ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ବିଶେଷକରି ସମ୍ବଲପୁର ଜିଲାର ଏହି ଅଭୟାରଣ୍ୟରେ ବିରଳ ବଳିଆ କୁକୁର, ଗୟଳ, କଲରାପତରିଆ ବାଘ ଏବଂ ଚୌଶିଙ୍ଗା ଭଳି ବିରଳ ପ୍ରଜାତିର ବନ୍ୟପ୍ରାଣୀ ସୁରକ୍ଷିତ ଭାବେ ବଂଶବୃଦ୍ଧି କରୁଛନ୍ତି।
ଡିଏଫ୍‌ଓଙ୍କ ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ପ୍ରାନ୍ତରେ ବିଲୁପ୍ତପ୍ରାୟ ଅବସ୍ଥାକୁ ଚାଲିଯାଉଥିବା ବଳିଆ କୁକୁରଙ୍କ ସଂଖ୍ୟା ଡେବ୍ରିଗଡ଼ରେ ବଢ଼ିବାରେ ଲାଗିଛି। ୨୦୨୩-୨୪ ବର୍ଷରେ ଅଭୟାରଣ୍ୟରେ ମାତ୍ର ଗୋଟିଏ ବଳିଆ କୁକୁର ଠାବହୋଇଥିବା ବେଳେ ୨୦୨୪-୨୫ରେ ତା’ସହ ଆଉ ଏକ ମାଈ କୁକୁରକୁ ଦେଖିବାକୁ ମିଳିଥିଲା ନିକଟରେ ଏହି ମାଈ କୁକୁର ଦୁଇଟି ଛୁଆ ଜନ୍ମଦେବା ଫଳରେ ସେମାନଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଛୁଆଗୁଡ଼ିକ ଛୋଟ ଥିବାରୁ ସେମାନଙ୍କ ଗୁମ୍ଫା ନିକଟରେ କୌଣସି ପ୍ରକାର ମାନବୀୟ ପ୍ରବେଶକୁ ବାରଣ କରାଯାଇ କଡ଼ା ନଜର ରଖାଯାଇଛି। ସେହିପରି ଅଭୟାରଣ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ପ୍ରାୟ ୭୦ ଥିବାବେଳେ ନିକଟରେ ପର୍ଯ୍ୟଟନ ଜୋନ୍‌ରେ ମା’ ସହ ଛୁଆର ସଦ୍ୟ ଫଟୋ ଚିତ୍ର ଉତ୍ତୋଳନ କରାଯାଇଛି।
ଅନ୍ୟପଟେ ଘାସପଡ଼ିଆର ଉତ୍ତମ ପରିଚାଳନା ଯୋଗୁ ଡେବ୍ରିଗଡ଼ରେ ଗୟଳ ବଂଶ ମଧ୍ୟ ବୃଦ୍ଧି ପାଉଛି। ଭାରତର ଶ୍ରେଷ୍ଠ ତୃଣଭୂମି ବିଶେଷଜ୍ଞ ତଥା ବୈଜ୍ଞାନିକମାନଙ୍କ ମାର୍ଗଦର୍ଶନରେ କରାଯାଇଥିବା ବୈଜ୍ଞାନିକ ପରିଚାଳନା ଫଳରେ ଗତ ୩ ବର୍ଷ ଧରି ପ୍ରତିବର୍ଷ ପ୍ରାୟ ଶହେ ଲେଖାଏ ଗୟଳ ବଢୁଛନ୍ତି ଏବଂ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ପ୍ରାୟ ୮୫୦ରେ ପହଞ୍ଚିଛି। ଏହା ବ୍ୟତୀତ ପ୍ରତି ବର୍ଗ କିଲୋମିଟରରେ ପ୍ରାୟ ୨୦ରୁ ୩୦ଟି ଚୌଶିଙ୍ଗା ଦେଖିବାକୁ ମିଳୁଛନ୍ତି। ଉତ୍ତମ ଜଙ୍ଗଲ ପରିଚାଳନା, ସୁରକ୍ଷିତ ପରିବେଶ ଏବଂ ଉପଯୁକ୍ତ ଖାଦ୍ୟ ଉପଲବ୍ଧତା କାରଣରୁ ଡେବ୍ରିଗଡ଼ ବିରଳ ବନ୍ୟପ୍ରାଣୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି ବୋଲି ସେ ପ୍ରକାଶ କରିଛନ୍ତି।

ରିପୋର୍ଟ: ପ୍ରମୋଦ ବହିଦାର, ସମ୍ବଲପୁର

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

ସେପ୍ଟେମ୍ୱର ୧୧ରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନରେ ଫିଟିଯିବ ଭାଗ୍ୟ, ୫ ରାଶିଙ୍କ ଉପରେ ଧନବର୍ଷା

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ ଶୁକ୍ରବାର ରାତି ୧୧ଟା ୧୯ ମିନିଟରେ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଗ୍ରହଙ୍କର ସ୍ୱାତୀ ନକ୍ଷତ୍ରରେ ଗୋଚର ଫଳରେ…

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ୧୦୦ ଫୁଟ ଲମ୍ବର ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri