, ଆମେରିକାର ବ୍ଲୁବେରିଜ ଓ ଚାଇନାର ଗୋଜିବେରିଜ୍‌ ଖାଇପାରିବ ନାହିଁ ଏବଂ ଭିଗନ୍‌ ହୋଇପାରିବନାହିଁ। ମେକ୍ସିକୋ ଆଭକାଡୋ ରପ୍ତାନି କରି ପେଟ୍ରୋଲିୟମ୍‌ ରପ୍ତାନିଠାରୁ ଅଧିକ ଅର୍ଥ ପାଉଛି। ଏହି ଦେଶ ଜଙ୍ଗଲ କାଟି ଆଭକାଡୋ ଗଛ ଲଗାଉଛି। ଏଣୁ ଭିଗନ୍‌ମାନେ କେଉଁ ଦିଗରେ ସଫଳତା ପାଇଲେ? ଭିଗନ୍‌ ହେବା ଏବଂ ଗ୍ଲୁଟେନମୁକ୍ତ ବ୍ରେଡ୍‌ ପସନ୍ଦ କରିବା ଏକାକଥା ନୁହେଁ।
ଶୁଦ୍ଧ ଶାକାହାରୀମାନେ ରାଜନୈତିକ ଲବି କରିବା ସହ ମାଂସାହାରବାଦ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ। ମାଂସ ଖାଇବା ଓ ପ୍ରାଣିଜ ଉତ୍ପାଦ ବ୍ୟବହାର କରିବାର ପୁଞ୍ଜିବାଦୀ ଦର୍ଶନ ହଁି ମାଂସାହାରବାଦ (କାର୍ନିଜମ୍‌)। କେବଳ ପଶୁପାଳନରୁ ୧୫ ପ୍ରତିଶତ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ହେବା ଦ୍ୱାରା ବିଶ୍ୱତାପନ ବୃଦ୍ଧି ପାଉଛି। ଏହାପରେ ଆନିମଲ ଫାର୍ମିଂ ଲାଗି ଜଙ୍ଗଲ ଧ୍ୱଂସ କରାଯାଉଛି। ପଶୁମାନଙ୍କୁୁ ବଢାଇବା ପାଇଁ ଆବଶ୍ୟକ ଖାଦ୍ୟ ନିମନ୍ତେ ଅଧିକ ଜମି ଓ ପ୍ରଚୁର ଶସ୍ୟ ନଷ୍ଟ ହେଉଛି। ବିଶ୍ୱର ୮୦ ପ୍ରତିଶତ ସୋୟାମିଲ୍‌ ପଶୁ ଖାଦ୍ୟ ଭାବେ ବ୍ୟବହାର ହେଉଛି।
ଯେଉଁ ବ୍ୟକ୍ତି କିମ୍ବା ଗୋଷ୍ଠୀ ଏହି କ୍ଷତିକାରକ ଶିଳ୍ପରେ ଟଙ୍କା ଲଗାଇବାକୁ ମନା କରୁଛନ୍ତି ଶୁଦ୍ଧ ଶାକାହାରବାଦ ସେମାନଙ୍କ ସହିତ ମିଶି ଉକ୍ତ କମ୍ପାନୀଗୁଡିକର ବିଭିନ୍ନ ଉପତ୍ାଦ ବ୍ୟବହାର ବନ୍ଦ କରିବା ଉଚିତ। ଶାକାହାରୀ ହୋଇ ଫ୍ୟାକ୍ଟ୍ରିରେ ଜିଲାଟିନ କିମ୍ବା ପ୍ଲାଏଉଡ୍‌ ତିଆରି କରୁଥିବା ବ୍ୟକ୍ତି କେବେ ବି ଜୈନ ହୋଇପାରିବେ ନାହିଁ। ଶାକାହାରବାଦକୁ ଯଦି ପରିବେଶର ଭଲ ଲାଗି ବ୍ୟବହାର କରିବା ପାଇଁ ଇଚ୍ଛା କରୁଛନ୍ତି, ତେବେ କମ୍ପାନୀଗୁଡିକୁ ସମ୍ପୂର୍ଣ୍ଣ ଭାବେ ନୂଆ ପାରମ୍ପରିକ ଖାଦ୍ୟ ପ୍ରକ୍ରିୟା ଓ କୃଷିର ଉନ୍ନତି ପାଇଁ ଉତ୍ସାହିତ କରିବା ଉଚିତ।
ଶୁଦ୍ଧ ଶାକାହାରୀ ଗୋଷ୍ଠୀ କମ୍‌ ଉପଭୋକ୍ତାବାଦୀ ଓ ଅଧିକ ଦୟାଶୀଳ ହେବା ଆବଶ୍ୟକ। ଶପିଂକୁ ଯାଅନାହିଁ, ଜଙ୍ଗଲ ସୃଷ୍ଟି ସହ ପ୍ରାଣୀ ଅଭୟାରଣ୍ୟକୁ ସମର୍ଥନ କର, ପ୍ରାଣୀଙ୍କୁ ନିର୍ଯାତନାରୁ ମୁକ୍ତ କର, ପ୍ରାଣୀମାନଙ୍କ ଉପରେ ପରୀକ୍ଷା କରାଯାଇ ପ୍ରସ୍ତୁତ ହେଉଥିବା ଓଷଧ କିଣ ନାହଁି କି ଚିଡିଆଖାନାକୁ ଯାଅନାହିଁ। ଗ୍ରୀନ୍‌ ପଲିଟିସିଆନମାନଙ୍କୁ ଭୋଟ ଦିଅ, ରେଳପଥ ଲାଗି କଟାଯିବାକୁ ଥିବା ଗଛ କାଟିବାକୁ ବାରଣ କର।
ପ୍ରସିଦ୍ଧ ଆନାର୍କିଷ୍ଟ ଆକ୍ଟିଭିଷ୍ଟ ତଥା ଲେଖକ ପିଟର ଗେଲଡ୍‌ରଲୁଜଙ୍କ ଅନୁସାରେ ଯଦି ଧନୀ ରାଷ୍ଟ୍ରଗୁଡିକରେ ପ୍ରତ୍ୟେକେ ଶୁଦ୍ଧ ଶାକାହାର ଖାଦ୍ୟ ଗ୍ରହଣ କରନ୍ତେ ତେବେ ମାଂସ ଶିଳ୍ପ ହୁଏତ ଭୁଶୁଡି ପଡିବ, କିନ୍ତୁ ଅନ୍ୟ ଶିଳ୍ପଗୁଡିକ ଓ ପୁଞ୍ଜିବାଦ ସାମଗ୍ରିକ ଭାବେ ଚାଲୁରହିବ। ପୁଣି ସେମାନେ ପରିବେଶ ଏବଂ ପ୍ରାଣୀମାନଙ୍କୁ ନଷ୍ଟ କରିଚାଲିବେ।
ଉପଭୋଗ କରିବା ଅଭ୍ୟାସକୁ ଭୁଲିଯାଅ ଏବଂ ପ୍ରାଣୀମାନଙ୍କୁ ନୂ୍ୟନ ମନେକରିବା ରାଜନୀତି ବିରୋଧରେ ଯାଅ। ଗାଈ କ୍ଷୀର ବଦଳରେ ସୋୟା ଓ ବାଦାମ କ୍ଷୀର ତିଆରି କରନାହିଁ। ଏହି ତିନୋଟିକୁ ବନ୍ଦ କରିଦେଇ ସେହି ଅର୍ଥକୁ ପ୍ରାଣୀ ଆଶ୍ରୟସ୍ଥଳରେ ବିନିଯୋଗ କର ଏବଂ ମାଂସ ରପ୍ତାନି ବିରୋଧରେ ସଂଗ୍ରାମ କର। ପ୍ରାଣୀ ନିର୍ଯାତନା ଲୋପ କରିଦେବା ସାମାଜିକ ନ୍ୟାୟ ପାଇଁ ସଂଗ୍ରାମର ଏକ ଅଂଶ। ଏହି ସଂଗ୍ରାମ ରାଜନୈତିକ ହେବା ଦରକାର। ତୁମେ ଯଦି ଉପଭୋକ୍ତା ରାସ୍ତାରେ ଯାଅ ତେବେ ତୁମର କୌଣସି ପ୍ରଭାବ ରହିବ ନାହିଁ। ତୁମେ କେଉଁ ଲିପ୍‌ଷ୍ଟିକ୍‌ କିଣୁଛ ତାକୁ ସରକାର ଖାତିର କରିବେ ନାହିଁ। କିନ୍ତୁ ଯିଏ ମାଂସ ରପ୍ତାନି ଓ କଂସେଇଖାନା ବନ୍ଦ କରିବେ ଏବଂ ମାର୍କେଟରେ କେଉଁ ଲିପ୍‌ଷ୍ଟକ୍‌ ବିକ୍ରି ହେବା ଦରକାର ତା’ ଉପରେ ନିୟମ ଆଣିବେ ସେଭଳି ବ୍ୟକ୍ତିଙ୍କୁ ତୁମେ ଯଦି ଏକ ଗୋଷ୍ଠୀ କରି ଭୋଟ ଦେବ ତେବେ ତୁମ ଶୁଦ୍ଧ ଶାକାହାରବାଦର ହୁଏତ କିଛି ମୂଲ୍ୟ ରହିବ।
ପୃଥିତ୍ବୀକୁ ରକ୍ଷା କରିବା ପାଇଁ ଶୁଦ୍ଧ ଶାକାହାରୀ ହେବାର ଗୁରୁତ୍ୱ ଥିବାବେଳେ ଉପଭୋକ୍ତା ହେବାକୁ ଚାହିଁବା ଅର୍ଥ ତୁମେ ଯୁଦ୍ଧରେ ହାରିଯାଇଛ ବୋଲି ଭାବିନେବ। ତୁମେ ବେଶି ଜିନିଷ ଆବଶ୍ୟକ କରନାହଁି, ଅନ୍ୟଥା ତାହା ସମ୍ପଦକୁ କ୍ଷତି ପହଞ୍ଚାଇବ, ଇକୋସିଷ୍ଟମ୍‌କୁ ପ୍ରଦୂଷିତ କରିଦେବ, ମୁକ୍ତଭାବେ ଜୀବନ ବିତାଉଥିବା ପ୍ରାଣୀଙ୍କୁ ହତ୍ୟା କରିବାର ବାଟ ଦେଖାଇବ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ସର୍ବବ୍ୟାପ୍ତ ମହାଶୂନ୍ୟ

ଡ. ନରେନ୍ଦ୍ର କୁମାର ସେଠୀ   ଓଡ଼ିଶାର ଏକ ପ୍ରାଚୀନତମ ସମ୍ପ୍ରଦାୟ ମହିମା ଧର୍ମରେ ମହାଶୂନ୍ୟର ଉପାସନା କରାଯାଇଥାଏ। ଏହି ସମ୍ପ୍ରଦାୟ ଏକେଶ୍ୱରବାଦରେ ବିଶ୍ୱାସ କରନ୍ତି...

ଏଇ ଭାରତରେ

କେରଳର ଛାବରା ଦର୍ଶନ ସିଏମ୍‌ଆଇ ପବ୍ଲିକ୍‌ ସ୍କୁଲ ପରିବେଶ ଉପଯୋଗୀ ଅଭିିଯାନର ଏକ ସଫଳ ଦୃଷ୍ଟାନ୍ତ । ଏର୍ନାକୁଲମ ଜିଲା କୋନାମାଭୁସ୍ଥିତ ଉକ୍ତ ସ୍କୁଲରେ ଏକ...

କିଏ ପଚାରେ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟ୍‌ସ (ସିଜିଏ)ରୁ ମିଳିଥିବା ତଥ୍ୟ ଅନୁଯାୟୀ ସରକାର ପ୍ରାକ୍‌-କୋଭିଡ୍‌ ସମୟଠାରୁ ପେଟ୍ରୋଲିୟମ୍‌ ସାମଗ୍ରୀ ଉପରେ...

ଏଇ ଭାରତରେ

ପାଞ୍ଚଶହ ବର୍ଷର ପୁରୁଣା ଅଯୋଧ୍ୟା ମାମଲାର ଏ୍ୟତିହାସିକ ରାୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିବା ପରେ ଦେଶରେ ଭାଇଚାରାର ଛବି ପଦାକୁ ଆସିଛି। ଶାନ୍ତିପୂଣ୍ଣର୍ର୍ ଭାବେ...

ମହାଜାଗତିକ ଆହ୍ବାନ

ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ପ୍ରଫେସର ଡ. ଅଜୟ କୁମାର ପାତ୍ର ଯାହାର ଭୂଗୋଳ ଯେତେ ସୁନ୍ଦର, ତାହାର ଇତିହାସ ସେତେ କଳଙ୍କିତ। ପୃଥିବୀ ଓ...

ଆମେରିକା ଗଣତନ୍ତ୍ର ପ୍ରତି ବିପଦ

ମାଇକେଲ୍‌ ଲିଣ୍ଡ୍‌ ଓ୍ବାଶିଂଟନ୍‌ ଡିସିରେ ୬ ଜାନୁୟାରୀ ୨୦୨୧ରେ ଯାହା ଘଟିଥିଲା ସେଥିରୁ ବହୁତ କିଛି ଶିଖିବାକୁ ବାକି ରହିଛି। କାପିଟୋଲରେ ଟ୍ରମ୍ପ୍‌ଙ୍କ ସପକ୍ଷବାଦୀ ବିଦ୍ରୋହୀ...

ବିପ୍ଳବ ବୈଦୂର୍ଯ୍ୟ ଭଗବତୀ ଚରଣ

ଡ. ପ୍ରଫୁଲ୍ଲ କୁମାର ସାହୁ ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ସାମ୍ୟବାଦୀ ଆନ୍ଦୋଳନର ନାଁ ଶୁଣିବା ମାତ୍ରେ ଭୟରେ ଥରିଉଠୁଥିଲା ଆଭିଜାତ୍ୟ ବର୍ଗ ତଥା...

ବିଲୁପ୍ତାଭିମୁଖୀ ଭାଷା ଓ ଓଡ଼ିଆ

ବାଦଲ ଭୂୟାଁ ପୃଥିବୀରୁ ବହୁ ଭାଷା ଲୋପ ପାଇଯାଉଛି। ଏହାକୁ ନେଇ ଭାଷାତତ୍ତ୍ୱବିତ୍‌ମାନେ ବାରମ୍ବାର ଚିନ୍ତାପ୍ରକଟ କରିଆସିଛନ୍ତି। ୟୁନେସ୍କୋ ଅନୁସାରେ ପୃଥିବୀର ପ୍ରାୟ ୬,୫୦୦ ଭାଷା...

Advertisement
Archives

Model This Week