Posted inଜାତୀୟ

ଶାହୀନ ବାଗରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ,୧।୩: ରାଜଧାନୀ ଦିଲ୍ଲୀର ଶାହୀନ ବାଗରେ ବେଶ୍‌ କିଛିଦିନ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ପାଖାପାଖି ଅଢେଇ ମାସ ହେବ ଶାହୀନ ବାଗଠାରେ ଯାତାୟାତ ପାଇଁ ରାସ୍ତା ବନ୍ଦ ରହିଛି। ହିନ୍ଦୁ ସେନା ପକ୍ଷରୁ ରବିବାର ଶାହୀନ ବାଗଠାରେ ଚାଲିଥିବା ପ୍ରଦର୍ଶନ ଶେଷ ହେବ ବୋଲି ଘୋଷଣା କରାଯିବା ପରେ ରବିବାର ସକାଳୁ ସେଠାରେ ବହୁ ପରିମାଣରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହାସହ ପୋଲିସ ବିରୋଧ ପ୍ରଦର୍ଶନକାରୀଙ୍କୁ ଧାରଣାସ୍ଥଳରୁ ଉଠିଯିବାକୁ ଅନୁରୋଧ କରିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ହିନ୍ଦୁ ସେନା ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଥିଲା କି ମାର୍ଚ୍ଚ ୧ ରବିବାର ଦିନ ଶାହୀନ ବାଗରୁ ପ୍ରଦର୍ଶନକାରୀଙ୍କୁ ହଟାଇ ଦିଆଯିବ। ତେଣୁ ଏହାକୁ ଦେଖି ରବିବାର ସକାଳୁ ଶାହୀନ ବାଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଲିକେପ୍ଟରରେ ୟଦୁରୁପ୍ପା ଯାଉଥିବା ବେଳେ ଇସିଙ୍କ ଚଢ଼ାଉ

ଶିଭମ୍‌ଗଗା,୧୬।୪: ଲୋକ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ସବୁ ସ୍ଥାନରେ ଅଚାନକ ଚଢ଼ାଉ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି କ୍ରମରେ ମଙ୍ଗଳବାର...

ଚଳିତ ସପ୍ତାହ ଶେଷ ସୁଦ୍ଧା ଭାରତରେ ପହଞ୍ଚିପାରେ ମର୍ଡନା ଭ୍ୟାକ୍ସିନ

ନୂଆଦିଲ୍ଲୀ,୫ ।୭: କରୋନା ମହାମାରୀ ସହ ଲଢିବାକୁ ଏବେ ଟିକାକରଣକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଟିକାକରଣ ଅଭିଯାନକୁ ଦ୍ରୁତ...

ପାକିସ୍ତାନର ଷଡ଼ଯନ୍ତ୍ର, ନୂଆ ଦଳ ଗଠନ ପାଇଁ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୬।୧୨: ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଭାରତରେ ଅନୁପ୍ରବେଶ ଏବଂ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଛି। ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଏକ ବୈଠକରେ...

ବୈଦେଶିକ ନୀତି ଉପରେ ସହମତି ବିଶ୍ୱସ୍ତରର ମଞ୍ଚ ଉପରେ ହେବା ଭାରତ ପାଇଁ ଭଲ: ମୋଦି

ନୂଆଦିଲ୍ଲୀ,୭ ।୪: ୟୁକ୍ରେନର ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ହୋଇଥିବା ଆଲୋଚନାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଉଚ୍ଚ...

ଥାନା ବାବୁଙ୍କ ଦାଦାଗିରି: ନ ନାଚିଲେ ଦାଏର ହେବନି ମାମଲା

କାନପୁର, ୧୮।୮: ଆଇନର ରକ୍ଷକ ସାଜିଥିବା ପୋଲିସଙ୍କ ପାଖକୁ ଲୋକେ ସହାୟତା ମାଗିବାକୁ ଯାଇଥାନ୍ତି। ଏପରିସ୍ଥଳେ ପୋଲିସ ଯଦି ଲୋକଙ୍କୁ ହଇରାଣ କରେ ତେବେ ତାହା...

ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩୦।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। ଶନିବାର ଯୋଗୀ ଆଦିତ୍ୟନାଥ ସ୍ବରାଷ୍ଟ୍ରମନ୍ତ୍ରୀ...

କରୋନା ଭାକ୍ସିନ୍‌ର ପରୀକ୍ଷାମୂଳକ ଡୋଜ୍‌ ନେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋହତକ,୨୦।୧୧: କରୋନା ଲଢେଇ ମଧ୍ୟରେ ଭାରତ ବାୟୋଟେକର କୋଭାକ୍ସିନର ତୃତୀୟ ପରୀକ୍ଷା ଶୁକ୍ରବାରଠାରୁ ହରିୟାଣାର ରୋହତକରୁ ଆରମ୍ଭ ହୋଇଛି। କରୋନା ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ...

ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କଲେ ମୋଦି: ଡବଲ ଇଞ୍ଜିନ ସରକାରଙ୍କର ବିକାଶ ଉପରେ ଧ୍ୟାନ

ଶାହାଜହନପୁର,୧୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତର ପ୍ରଦେଶର ଶାହଜହାନପୁରରେ ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୫୯୪ କିଲୋମିଟର ଲମ୍ବା...

Advertisement
Archives

Model This Week