Posted inଖେଳ

ଶୀର୍ଷ ସ୍ଥାନ ହରାଇଲେ କୋହଲି

ଦୁବାଇ, ୨୬।୨ (ପି.ଟି.)- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଲଗାତର ଖରାପ ବ୍ୟାଟିଂର ପ୍ରଭାବ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ପଡ଼ିଛି। ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ତାଲିକାରେ କୋହଲି ଶୀର୍ଷ ସ୍ଥାନ ହରାଇଛନ୍ତି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କୋହଲି ମାତ୍ର ୨୧ ରନ୍‌ ସଂଗ୍ରହ କରିଥିଲେ। ବୁଧବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ କୋହଲି ୯୦୬ ପଏଣ୍ଟ ସହ ୨ୟ ସ୍ଥାନକୁ ଖସି ଯାଇଛନ୍ତି। ଏହାର ଫାଇଦା ଅଷ୍ଟ୍ରେଲିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଉଠାଇଛନ୍ତି। ସ୍ମିଥ ୯୧୧ ପଏଣ୍ଟ ସହ ପ୍ରଥମ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ସ୍ମିଥ୍‌ କ୍ୟାରିୟରରେ ମୋଟ୍‌ ଉପରେ ୮ମ ଥର ଲାଗି ଶୀର୍ଷ ସ୍ଥାନ ଗ୍ରହଣ କରିଛନ୍ତି। ୨୦୧୫ ଜୁନ୍‌ରେ ସେ ପ୍ରଥମ ଥର ଲାଗି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ଲାଭ କରିଥିଲେ।
କୋହଲିଙ୍କ ବ୍ୟତୀତ ଆଉ ୩ ଭାରତୀୟ ବ୍ୟାଟ୍ସମ୍ୟାନ ଟପ୍‌-୧୦ରେ ରହିଛନ୍ତି। ଉପ-ଅଧିନାୟକ ଅଜିଙ୍କ୍ୟ ରାହାନେ, ଚେତେଶ୍ୱର ପୂଜାରା ଓ ମୟଙ୍କ ଅଗ୍ରଓ୍ବାଲ ଯଥାକ୍ରମେ ତାଲିକାର ୮ମ, ୯ମ ଓ ୧୦ମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ରାହାନେ ୭୫ ରନ ସଂଗ୍ରହ କରି ଗୋଟିଏ ପାହାଚ ଉପରକୁ ଉଠିଛନ୍ତି। ସେହିଭଳି ୯୨ ରନ୍‌ କରିଥିବା ଯୁବ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲଙ୍କ ମାନ୍ୟତା ମଧ୍ୟ ବୃଦ୍ଧି ପାଇଛି। ତେବେ ପୂଜାରା ୨ଟି ପାହାଚ ତଳକୁ ଖସି ୯ମ ସ୍ଥାନରେ ରହିଛନ୍ତି।
ବିଭାଗରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ସେ ଗୋଟିଏ ସ୍ଥାନ ତଳକୁ ଖସି ୯ମରେ ରହିଛନ୍ତି। ପ୍ରଥମ ଟେଷ୍ଟରେ ସେ ୯୯ ରନ ବିନିମୟରେ ୩ ଉଇକେଟ୍‌ ହାସଲ କରିଥିଲେ। ଏକମାତ୍ର ଭାରତୀୟ ବୋଲର ଭାବେ ଅଶ୍ୱିନ ଟପ୍‌-୧୦ରେ ରହିଛନ୍ତି। ସେହିଭଳି ଆଘାତଜନିତ ସମସ୍ୟାରୁ ମୁକୁଳି ୫ ଉଇକେଟ୍‌ ହାସଲ କରିଥିବା ଇଶାନ୍ତ ଶର୍ମା ଗୋଟିଏ ପାହାଚ ଉପରକୁ ଉଠି ସପ୍ତଦଶ ସ୍ଥାନ ଲାଭ କରିଛନ୍ତି। ଭାରତକୁ ୧୦ ଉଇକେଟ୍‌ରେ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୁଇ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ୍‌ ସୌଦୀ ଓ ଟ୍ରେଣ୍ଟ ବୋଲ୍ଟ ମାନ୍ୟତାରେ ଯଥାକ୍ରମେ ୮ ଓ ୪ଟି ସ୍ଥାନ ଉପରକୁ ଉଠିଛନ୍ତି। ସୌଦୀ ୬ଷ୍ଠ ଓ ବୋଲ୍ଟ ୧୩ତମ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲ୍‌ରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା (୩ୟ) ଓ ଅଶ୍ୱିନ (୫ମ) ପୂର୍ବବତ୍‌ ଅପରିବର୍ତ୍ତିତ ରହିଛନ୍ତି। ସେହିଭଳି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ମଧ୍ୟ ଭାରତ ପୂର୍ବଭଳି ୩୬୦ ପଏଣ୍ଟ ସହିତ ଶୀର୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri