ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ବିଶେଷକରି ସମ୍ବଲପୁର ଜିଲାର ଏହି ଅଭୟାରଣ୍ୟରେ ବିରଳ ବଳିଆ କୁକୁର, ଗୟଳ, କଲରାପତରିଆ ବାଘ ଏବଂ ଚୌଶିଙ୍ଗା ଭଳି ବିରଳ ପ୍ରଜାତିର ବନ୍ୟପ୍ରାଣୀ ସୁରକ୍ଷିତ ଭାବେ ବଂଶବୃଦ୍ଧି କରୁଛନ୍ତି।
ଡିଏଫ୍‌ଓଙ୍କ ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ପ୍ରାନ୍ତରେ ବିଲୁପ୍ତପ୍ରାୟ ଅବସ୍ଥାକୁ ଚାଲିଯାଉଥିବା ବଳିଆ କୁକୁରଙ୍କ ସଂଖ୍ୟା ଡେବ୍ରିଗଡ଼ରେ ବଢ଼ିବାରେ ଲାଗିଛି। ୨୦୨୩-୨୪ ବର୍ଷରେ ଅଭୟାରଣ୍ୟରେ ମାତ୍ର ଗୋଟିଏ ବଳିଆ କୁକୁର ଠାବହୋଇଥିବା ବେଳେ ୨୦୨୪-୨୫ରେ ତା’ସହ ଆଉ ଏକ ମାଈ କୁକୁରକୁ ଦେଖିବାକୁ ମିଳିଥିଲା ନିକଟରେ ଏହି ମାଈ କୁକୁର ଦୁଇଟି ଛୁଆ ଜନ୍ମଦେବା ଫଳରେ ସେମାନଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଛୁଆଗୁଡ଼ିକ ଛୋଟ ଥିବାରୁ ସେମାନଙ୍କ ଗୁମ୍ଫା ନିକଟରେ କୌଣସି ପ୍ରକାର ମାନବୀୟ ପ୍ରବେଶକୁ ବାରଣ କରାଯାଇ କଡ଼ା ନଜର ରଖାଯାଇଛି। ସେହିପରି ଅଭୟାରଣ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ପ୍ରାୟ ୭୦ ଥିବାବେଳେ ନିକଟରେ ପର୍ଯ୍ୟଟନ ଜୋନ୍‌ରେ ମା’ ସହ ଛୁଆର ସଦ୍ୟ ଫଟୋ ଚିତ୍ର ଉତ୍ତୋଳନ କରାଯାଇଛି।
ଅନ୍ୟପଟେ ଘାସପଡ଼ିଆର ଉତ୍ତମ ପରିଚାଳନା ଯୋଗୁ ଡେବ୍ରିଗଡ଼ରେ ଗୟଳ ବଂଶ ମଧ୍ୟ ବୃଦ୍ଧି ପାଉଛି। ଭାରତର ଶ୍ରେଷ୍ଠ ତୃଣଭୂମି ବିଶେଷଜ୍ଞ ତଥା ବୈଜ୍ଞାନିକମାନଙ୍କ ମାର୍ଗଦର୍ଶନରେ କରାଯାଇଥିବା ବୈଜ୍ଞାନିକ ପରିଚାଳନା ଫଳରେ ଗତ ୩ ବର୍ଷ ଧରି ପ୍ରତିବର୍ଷ ପ୍ରାୟ ଶହେ ଲେଖାଏ ଗୟଳ ବଢୁଛନ୍ତି ଏବଂ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ପ୍ରାୟ ୮୫୦ରେ ପହଞ୍ଚିଛି। ଏହା ବ୍ୟତୀତ ପ୍ରତି ବର୍ଗ କିଲୋମିଟରରେ ପ୍ରାୟ ୨୦ରୁ ୩୦ଟି ଚୌଶିଙ୍ଗା ଦେଖିବାକୁ ମିଳୁଛନ୍ତି। ଉତ୍ତମ ଜଙ୍ଗଲ ପରିଚାଳନା, ସୁରକ୍ଷିତ ପରିବେଶ ଏବଂ ଉପଯୁକ୍ତ ଖାଦ୍ୟ ଉପଲବ୍ଧତା କାରଣରୁ ଡେବ୍ରିଗଡ଼ ବିରଳ ବନ୍ୟପ୍ରାଣୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି ବୋଲି ସେ ପ୍ରକାଶ କରିଛନ୍ତି।

ରିପୋର୍ଟ: ପ୍ରମୋଦ ବହିଦାର, ସମ୍ବଲପୁର

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?