ଦାରିଙ୍ଗବାଡ଼ି,୯।୩(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ସୋମବାର ଚୋରାଚାଲାଣ ହେଉଥିବା ୧୫ ଖଣ୍ଡ ଶାଳକାଠ ସହ ଏକ ମିନିଟ୍ରକକୁ ବନ ବିଭାଗ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୪ଜଣ କାଠମାଫିଆଙ୍କୁ ମାମଲା ନଂ.୮୦/୧୯-୨୦ ଅନୁଯାୟୀ ବନ ବିଭାଗ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡଗଡ଼ ଗ୍ରାମର କାହ୍ନୁ ଚରଣ ମହାକୁଡ଼, ବ୍ରାହ୍ମଣୀଗଁାର ଆପୁ ମାଝୀ, ସୁନେସ ମୁଠାମାଝୀ, ଓ ଗୁରୁବାରୀ ମାଝୀ।
ପ୍ରକାଶ ଯେ, ଉକ୍ତ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ଦୃର୍ବୃତ୍ତମାନେ ପୂର୍ବରୁ ବଡବଡ ଶାଳ ଗଛ କାଟି ଦେଇଥିଲେ। ତାକୁ ରବିବାର ବିଳମ୍ବିତ ରାତିରେ ଏକ ମିନିଟ୍ରକ (ନଂ ଓଆର-୦୭ଇ-୫୮୭୫)ରେ ଲୋଡ଼ କରି ସୋମବାର ଭୋର୍ରେ ବଡ଼ଗଡ଼କୁ ବେଆଇନ୍ ଚାଲାଣ କରାଯାଉଥିଲା। ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବନପାଳ ନବୀନ ଚନ୍ଦ୍ର ମଲ୍ଲିକ, ବନରକ୍ଷୀ ଦିପକ ପଟ୍ଟନାୟକ, ମନୋରଞ୍ଜନ ପରିଚ୍ଛା, ପ୍ରଫୁଲ୍ଲ ଚୌଧରୀ ପ୍ରମୁଖ ସଦଳବଳ ଚଢ଼ାଉ କରି ଗାଡ଼ି ସହ କାଠ ଧରିଥିଲେ।

ବିଧାନସଭାରେ ପାରିତ ହେଲା ୨ ବିଲ୍
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଓଡ଼ିଶା ସ୍ଥାନୀୟ ପାଣ୍ଠିରେ ହେରଫେର କରିଥିବା ଅଧିକାରୀଙ୍କୁ ଏଣିକି ଇଲେକ୍ଟ୍ରୋନିକ ମାଧ୍ୟମରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ଏହାର ଅବଧି ଶେଷ ହେବା...

ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା
କଟକ ଅଫିସ,୨୧।୪: ରାଜ୍ୟରେ କୁମ୍ଭମେଳା ଫେରନ୍ତା ଚିନ୍ତା ବଢ଼ାଇ ଚାଲିଛନ୍ତି। ଆଜି କଟକରୁ ଆଉ ୧୩ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସିଏମ୍ସି...

ନାଲ୍କୋର ୩ୟ ତ୍ରୈମାସରେ ୩.୫% ଅଭିବୃଦ୍ଧି
ଭୁବନେଶ୍ୱର,୮।୨: ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନକାରୀ ଓ ରପ୍ତାନିକାରୀ ଉଦ୍ୟୋଗ ନ୍ୟାଶନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ)୨୦୨୧-୨୨ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ ଅଭୂତପୂର୍ବ ସଫଳତା...

ସଙ୍କଟରେ ଶହେ ବର୍ଷର କୌଳିକ ବୃତ୍ତି
କେନ୍ଦୁଝର, ୪।୯(ସ୍ବ.ପ୍ର.) – କେନ୍ଦୁଝର ସହରର ଆଟୋପୁର ସାହିର ପିଟା ବାସନ ଜିଲା ଓ ଜିଲା ବାହାରେ ପ୍ରସିଦ୍ଧି ଲାଭ କରିଛି। ପ୍ରୋତ୍ସାହନ ଅଭାବରୁ ଏହି...

ଆଗକୁ ରଥଯାତ୍ରା: ପୁରୀରେ କରାଯିବ ବ୍ୟାପକ ଟିକାକରଣ
ଭୁବନେଶ୍ୱର,୨୨ା୬(ବ୍ୟୁରୋ): ଆଉ କିଛିଦିନ ପରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ତେଣୁ ପୁରୀରେ ଅଧିକ ଟିକାକରଣ...

ଭାଜପା ଭଳି ବିଜେଡି ରାଜନୀତିକରଣ କରିବାରେ ବିଶ୍ୱାସ କରେ ନାହିଁ: ସସ୍ମିତ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା ଦୁର୍ଭାଗ୍ୟଜନକ। ଏହାକୁ ଏଡ଼ାଯାଇ ପାରିଥାନ୍ତା। ଅଘଟଣ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ...

ପୋଲିସ ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ
ଜଗତସିଂହପୁର ଅଫିସ୍,୩୦।୧୨: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ...

ଫ୍ଲାଏ ଆଶ୍ରୁ ଅସମ୍ଭାଳ ବାୟୁ ପ୍ରଦୂଷଣ
ଯାଜପୁର ଅଫିସ,୧୦ା୩: ରାଜ୍ୟରେ ୨୦୧୨-୧୩ଠାରୁ ୨୦୧୯-୨୦ ମଧ୍ୟରେ ବିଭିନ୍ନ କାରଖାନାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ୬,୭୬,୩୯,୪୬୨ ମେଟ୍ରିକ ଟନ(ଏମଟି) ଫ୍ଲାଏ ଆଶ୍...