Posted inଜାତୀୟ

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ବୃଦ୍ଧା ମା’, ମୁଖାଗ୍ନୀ ଦେଲେ ୭ମାସର ପୁଅ

ଚଣ୍ଡିଗଡ଼,୨୯।୭: ପଞ୍ଜାବ ବଟାଲା ଗଁାର ପାବଲାରାଲି କାଲନ୍‌ରେ ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଜଣେ ଶହୀଦ ଯବାନଙ୍କୁ ବୃଦ୍ଧା ମା’ କାନ୍ଧରେ କାନ୍ଧେଇଥିବା ବେଳେ ୭ମାସର ଶିଶୁପୁତ୍ର ତାଙ୍କୁ ମୁଖାଗ୍ନି ଦେଇଥିବା ଦେଖିବାକୁ ମିଳିଛି। ଜମ୍ମୁ କଶ୍ମୀର ଶ୍ରୀନଗର ନିକଟସ୍ଥ ମଛଲି ସେକ୍ଟରରେ ମୁତୟନ ହୋଇଥିବା ଲାନ୍ସ ନାୟକ ରଜିନ୍ଦର ସିଂହ ଆତଙ୍କବାଦୀଙ୍କୁ ନିପାତ କରିବା ସହ ନିଜେ ଶହୀଦ ହୋଇଥିଲେ। ରବିବାର ଶହୀଦ ଯବାନଙ୍କ ମୃତଦେହକୁ ତାଙ୍କର ପୈତୃକ ବାସଭବନ ପଞ୍ଜାବକୁ ଅଣାଯାଇଥିଲା। ଏହି ସମୟରେ ଶହୀଦଙ୍କ ମା’ ପଲବିନ୍ଦର କୌର ତାଙ୍କ ମୃତଦେହକୁ ନିଜ କାନ୍ଧରେ କାନ୍ଧେଇ ଶ୍ମଶାନକୁ ନେଇଥିଲେ। ଏହାପରେ ଶହୀଦଙ୍କ ଭାଇ ଓ ତାଙ୍କର ସାତ ମାସର ପୁଅ ତାଙ୍କୁ ମୁଖାଗ୍ନି ଦେଇଥିଲେ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସମସ୍ତଙ୍କୁ ଏହା ମର୍ମାହତ କରିଛି। ଗଁାକୁ ମୃତଦେହ ଆସିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଶହୀଦଙ୍କୁ ତୋପ ସଲାମି ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅପରପକ୍ଷରେ ପଞ୍ଜାବ ସରକାରଙ୍କ ପକ୍ଷରୁ ଶହୀଦ ଯବାନଙ୍କ ପରିବାରଙ୍କୁ ୧୨ଲକ୍ଷ ଟଙ୍କା ସହାୟତା ରାଶି ଓ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦିଆଯିବା ପାଇଁ ପ୍ରତିଶୃତି ଦିଆଯିବା ସହ ଗଁାରେ ଥିବା ସ୍କୁଲର ନାମକୁ ଶହୀଦଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାଡ଼ିଧାଡ଼ି ମୃତଦେହ: କରୋନା ଲଢ଼େଇରେ ହାରି ଯାଉଛନ୍ତି ଆକ୍ରାନ୍ତ…

ଗାଜିଆବାଦ୍‌,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ କୋକୁଆ ଭୟ ଦେଖାଦେଇଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମୃତକଙ୍କ ଅନ୍ତିମ ସଂସ୍କାର କରିବା...

ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପିଙ୍କ ପରଲୋକ

ଚେନ୍ନାଇ,୨୪।୬(ପି.ଟି.): ୧୯୭୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିବା ତାମିଲନାଡୁର ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭି.ଆର୍‌. ଲକ୍ଷ୍ମୀନାରାୟଣନ୍‌ଙ୍କର ରବିବାର...

ପିତାଙ୍କ ଜୟନ୍ତୀ ଅବସରରେ ଭାବୁକ ପୋଷ୍ଟ ଲେଖିଲେ ରାହୁଲ

ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ ପାଳିତ ହୋଇଛି। ଗୁରୁବାର ଦିଲ୍ଲୀର ବୀର ଭୂମିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାପା ରାଜୀବ ଗାନ୍ଧୀଙ୍କ...

୧୦ ବର୍ଷର ବାଳିକାଙ୍କୁ ବଳାତ୍କାର ପରେ ହତ୍ୟାକଲେ ନାବାଳକ

ବେମେତାରା,୩୦।୧୧: ଛତିଶଗଡ଼ର ବେମେତାରା ଜିଲାରେ ଜଣେ ନାବାଳକ ପଡ଼ିଶା ଘରର ଜଣେ ୧୦ ବର୍ଷର ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ୧୭...

ଚାଇନାକୁ ପୁଣି ଝଟ୍‌କା: ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ ରଦ୍ଦ କଲା ୪ଜି ଟେଣ୍ଡର

ନୂଆଦିଲ୍ଲୀ,୧।୭: ଭାରତ ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଦେଇଛି। ବୁଧବାର ବିଏସ୍‌ଏନ୍‌ଏଲ ଓ ଏମ୍‌ଟିଏନ୍‌ଏଲ୍‌ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରିଦେଇଥିବା ଜଣାପଡ଼ିଛି। ଏବେ...

ଭାଇଚାରାର ବାର୍ତ୍ତା ନେଇ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଲେ

ଅଜମେର,୧୯।୧: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ଏବଂ ଭାଇଚାରା ଜାରି ରଖିବା ପାଇଁ ଅଜମେରର ସୁଫିଆ ଖାଁ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ସୁଫିଆ ୧୦୦ ଦିନରେ...

ସାଧାରଣ ବଜେଟରେ ଧନୀଙ୍କ ଉପରେ ଟ୍ୟାକ୍ସ ବୋଝ: ୨ରୁ୫ କୋଟି ଆୟ ଉପରେ ଅତିରିକ୍ତ ୩ ପ୍ରତିଶତ ଟ୍ୟାକ୍ସ

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବଜେଟରେ ଧନୀଙ୍କ ଉପରେ ଅତିରିକ୍ତ ଟ୍ୟାକ୍ସ ବୋଝ ଲଗାଇଛନ୍ତି ସରକାର। ୨ରୁ୫ କୋଟି ଆୟ ଉପରେ ଅତିରିକ୍ତ ୩ ପ୍ରତିଶତ...

ଅକ୍ଷରଧାମ୍‌ ଆକ୍ରମଣର ମାଷ୍ଟର ମାଇଣ୍ଡ ଗିରଫ

ଗାନ୍ଧୀନଗର,୨୭ା୭(ପି.ଟି.): ଅକ୍ଷରଧାମ୍‌ ମନ୍ଦିର ଆକ୍ରମଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମହମ୍ମଦ ୟାସିନ୍‌ ଭଟ୍ଟଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଶୁକ୍ରବାର ଜମ୍ମୁ-କଶ୍ମୀରର ଅନନ୍ତନାଗରୁ ଗିରଫ...

Advertisement
Archives

Model This Week