ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଧୀନ ଫାସିମାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଏବଂ ଏହା ଅଧୀନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ।

ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବ ଯୋଗୁ ସ୍ଥାନୀୟ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଲବ୍ଧ ସରକାରୀ ତଥ୍ୟ ଅନୁଯାୟୀ, ଅଞ୍ଚଳର ମୋଟ ୧୮୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ପ୍ରାୟ ଅଧା ଅର୍ଥାତ୍‌ ୮୯ଟି ପଦବୀ ଦୀର୍ଘ ଦିନ ହେବ ଖାଲି ପଡ଼ିରହିଛି। ବିଶେଷଜ୍ଞ ଡାକ୍ତର ନାହାନ୍ତି କି ଅଧିକାରୀ ଓ କର୍ମଚାରୀ ବି ନାହାନ୍ତି। ଫାଶିମାଲ ସିଏଚ୍‌ସିରେ ମୋଟ ୫୮ଟି ପଦବୀ ମଧ୍ୟରୁ ୩୪ଟି ଖାଲି ପଡ଼ିଛି। ସୁପରିଣ୍ଟେଣ୍ଡେଣ୍ଟ, ମେଡିସିନ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ(O&G), ସର୍ଜରୀ ବିଶେଷଜ୍ଞ, ଦନ୍ତ ଚିକିତ୍ସକ ଏବଂ ବିପିଏଚ୍‌ଓ ଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଶୂନ୍ୟ ରହିଛି। ଏହାସହ ୧୫ଟି ଏଲ୍‌ଟିଆର୍‌ଏମ୍‌ଓ(LTRMO) ପଦବୀ ମଧ୍ୟରୁ ମାତ୍ର ୨ଜଣ କାର୍ଯ୍ୟରତ ଥିବା ବେଳେ ୧୩ଟି ପଦବୀ ଖାଲି ରହିଛି।

କେବଳ ଶିଶୁରୋଗ ବିଶେଷଜ୍ଞ ପଦବୀରେ ଜଣେ ଡାକ୍ତର ନିୟୋଜିତ ଅଛନ୍ତି। ନର୍ସିଂ ଅଫିସରଙ୍କ ୯ଟି ପଦବୀରୁ ୩ଟି ଏବଂ ସଫେଇ କର୍ମଚାରୀଙ୍କ ୪ଟି ଯାକ ପଦବୀ ଖାଲି ପଡ଼ିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ରର ସେବା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ଅବସ୍ଥାରେ ପହଞ୍ଚିଛି।

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଅବସ୍ଥା ଆହୁରି ସଙ୍ଗୀନ ଅବସ୍ଥାରେ। ଅଞ୍ଚଳର ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି)ଗୁଡ଼ିକର ଅବସ୍ଥା ମଧ୍ୟ ଅତି ଦୟନୀୟ ହୋଇପଡିଛି। ଜମନକିରା(ନୂତନ) ପିଏଚ୍‌ସିରେ ୮ଟି ମଞ୍ଜୁରୀପ୍ରାପ୍ତ ପଦବୀରୁ ୬ଟି ଖାଲି ରହିଛି।

ଏଠାରେ ମେଡିକାଲ ଅଫିସର, ଫାର୍ମାସି ଅଫିସର, ଆୟୁଷ ଡାକ୍ତର ଏବଂ ସଫେଇ କର୍ମଚାରୀଙ୍କ ପଦବୀ ଶୂନ୍ୟ ରହିଛି। କେବଳ ଜଣେ ନର୍ସିଂ ଅଫିସର ଓ ଜଣେ ଏଏନ୍‌ଏମ୍‌୍‌ଙ୍କ ଉପରେ କେନ୍ଦ୍ର ଚାଲିଛି ।

ସେହିପରି ବଞ୍ଜାରି ପିଏଚ୍‌ସିରେ ୬ଟି ପଦବୀରୁ ୫ଟି ଖାଲି ପଡ଼ିଛି। କେବଳ ଜଣେ ଏଏନଏମ୍‌ କାର୍ଯ୍ୟରତ ଥିବା ବେଳେ ଡାକ୍ତର କିମ୍ବା ଫାର୍ମାସିଷ୍ଟ କେହି ନାହାନ୍ତି। ଭୋଜପୁର ପିଏଚ୍‌ସିରେ ମଞ୍ଜୁର ଥିବା ୪ଟି ପଦବୀ ମଧ୍ୟରୁ ୩ଟି ଖାଲି, କେବଳ ଜଣେ ମେଡିକାଲ ଅଫିସର ଉପସ୍ଥିତ ଅଛନ୍ତି। କେନାଢିପା ପିଏଚ୍‌ସିରେ ୬ଟି ପଦବୀରୁ ମେଡିକାଲ ଅଫିସର ଓ ଫାର୍ମାସିଷ୍ଟଙ୍କ ସମେତ ୨ଟି ପଦବୀ ଖାଲି ରହିଛି।

କୁଲୁଣ୍ଡି ପିଏଚ୍‌ସିରେ ୬ଟି ପଦବୀରୁ ୫ ଜଣ କର୍ମଚାରୀ ଥିବା ବେଳେ ଫାର୍ମାସି ଅଫିସର ପଦବୀ ଖାଲି ରହିଛି। କ୍ଷେତ୍ରସ୍ତରୀୟ ସ୍ବାସ୍ଥ୍ୟସେବା ମଧ୍ୟ ପ୍ରଭାବିତ ହୋଇରହିଛି। ଫାଶିମାଲ ଅଧୀନରେ ଥିବା ଫିଲ୍ଡ ଷ୍ଟାଫ ମଧ୍ୟରେ ମଧ୍ୟ ବ୍ୟାପକ ଅଭାବ ଦେଖାଦେଇଛି।

ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (MPHW-Male)ଙ୍କ ୩୯ଟି ପଦବୀରୁ ୨୮ଟି ଖାଲି ପଡ଼ିଛି। ସେହିପରି ପୁରୁଷ ଓ ମହିଳା ସ୍ବାସ୍ଥ୍ୟ ପରିଦର୍ଶକ(MPHS) ପଦବୀରେ ମଧ୍ୟ ୩ଟି ଲେଖାଏଁ ପଦ ଖାଲି ରହିଛି। ଗ୍ରାମାଞ୍ଚଳରେ ଟିକାକରଣ, ରୋଗ ପ୍ରତିରୋଧକ ସଚେତନତା ଏବଂ ପ୍ରାଥମିକ ସେବା ପ୍ରଦାନ କରୁଥିବା ଏହି କର୍ମଚାରୀଙ୍କ ଅଭାବ ଯୋଗୁ ସ୍ବାସ୍ଥ୍ୟ ସର୍ଭେକ୍ଷଣ ବାଧାପ୍ରାପ୍ତ ହେଉଛି।

ଦୀର୍ଘ ଦିନ ଧରି ଏତେ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡ଼ିଥିବାରୁ ସାଧାରଣ ଲୋକେ ଉପଯୁକ୍ତ ଚିକିତ୍ସା ନ ପାଇ ବହୁ ଦୂରଦୁରାନ୍ତର କିମ୍ବା ସମ୍ବଲପୁର କିମ୍ବା ବୁର୍ଲା ବଡ଼ ଡାକ୍ତରଖାନାକୁ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି।

ଏହି ସମସ୍ୟାର ତୁରନ୍ତ ସମାଧାନ କରି ଖାଲି ଥିବା ସମସ୍ତ ପଦବୀରେ ନିଯୁକ୍ତି ଦେବାକୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରୁ ଦାବି ଜୋର୍‌ ଧରିଛି।
ଏସଂକ୍ରାନ୍ତରେ ଫାଶୀମାଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ହରିଶ ଚନ୍ଦ୍ର ବାଘଙ୍କୁ ପଚାରିବାରୁ ବିଭିନ୍ନ ପଦବୀ ଖାଲି ଥିବା ନେଇ ମନ୍ତ୍ରୀ, ନେତା ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଉଛି। ହେଲେ କୌଣସି ପ୍ରତିକାର କରାଯାଉ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?