ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା: ରାସ୍ତାରେ ବସିଲେ ଛାତ୍ରୀଛାତ୍ର

ବନ୍ତଳା, ୭।୧୨(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ, ଅଭିଭାବକମାନେ ଶୁକ୍ରବାର ସକାଳେ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହିତ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଫଳରେ ଛାତ୍ରୀଛାତ୍ରମାନେ ରାସ୍ତାରେ ବସି ପାଠ ପଢିଥିଲେ। ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ସରପଞ୍ଚ କଥା ହେବା ପରେ ମଧ୍ୟାହ୍ନ ୧୨ ଟାରେ ରାସ୍ତା ଅବରୋଧ ହଟିଥିଲା।
ଅଭିଭାବକଙ୍କ ଅଭିଯୋଗ ମୁତାବକ, ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୪୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ମାତ୍ର ୪ ଜଣ ଶିକ୍ଷକ ନିଯୁକ୍ତି ହୋଇଥିବାବେଳେ ଶିକ୍ଷକ ଜିତେନ୍ଦ୍ର ବେହେରାଙ୍କୁ ଅନ୍ୟ ବିଦ୍ୟାଳୟକୁ ଡେପୁଟେଶନରେ ପଠାଯାଇଛି। ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ ଅନେକ ସମୟରେ ଅନୁପସ୍ଥିତ ରହୁଥିବା ଯୋଗୁ ପାଠପଢା ବ୍ୟାହତ ହେଉଛି। ଏ ନେଇ ସରପଞ୍ଚ ଓ ଶିକ୍ଷା କମିଟି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ସରପଞ୍ଚ ଅନିତା ପ୍ରଧାନ, ଶିକ୍ଷା ପରିଚାଳନା କମିଟି ସଭାପତି ନିତ୍ୟାନନ୍ଦ ମାଝିଙ୍କ ସମେତ ସମସ୍ତ ଅଭିଭାବକମାନେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇବାସହିତ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଏଥିଯୋଗୁ ରାସ୍ତାର ଉଭୟପାର୍ଶ୍ୱରେ ବହୁ ଗାଡି ଅଟକି ରହିଥିଲା। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ କହିଛନ୍ତି, ସରପଞ୍ଚଙ୍କୁ ଫୋନ ମାଧ୍ୟମରେ କହିବା ପରେ ରାସ୍ତା ଅବରୋଧ ହଟିଥିଲା। ଡେପୁଟେଶନରେ ଆସିଥିବା ଶିକ୍ଷକଙ୍କୁ ଫେରାଇ ଦିଆଯିବ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତି ବାବଦରେ ସୋମବାର ତଦନ୍ତରେ ଯିବୁ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦରେ ସୀମିତ ସମ୍ପ୍ରସାରଣ

ବଇଣ୍ଡା, ୧୦ା୮(ପରିକ୍ଷିତ ସାହୁ):  ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍‌ କରାଯାଉଛି। ହେଲେ କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ...

ସେବା ପାଇଁ ସରଞ୍ଜାମ ଅଭାବ

ଖମାର,୯ା୯(ଡି.ଏନ.ଏ.) କରୋନା ସମୟରେ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ମେଡିକାଲର ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ଆବଶ୍ୟକସ୍ଥଳେ ଡାକ୍ତର ନିଯୁକ୍ତି ହେଉଛି। କିନ୍ତୁ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ...

ମେସ୍‌ରେ ତାଲା, ପ୍ରଶାସନର ଦ୍ୱାରସ୍ଥ ହେଲେ ଛାତ୍ର

ଅନୁଗୋଳ ଅଫିସ୍‌, ୬।୨ – ବିନା ନୋଟିସରେ ମେସ୍‌ରେ ତାଲା ପକାଇ ହଷ୍ଟେଲ ମ୍ୟାନେଜର କେଉଁଆଡ଼େ ଚାଲିଯାଇଥିବାରୁ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ୨ ନମ୍ବର...

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଭୁବନେଶ୍ୱରରେ ବୈଠକ: ବର୍ଷେ ପରେ ବଦଳିବ ସୁନ୍ଦରୀ ଠିକଣା 

ବନ୍ତଳା,୧୬ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ସୋମବାର ଭୁବନେଶ୍ୱରର ଅରଣ୍ୟ ଭବନରେ ଅନୁଷ୍ଠିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଥମ ଆନ୍ତଃ...

ପୂଜା ଅର୍ଥ ଲାଗିବ ପରୋପକାରରେ

ଅନୁଗୋଳ ଅଫିସ୍‌, ୨୦।୮: ଗଣେଶ ପୂଜାରୁ ଆରମ୍ଭ ହେଉଥିବା ପୂଜାଋତୁ ଚଳିତବର୍ଷ ଫିକା ପଡ଼ିବ। କରୋନା କଟକଣା ପାଇଁ ଆସନ୍ତା ୨୨ ତାରିଖରେ ହେବାକୁ ଥିବା...

ବନ୍ଦ ହେଲା ବାୟାଣି ଯାତ୍ରା

ଛେଣ୍ଡିପଦା, ୨୫।୩(ସ୍ବ.ପ୍ର)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣି ଠାକୁରାଣୀଙ୍କ ଗୁରୁବାର ଆୟୋଜିତ ହେବାକୁ ଥିବା ବାର୍ଷିକ ଯାତ୍ରା ବନ୍ଦ...

ବେଗରେ ଲଗାଯାଉନି ବ୍ରେକ୍‌

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ସହରକୁ ଦୁଇଭାଗ କରୁଥିବା ୫୫ନଂ. ଜାତୀୟ ରାଜପଥକୁ ନେଇ ପୂର୍ବରୁ ଡର ଥିଲା। ଦୈନିକ ସହସ୍ରାଧିକ ଭାରିଯାନ ଚଳାଚଳ କରୁଥିବାରୁ...

ଜିଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ସମାଧାନ ପାଇଁ ଦାବିପତ୍ର

ଅନୁଗୋଳ ଅଫିସ, ୧୦।୮ – ଜିଲାରେ ଦିନକୁ ଦିନ ଶିକ୍ଷାର ମାନ ହ୍ରାସ ପାଉଛି। ଶିକ୍ଷା ଭିତ୍ତିଭୂମି ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି। କେଉଁଠି ଶିକ୍ଷକ...

Advertisement
Archives

Model This Week