ଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶିତ: ସାହିତ୍ୟ ସମ୍ମାନରେ ଅନୁପମା ଟପ୍ପର

ଖଇରା, ୩୦।୫(ଡି.ଏନ.ଏ.)-ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଶାସ୍ତ୍ରୀ (+୩)ରେ ଖଇରା ବ୍ଲକ ଅଧୀନ ଅଲିପୁର ଶ୍ୟାମରାଈ ସଂସ୍କୃତ ମହାବିଦ୍ୟାଳୟ ଶେଷବର୍ଷ ଛାତ୍ରୀ ଅନୁପମା ମହାରଣା ସାହିତ୍ୟ ସମ୍ମାନରେ ଟପ୍ପର ହୋଇଛନ୍ତି। ସେ ୨୧ଶହ ନମ୍ବରରୁ ୧୩୮୪ନମ୍ବର ରଖି ଏହି ଯୋଗ୍ୟତା ହାସଲ କରିଛନ୍ତି। ଅନୁପମା କୁହନ୍ତି, ସେ ସକାଳ ଓ ରାତିରେ ପଢ଼ାପଢ଼ି କରୁଥିଲେ। ଆର୍ଥତ୍କ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ସନ୍ଧ୍ୟାରେ ତୃତୀୟ ଓ ଚତୁର୍ଥଶ୍ରେଣୀ ପିଲାଙ୍କୁ ଟ୍ୟୁଶନ କରୁଥିଲେ। ଭବିଷ୍ୟତରେ ଜଣେ ସଫଳ ଶିକ୍ଷକ ହେବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ଅଧ୍ୟାପକ ଉମାକାନ୍ତ ନାୟକ ତାଙ୍କୁ ପ୍ରତ୍ୟେକ ବିଷୟରେ ଗାଇଡ଼୍‌ କରୁଥିଲେ। ଏଣୁ ସଫଳତାର ମୁଖ୍ୟ ଶ୍ରେୟ ଅଧ୍ୟାପକ ନାୟକଙ୍କୁ ଦେଇଛନ୍ତି। ଏହାସହ ବାପା ନିରଞ୍ଜନ ମହାରଣା, ମା’ ନିରୁପମା ତଥା ଅନ୍ୟ ଅଧ୍ୟାପିକା ଓ ଅଧ୍ୟାପକଙ୍କ ଆଶୀର୍ବାଦରୁ ଏହି ସଫଳତା ମିଳିଥିବା ସେ କହିଛନ୍ତି। ପାଠପଢ଼ା ସହ ସଂସ୍କୃତରେ ବକ୍ତୃତା ଦେବାକୁ ସେ ପସନ୍ଦ କରିଥାନ୍ତି। ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମର ଅନୁପମାଙ୍କ ବାପା ନିରଞ୍ଜନ ବଢ଼େଇ କାଠ କାମ କରି ଜୀବିକାନିର୍ବାହ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ, ସବିଶେଷ ଜାଣନ୍ତୁ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଲୋକସେବା ଭବନରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କରୋନା ମୁକାବିଲା...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୧୫ କରୋନା ଆକ୍ରାନ୍ତ: ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ଟପିଲା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ଆଉ ୧୩୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୦୦୪୭୪କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ...

ୟୁକ୍ରେନ୍‌ରେ ଫସି ରହିଛନ୍ତି ମାଲକାନଗିରି ଯୁବକ

ମାଲକାନଗିରି,୨୭।୨(ଡି.ଏନ.ଏ.): ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ସେଠାରେ ପରିସ୍ଥିତି ଶୋଚନୀୟ ହେବାରେ ଲାଗଛି। ଏଭଳି ସ୍ଥିତରେ ୟୁକ୍ରେନକୁ ପାଠପଢିବାକୁ ଯାଇଥିବା ଅନେକ...

ଏଣିକି ସବୁଦିନ ଦାରୁଦିଅଁ ଦର୍ଶନ

ପୁରୀ ଅଫିସ,୧୧।୨: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଥିବା କଟକଣାକୁ କୋହଳ କରାଯାଇଛି। ବୁଧବାର ଏନେଇ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର (ଏସ୍‌ଓପି) ଜାରି ହୋଇଛି। ନୂତନ...

କରୋନା ନେଲା ଆଉ ୪ଜୀବନ: ଜାଣନ୍ତୁ କେଉଁଠାରୁ କେତେ

ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ...

ରେଡ୍‌ ମଡ୍‌ର ସଦୁପଯୋଗ ଲାଗି ଆସିବ ଟେକ୍ନୋଲୋଜି

ଭୁବନେଶ୍ୱର,୧।୪: ବକ୍ସାଇଟରୁ ଆଲୁମିନିୟମ ବାହାର କରିବା ସମୟରେ ନିର୍ଗତ ହେଉଥିବା ବକ୍ସାଇଟ ରେସିଡ୍ୟୁ (ରେଡ୍‌ ମଡ୍‌)କୁ ସୁଦୁପଯୋଗ କରାଯିବ। ଏଥିଲାଗି ଟେକ୍ନୋଲୋଜି ବିକଶିତ କରିବାକୁ ପଦକ୍ଷେପ...

କଟକର ୩ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ହେବ କ୍ୱାରାଣ୍ଟାଇନ ସେଣ୍ଟର

କଟକ ଅଫିସ, ୨୫।୩: କରୋନା(କୋଭିଡ୍‌-୧୯)କୁ ଦୃଷ୍ଟିରେ ରଖି କଟକ ସହରର ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲାଯାଉଛି। କଟକର ୩ ଶିକ୍ଷାନୁଷ୍ଠାନ ହଷ୍ଟେଲରେ କ୍ୱାରାଣ୍ଟାଇନ ସେଣ୍ଟର...

ଘୁଞ୍ଚିଲା ୟୁଜି, ପିଜି ନାମଲେଖା ତାରିଖ

ଭୁବନେଶ୍ୱର,୩।୮(ଅସମାପିକା ସାହୁ): ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ୟୁଜି ଏବଂ ପିଜି ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି। ୟୁଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଏବଂ...

Advertisement
Archives

Model This Week