ଦାରିଙ୍ଗବାଡ଼ି,୯।୩(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ସୋମବାର ଚୋରାଚାଲାଣ ହେଉଥିବା ୧୫ ଖଣ୍ଡ ଶାଳକାଠ ସହ ଏକ ମିନିଟ୍ରକକୁ ବନ ବିଭାଗ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୪ଜଣ କାଠମାଫିଆଙ୍କୁ ମାମଲା ନଂ.୮୦/୧୯-୨୦ ଅନୁଯାୟୀ ବନ ବିଭାଗ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡଗଡ଼ ଗ୍ରାମର କାହ୍ନୁ ଚରଣ ମହାକୁଡ଼, ବ୍ରାହ୍ମଣୀଗଁାର ଆପୁ ମାଝୀ, ସୁନେସ ମୁଠାମାଝୀ, ଓ ଗୁରୁବାରୀ ମାଝୀ।
ପ୍ରକାଶ ଯେ, ଉକ୍ତ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ଦୃର୍ବୃତ୍ତମାନେ ପୂର୍ବରୁ ବଡବଡ ଶାଳ ଗଛ କାଟି ଦେଇଥିଲେ। ତାକୁ ରବିବାର ବିଳମ୍ବିତ ରାତିରେ ଏକ ମିନିଟ୍ରକ (ନଂ ଓଆର-୦୭ଇ-୫୮୭୫)ରେ ଲୋଡ଼ କରି ସୋମବାର ଭୋର୍ରେ ବଡ଼ଗଡ଼କୁ ବେଆଇନ୍ ଚାଲାଣ କରାଯାଉଥିଲା। ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବନପାଳ ନବୀନ ଚନ୍ଦ୍ର ମଲ୍ଲିକ, ବନରକ୍ଷୀ ଦିପକ ପଟ୍ଟନାୟକ, ମନୋରଞ୍ଜନ ପରିଚ୍ଛା, ପ୍ରଫୁଲ୍ଲ ଚୌଧରୀ ପ୍ରମୁଖ ସଦଳବଳ ଚଢ଼ାଉ କରି ଗାଡ଼ି ସହ କାଠ ଧରିଥିଲେ।
Odisha Floods: ବନ୍ୟାଞ୍ଚଳ ବୁଲିଲେ ଜିଲାପାଳ, ସ୍ଥିତି ଅନୁଧ୍ୟାନ କରି…
ଚାନ୍ଦବାଲି,୨ା୮(କିଷାନ ପାତ୍ର): ଭଦ୍ରକ ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରାଉ କରିଥିବା…
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ
ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…
ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …
ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…
ବାଇକ୍ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…
ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…
ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…
ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…
୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…
କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…
ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ
ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…
୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର
ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…
Archives

