ବର୍ଷା ଆସିଲାଣି, ଡ୍ରେନ୍‌ ସଫେଇ ସରୁନି

ସମ୍ବଲପୁର,୪ା୬(ବ୍ୟୁରୋ)
ସମ୍ବଲପୁରରେ ନାଳନର୍ଦ୍ଦମା ସଫା କାମ ଶେଷ ହେଉନାହିଁ। ଫଳରେ ଏଥର ବର୍ଷା ଦିନେ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ଏପ୍ରିଲ ମାସ ଶେଷ ସୁଦ୍ଧା ଜିଲା ପ୍ରଶାସନ ସହର ବିଭିନ୍ନ ଛୋଟ ବଡ ନାଳକୁ ସଫା କରିଥାଏ। ହେଲେ ଆଜି ପଯର୍‌ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନି। ଜୁନ ଦ୍ୱିତୀୟ ସପ୍ତାହରେ ଓଡିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରି ସୂଚନା ଦେଇଛି। ଏଣୁ ଏଥର ସହରରେ କୃତ୍ରିମ ବନ୍ୟା ହେବା ଜଳ ଜଳ ଦିଶୁଛି। ଶୀତଳଷଷ୍ଠୀ ଯାତ୍ରା କମିଟି ଏପ୍ରିଲ ୧୮ ତାରିଖ ପ୍ରଶାସନର ପ୍ରସ୍ତୁତି ବୈଠକରେ ଏହି ସମସ୍ୟାକୁ ଉପସ୍ଥାପନା କରି ଉଦ୍‌ବେଗ ପ୍ରକାଶ କରିଥିଲା।
ସହରରେ ଧୋବିଯୋର ଓ ଟାଙ୍ଗନା ନାଳା ଭଳି ଦୁଇଟି ପ୍ରମୁଖ ନାଲା ରହିଛି । ଏହା ସହ ମୁଖ୍ୟ ରାସ୍ତା ପାର୍ଶ୍ୱ ଗଳି ଗୁଡିକରେ ଡ୍ରେନ ରହିଛି । ହେଲେ ଏବେ ନାଳରେ ଅଳିଆ ଆବର୍ଜନା ପଡି ରହିଛି। ଅନାବନା ଲଟା ସହ ପଙ୍କରେ ପୋତି ହୋଇଛି । ବାରମ୍ବାର ଅଭିଯୋଗ କଲା ପରେ ପ୍ରଶାସନ ପକ୍ଷରୁ ମାତ୍ର ହାତ ଗଣତି କେତୋଟି ଜେସିବି ଓ ଶ୍ରମିକ ଲଗାଇ ସଫେଇ କାମ ଆରମ୍ଭ କରାଯାଇଛି। ହେଲେ ତାହା ଯଥେଷ୍ଟ ନୁହେଁ । ଫାର୍ମ ରୋଡ ଓ ମ୍ୟୁନିସିପାଲିଟି ହାଇସ୍କୁଲ ନିକଟରେ ବ୍ରିଜ କାମ ହୋଇ ପାରିନାହିଁ । ସେହିପରି ଟାଙ୍ଗନା ନାଳା କଂକ୍ରିଟ କାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଫାର୍ମରୋଡ ଅଞ୍ଚଳ, ମୁଦିପଡା, ଆମ୍ବେଡକର ନଗର, କୁମ୍ଭାର ପଡା, ତବଲାପଡା, ମାୟା ବଗିଚା ଭଳି ତଳି ଅଞ୍ଚଳବାସୀ ଭୟ କରୁଛନ୍ତି । ହେଲେ ଜବରଦଖଲ ହେତୁ ସଫେଇ କାମ ଓ ନିର୍ମାଣ କାମରେ ବାଧା ହେଉଥିବା ଜଳସେଚନ ବିଭାଗ କହୁଛି। ଅନ୍ୟପକ୍ଷେ ସହରର ମୁଖ୍ୟ ରାସ୍ତା ଗୁଡିକରେ ଡ୍ରେନ ଉପରେ କଂକ୍ରିଟ ସ୍ଲାବ୍‌ କରାଯାଇଛି। ତେଣୁ ସଫେଇ କାର୍ଯ୍ୟରେ ସମସ୍ୟା ରହୁଛି। ଅଳ୍ପ ବର୍ଷା ହେଲେ ମଧ୍ୟ ଲକ୍ଷ୍ମୀ ଟକିଜ ରୋଡ, ଗେଟିରୋଡ, ହୀରାକୁଦ କଳୋନୀ, ଧନୁପାଲି ଛକ, ହସପିଟାଲ ରୋଡ, ମୁଦିପଡା ଛକ ରାସ୍ତାରେ ପାଣି ଚାଲିବା ଗତ ବର୍ଷାରେ ଦେଖା ଦେଇଥିଲା । ସେହିପରି ଗତ ବର୍ଷ ବନ୍ୟାରେ ତଳି ଅଞ୍ଚଳର ୧୩୪୦ ଘର କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ରହିଛି । ତେବେ ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ପଣ୍ଡା କହିଛନ୍ତି ଯେ, ପ୍ରତି ବର୍ଷ ସଫେଇ କରାଯାଏ । ଏବେ ସଫେଇ କାମ ଆରମ୍ଭ ହୋଇଛି । ଜୁନ ୧୦ ତାରିଖ ସୁଦ୍ଧା ଏହା ସରିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri