ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଧୀନ ଫାସିମାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଏବଂ ଏହା ଅଧୀନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ।

ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବ ଯୋଗୁ ସ୍ଥାନୀୟ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଲବ୍ଧ ସରକାରୀ ତଥ୍ୟ ଅନୁଯାୟୀ, ଅଞ୍ଚଳର ମୋଟ ୧୮୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ପ୍ରାୟ ଅଧା ଅର୍ଥାତ୍‌ ୮୯ଟି ପଦବୀ ଦୀର୍ଘ ଦିନ ହେବ ଖାଲି ପଡ଼ିରହିଛି। ବିଶେଷଜ୍ଞ ଡାକ୍ତର ନାହାନ୍ତି କି ଅଧିକାରୀ ଓ କର୍ମଚାରୀ ବି ନାହାନ୍ତି। ଫାଶିମାଲ ସିଏଚ୍‌ସିରେ ମୋଟ ୫୮ଟି ପଦବୀ ମଧ୍ୟରୁ ୩୪ଟି ଖାଲି ପଡ଼ିଛି। ସୁପରିଣ୍ଟେଣ୍ଡେଣ୍ଟ, ମେଡିସିନ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ(O&G), ସର୍ଜରୀ ବିଶେଷଜ୍ଞ, ଦନ୍ତ ଚିକିତ୍ସକ ଏବଂ ବିପିଏଚ୍‌ଓ ଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଶୂନ୍ୟ ରହିଛି। ଏହାସହ ୧୫ଟି ଏଲ୍‌ଟିଆର୍‌ଏମ୍‌ଓ(LTRMO) ପଦବୀ ମଧ୍ୟରୁ ମାତ୍ର ୨ଜଣ କାର୍ଯ୍ୟରତ ଥିବା ବେଳେ ୧୩ଟି ପଦବୀ ଖାଲି ରହିଛି।

କେବଳ ଶିଶୁରୋଗ ବିଶେଷଜ୍ଞ ପଦବୀରେ ଜଣେ ଡାକ୍ତର ନିୟୋଜିତ ଅଛନ୍ତି। ନର୍ସିଂ ଅଫିସରଙ୍କ ୯ଟି ପଦବୀରୁ ୩ଟି ଏବଂ ସଫେଇ କର୍ମଚାରୀଙ୍କ ୪ଟି ଯାକ ପଦବୀ ଖାଲି ପଡ଼ିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ରର ସେବା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ଅବସ୍ଥାରେ ପହଞ୍ଚିଛି।

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଅବସ୍ଥା ଆହୁରି ସଙ୍ଗୀନ ଅବସ୍ଥାରେ। ଅଞ୍ଚଳର ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି)ଗୁଡ଼ିକର ଅବସ୍ଥା ମଧ୍ୟ ଅତି ଦୟନୀୟ ହୋଇପଡିଛି। ଜମନକିରା(ନୂତନ) ପିଏଚ୍‌ସିରେ ୮ଟି ମଞ୍ଜୁରୀପ୍ରାପ୍ତ ପଦବୀରୁ ୬ଟି ଖାଲି ରହିଛି।

ଏଠାରେ ମେଡିକାଲ ଅଫିସର, ଫାର୍ମାସି ଅଫିସର, ଆୟୁଷ ଡାକ୍ତର ଏବଂ ସଫେଇ କର୍ମଚାରୀଙ୍କ ପଦବୀ ଶୂନ୍ୟ ରହିଛି। କେବଳ ଜଣେ ନର୍ସିଂ ଅଫିସର ଓ ଜଣେ ଏଏନ୍‌ଏମ୍‌୍‌ଙ୍କ ଉପରେ କେନ୍ଦ୍ର ଚାଲିଛି ।

ସେହିପରି ବଞ୍ଜାରି ପିଏଚ୍‌ସିରେ ୬ଟି ପଦବୀରୁ ୫ଟି ଖାଲି ପଡ଼ିଛି। କେବଳ ଜଣେ ଏଏନଏମ୍‌ କାର୍ଯ୍ୟରତ ଥିବା ବେଳେ ଡାକ୍ତର କିମ୍ବା ଫାର୍ମାସିଷ୍ଟ କେହି ନାହାନ୍ତି। ଭୋଜପୁର ପିଏଚ୍‌ସିରେ ମଞ୍ଜୁର ଥିବା ୪ଟି ପଦବୀ ମଧ୍ୟରୁ ୩ଟି ଖାଲି, କେବଳ ଜଣେ ମେଡିକାଲ ଅଫିସର ଉପସ୍ଥିତ ଅଛନ୍ତି। କେନାଢିପା ପିଏଚ୍‌ସିରେ ୬ଟି ପଦବୀରୁ ମେଡିକାଲ ଅଫିସର ଓ ଫାର୍ମାସିଷ୍ଟଙ୍କ ସମେତ ୨ଟି ପଦବୀ ଖାଲି ରହିଛି।

କୁଲୁଣ୍ଡି ପିଏଚ୍‌ସିରେ ୬ଟି ପଦବୀରୁ ୫ ଜଣ କର୍ମଚାରୀ ଥିବା ବେଳେ ଫାର୍ମାସି ଅଫିସର ପଦବୀ ଖାଲି ରହିଛି। କ୍ଷେତ୍ରସ୍ତରୀୟ ସ୍ବାସ୍ଥ୍ୟସେବା ମଧ୍ୟ ପ୍ରଭାବିତ ହୋଇରହିଛି। ଫାଶିମାଲ ଅଧୀନରେ ଥିବା ଫିଲ୍ଡ ଷ୍ଟାଫ ମଧ୍ୟରେ ମଧ୍ୟ ବ୍ୟାପକ ଅଭାବ ଦେଖାଦେଇଛି।

ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (MPHW-Male)ଙ୍କ ୩୯ଟି ପଦବୀରୁ ୨୮ଟି ଖାଲି ପଡ଼ିଛି। ସେହିପରି ପୁରୁଷ ଓ ମହିଳା ସ୍ବାସ୍ଥ୍ୟ ପରିଦର୍ଶକ(MPHS) ପଦବୀରେ ମଧ୍ୟ ୩ଟି ଲେଖାଏଁ ପଦ ଖାଲି ରହିଛି। ଗ୍ରାମାଞ୍ଚଳରେ ଟିକାକରଣ, ରୋଗ ପ୍ରତିରୋଧକ ସଚେତନତା ଏବଂ ପ୍ରାଥମିକ ସେବା ପ୍ରଦାନ କରୁଥିବା ଏହି କର୍ମଚାରୀଙ୍କ ଅଭାବ ଯୋଗୁ ସ୍ବାସ୍ଥ୍ୟ ସର୍ଭେକ୍ଷଣ ବାଧାପ୍ରାପ୍ତ ହେଉଛି।

ଦୀର୍ଘ ଦିନ ଧରି ଏତେ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡ଼ିଥିବାରୁ ସାଧାରଣ ଲୋକେ ଉପଯୁକ୍ତ ଚିକିତ୍ସା ନ ପାଇ ବହୁ ଦୂରଦୁରାନ୍ତର କିମ୍ବା ସମ୍ବଲପୁର କିମ୍ବା ବୁର୍ଲା ବଡ଼ ଡାକ୍ତରଖାନାକୁ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି।

ଏହି ସମସ୍ୟାର ତୁରନ୍ତ ସମାଧାନ କରି ଖାଲି ଥିବା ସମସ୍ତ ପଦବୀରେ ନିଯୁକ୍ତି ଦେବାକୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରୁ ଦାବି ଜୋର୍‌ ଧରିଛି।
ଏସଂକ୍ରାନ୍ତରେ ଫାଶୀମାଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ହରିଶ ଚନ୍ଦ୍ର ବାଘଙ୍କୁ ପଚାରିବାରୁ ବିଭିନ୍ନ ପଦବୀ ଖାଲି ଥିବା ନେଇ ମନ୍ତ୍ରୀ, ନେତା ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଉଛି। ହେଲେ କୌଣସି ପ୍ରତିକାର କରାଯାଉ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

ଖୁଆଡ଼ରୁ ଖସି ବାହାରକୁ ଆସିଲା ହୁଲକ୍ ଗିବନ୍

ଭୁବନେଶ୍ୱର, ୪।୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ ବାହାରକୁ ଆସିଯିବା ଘଟଣାକୁ ନେଇ କିଛି ସମୟ ପାଇଁ ଚର୍ଚ୍ଚା ସୃଷ୍ଟି…

୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri