ଲୋପ୍‌ ପାଉଛେ ଧାନଖଣି, ପୁଡୁଗ୍‌ ବଁଧା ପରମ୍ପରା

ଭବାନୀପାଟଣା, ୪ା୬ (ଡି.ଏନ୍‌.ଏ):
ଓଡ଼ିଶା ହେଉଛେ ଗୁଟେ କୃଷି ପରଧାନ ରାଏଜ୍‌। ରାଏଜର ବଡ଼ଭାଗି ଲୋକ୍‌ ଚାଷ୍‌ବାସ କାରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ସେନ୍‌ତା ଚାଷୀ ଆଘ ଧାନ, ଚାଉଲକେ ବେଉଁତ କରି ରଖବାର ଲାଗି ଅନେକ ପରକାର ସାଜୋସାମାନ ଆର ପଧତି ଆପନଉଥିଲା। ହେଲେ ଆଏଜ୍‌ ଆମେମାନେ ଗୁଟେ ବୈଜ୍ଞାନିକ ଯୁଗ୍‌ ସଂଗେ ତାଲ ଦେଇ ଚାଲିଛୁଁ। ସେଥିରଲାଗି ଚାଷ୍‌ବାସରେ ବି ଅନେକ ପରିବରତନ୍‌ ହେଲାନ, ଯନ୍‌ତରପାତିର ବଡ଼ଭାରି ବେଭାର ହେଉଛେ। ଆଏଜ୍‌କାଲି ଆଘର ଲେଖେଁ ଧାନ୍‌କେ ଢେଁକିରେ କୁଟି ଚାଉଲ ବାହାରକରବାକେ ନାଇଁ ପଡ଼ବାର। ଚାଷୀ ଆଘ ଧାନ୍‌, ଚାଉଲ, ମୁଗ୍‌, ବିରିକେ ଅନେକ ଦିନଧରି ସାଇତି ରଖବାର ଲାଗି ପୁରା, ଢୁଲଗିଁ, ଲୁଦର୍‌ର ବେଭାର କରୁଥିଲେ। ସେନ୍‌ତା ଘରେ, ବାରିଆଡ଼େ, ବାଟମୁହେଁ ଯେନ୍‌ଚାଷୀକର ଜାଗାଠାନ୍‌ ଥିଲା ସେମାନେ ଗାତ୍‌ କୁଡ଼ି, ସେଥ୍‌ରେ ପୁଆଲ ତା’ପରେ ଧାନ, ଫେନ୍‌ ପୁଆଲ ଦେଇ ମାଟି ଢାପି ଦେଉଥିଲେ। ଉପରେ ଖରସି ଲିପାଘଁସା କରି ରଖୁଥିଲେ। ସେଟାକେ ଧାନଖଣି ବଲି କହୁଥିଲେ। ହେଲେ ବୈଜ୍ଞାନିକ ପଧତିରେ ଚାଷ୍‌ବାସ ହେଲା ଉତାରୁ ଦିନୁଦିନ୍‌କେ ପାରମ୍ପରିକ ଚାଷ୍‌ବାସ, ଧାନ୍‌ଚାଉଲ, ମୁଗ୍‌ବିରି ରଖାଥୁଆରେ ଅନେକ ପରିବରତନ୍‌ ଦେଖ୍‌ବାକେ ମିଲିଛେ। ଆଏଜ୍‌ ଓଡ଼ିଶାର କଁା ଭଁା ଗଁାଗଁଡ଼ାରେ ପାରମ୍ପରିକ ପଧତିରେ ଧାନ୍‌ଚାଉଲ ରଖାଥୁଆ କରବାର ଦେଖ୍‌ବାକେ ମିଲୁଛେ।
ଆଘ ଚାଷୀ ଖେତୁ ଧାନ ଅମଲ କରି ଆନ୍‌ଲା ଉତାରୁ ଖଲାରେ ମଡ଼ଉଥିଲା। ସେଥ୍‌ରୁ ବାହାରୁଥିବାର ପୁଆଲ ଗାଈଗୋରୁ ଖାଏବାର ସଂଗେ ଧାନ୍‌ ଚାଉଲ ରଖାସଁଗାରେ ବି କାମ୍‌ ଆସୁଥିଲା। ଚାଷୀ ପୁଆଲରୁ ବେଁଟି ତିଆରୁଥିଲା ଆର ସେ ବେଁଟିରେ ଧାନ ଚାଉଲକେ ପୁରା ବଁାଧି ବେଉଁତେ ରଖୁଥିଲା। ହେଲେ ଆଏଜ୍‌କାଲି ଧାନ କଟାନୁ ମୂଲ କରି ମଡ଼ାଦଲା ତକ୍‌ ଟ୍ରାକ୍ଟର, ମେଶିନର ବେଭାର ହେଉଛେ। ଯେନ୍‌ଥିରେ ପୁଆଲ ନାଇଁ ବାହାରବାର। ଏହେଦେ ଚାଷୀ ଆଘର ସେ ପାରମ୍ପରିକ ପଧତିକେ ଛାଡ଼ି ଧାନ୍‌ ଚାଉଲ ରଖ୍‌ବାର ଲାଗି ପ୍ଲାଷ୍ଟିକ, ଲୁହାଚଦର ଡ୍ରମ ଭେବାର କରୁଛେ। କଁା ଭଁା ଚାଷୀ ଢୁଲଗିଁ, ପୁଡୁଗ୍‌ର ବେଭାର କରୁଛନ୍‌। ହେଲେ ଆଘ ଧାନଖଣି ଆର ପୁରାରେ ଧାନ୍‌କେ ସାଇତି ରଖବାରଟା ଚାଷୀକର ଲାଗି ଗୁଟେ ସନ୍‌ମାନର ବିଷେ ଥିଲା। ଯେନ୍‌ ଚାଷୀର ଧାନଖଣି କି ପୁରା ନାଇଁ ସେ ଚାଷୀରେ ଗନ୍‌ତି ନାଇଁ ହୁଏ ବଲି ଲୋକ୍‌ କହୁଥିଲେ। ଯେନ୍‌ ଚାଷୀର ଧାନ୍‌ଖଣି ଯେତେ ବଡ଼ ସେ ସେତେ ବଡ଼ ଚଷା ବଲି ସମାଜରେ ଗନ୍‌ତି ହେଉଥିଲେ। କିନିଅଁା ଟୁକେଲ କି ବର ଦେଖାବେଲେ ଲୋକ୍‌ ଧାନଖଣିର ଉଚାକେ ଦେଖି ସେ ଚାଷୀକଁର ଘରେ ବଁଧୁ ବଁାଧୁଥିଲେ। ପରବ୍‌ ପରବାଣୀରେ ଚାଷୀ ଧାନଖଣିକେ ଲିପିପୁଛା କରି ଧୂପ୍‌ଦୀପ ଦେଇ ପୂଜା କରୁଥିଲେ। ହେଲେ ଆଏଜ୍‌କାଲି ବୈଜ୍ଞାନିକ ପଧତିରେ ଚାଷ୍‌ବାସ ହେବାର ଲାଗି ଇ ଶହ ଶହ ବଛର୍‌ର ପୁରନା ପରମ୍ପରା ଲୋପ୍‌ ପାଇଯାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri